-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
17-Feb-2026
ଭୁବନେଶ୍ବର(ପ୍ରେରଣା ଖବର)- ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ଙ୍କ ବିୟୋଗରେ ସ୍ଥାନୀୟ ଅନନ୍ତ ଭିହାର ସ୍ଥିତ "ବିରଜା ଭୂମି" କାର୍ଯ୍ୟାଳୟରେ ଏକ ଶୋକସଭା ସମ୍ପାଦକ ନିର୍ମଳ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଶୋକସଭାରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ସ୍ଵର୍ଗୀୟ ଆତ୍ମାର ସଦ୍ ଗତି କାମନା କରାଯାଇଥିଲା। ରାଜ୍ୟ ସରକାର ଙ୍କ ପକ୍ଷରୁ ଗାର୍ଡ଼ ଅଫ୍, ଅନର୍ ଦିଆଯାଇନଥିବାରୁ ଗଭୀର ଦୁଃଖ ପ୍ରକାଶ କରାଯାଇଥିଲା। କେଉଁ ମାନଙ୍କୁ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯିବ ତାହାର ଏକ ନିୟମାବଳୀ ସରକାର ଘୋଷଣା କରିବା ଉଚିତ୍ ବୋଲି ମତ ପ୍ରକାଶ ପାଇଥିଲା। ପ୍ରାକ୍ତନ୍ ବିଧାୟକ ଓ ବରିଷ୍ଠ ଡାକ୍ତର୍ ରାଜେଶ୍ୱରୀ ଦେବୀ ଙ୍କ ବିୟୋଗରେ ମଧ୍ୟ ଶୋକ ପ୍ରକାଶ କରାଯାଇ ଥିଲା।
ଉକ୍ତ ସଭାରେ ସୁଗାୟିକ ହର୍ଷବର୍ଦ୍ଧନ ଉଦ୍ଗାତା, ଦଶରଥ ନନ୍ଦ, ପଣ୍ଡିତ ପ୍ରବୀର କୁମାର ମହାପାତ୍ର, ରମେଶ ଚନ୍ଦ୍ର ପାତ୍ର, ନାରାୟଣ କର, ରମାକାନ୍ତ ସାହୁ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଗୀତା ପଟ୍ଟନାୟକ ଙ୍କ ସ୍ମୃତି ରକ୍ଷା ପାଇଁ ସରକାର ଗୁରୁତ୍ଵ ଦେବାକୁ ଅନୁରୋଧ କରାଯାଇଥିଲା। ପଠାଣି ବେହେରା ସମସ୍ତ ସଙ୍ଗୀତପ୍ରେମୀ ମାନଙ୍କ ଉପସ୍ଥିତ କୁ ସ୍ୱାଗତ୍ କରିଥିଲେ।