-+91-9937148622 |

prerana_bgr@rediffmail.com |

  Sunday 23rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   (22-Aug-2026)       ||      ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ    (22-Aug-2026)       ||      ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ    (22-Aug-2026)       ||      ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   (22-Aug-2026)       ||      "ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   (22-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   (22-Aug-2026)       ||      ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   (22-Aug-2026)       ||      ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   (22-Aug-2026)       ||      ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   (22-Aug-2026)       ||      ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   (22-Aug-2026)       ||      ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   (22-Aug-2026)       ||      ଖବର ଆଜିର   (22-Aug-2026)       ||      *ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ତୀବ୍ର ପ୍ରତିବାଦ*   (22-Aug-2026)       ||      ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||     

HOME   ରାଜ୍ୟ

ଓମ୍ଫେଡ୍ ର ସର୍ବକାଳୀନ ରେକର୍ଡ♦️ଗୋଟିଏ ଦିନରେ ୧ଲକ୍ଷ ଲିଟର ଦହି ଓ ୧୨ହଜାର ଲିଟର ଘିଅ ଅଧିକ ବିକ୍ରି

16-Feb-2026



ଭୁବନେଶ୍ୱର(ପ୍ରେରଣା ଖବର ): ଓମ୍ଫେଡ୍ । ଓଡିଆ ଅସ୍ମିତାର ପ୍ରତୀକ। ଶୁଦ୍ଧତାର ନିଦର୍ଶନ । ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କର କଠୋର ପରିଶ୍ରମର ଫଳ । ଏହା ପୁଣି ଥରେ ପ୍ରମାଣିତ ହୋଇଛି । ଆଜି ପବିତ୍ର ଜାଗର ଯାତ୍ରା ଅବସରରେ ଓମ୍ଫେଡ୍ ୧୨ହାଜାର ଲିଟରରୁ ଅଧିକ ଘିଅ ବିକ୍ରି କରିଛି । ଗୋଟିଏ ଦିନରେ ଏତେ ପରିମାଣର ଘିଅ ବିକ୍ରି କରି ଏକ ନୂତନ ରେକର୍ଡ ସୃଷ୍ଟି କରିଛି । ଦେବ ଦେବ ମହାଦେବଙ୍କ ନିକଟରେ ଦୀପ ଦାନ କରିବା ପାଇଁ ସାଧାରଣ ଲୋକେ ଯେ ଓମ୍ଫେଡ୍ ଘିଅକୁ ପସନ୍ଦ କରିଛନ୍ତି, ତାହା ଏଥିରୁ ସ୍ପଷ୍ଟ ହୋଇ ଯାଇଛି । ଠାକୁରଙ୍କ ନିକଟରେ ଓମ୍ଫେଡ୍ ଘିଅ ଲାଗି କରି ଦର୍ଶନାର୍ଥୀ ଶ୍ରଦ୍ଧାଳୁ ମଧ୍ୟ ବେଶେ ଆତ୍ମ ସନ୍ତୋଷ ଲାଭ କରିଛନ୍ତି । ଶ୍ରଦ୍ଧାଳୁଙ୍କ କହିବା କଥା ହେଲା ଯେ, “ଠାକୁରଙ୍କ ନିକଟରେ ଶୁଦ୍ଧ ଓ ସତେଜ ଭୋଗ ଲାଗି କରିବା ଦରକାର । ଆଉ ସେହି ଶୁଦ୍ଧ ଓ ସତେଜତା ଓମ୍ଫେଡ୍ ଘିଅରେ ରହିଛି । ସେଥିପାଇଁ ପରା ଓଡିଆଙ୍କ ଆରାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କ ନିକଟରେ ଓମ୍ଫେଡ୍ ଲାଗି ହେଉଛି” । 

ପବିତ୍ର ଜାଗର ଯାତ୍ରା ଉପଲକ୍ଷେ କେବଳ ଘିଅ ନୁହେଁ, ଦହି ମଧ୍ୟ ଆଶାତୀତ ଭାବେ ବିକ୍ରି ହୋଇଛି । ଆଜି ଗୋଟିଏ ଦିନରେ ୧୦୦ମେଟ୍ରିକ ଟନ୍ ବା ଏକ ଲକ୍ଷ ଲିଟରରୁ ଅଧିକ ଓମ୍ଫେଡ୍ ଦହି ବିକ୍ରି ହୋଇଛି । ପ୍ରତ୍ୟେକ ଶୈବ ପୀଠରେ ଭକ୍ତଙ୍କ ଭିଡ ଲାଗିଛି । ମହାଦେବଙ୍କ ଶିରରେ ଲାଗି କରିବା ପାଇଁ ଲୋକେ ଓମ୍ଫେଡ୍ ଦହିକୁ ହିଁ ବେଶି ପସନ୍ଦ କରିଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି । ପଳାଶୁଣୀ ନିକଟ ବାବା ଆଖଣ୍ଡଳମଣୀଙ୍କ ମନ୍ଦିରକୁ ଆସିଥିବା ମହିଳା ଶ୍ରଦ୍ଧାଳୁ ଶୈଳବାଳା ପ୍ରଧାନ ଠାକୁରଙ୍କ ଶିର ଘଷଣୀ ଲାଗି ପାଇଁ ଓମ୍ଫେଡ୍ ଦହି ଓ ଦୁଗ୍ଧ ଆଣିଥିଲେ । ସେ କହିବା କଥା ହେଲା, “ଆମ ଘରେ ସବୁବେଳେ ଆମେ ଓମ୍ଫେଡ୍ କ୍ଷୀର, ଦହି ଓ ଘିଅ ବ୍ୟବହାର କରୁଛୁ । ତେଣୁ ଠାକୁଙ୍କ ପାଖକୁ ମଧ୍ୟ ସେହି ଓମ୍ଫେଡ୍ ଦୁଗ୍ଧ ଓ ଦହି ଭୋଗ କରିବା ପାଇଁ ଆଣିଥିଲି । ଅନ୍ୟପକ୍ଷରେ ଓମ୍ଫେଡ୍ କ୍ଷୀର ଓ ଦହିର ସୁବାଷ ରହିଛି । ମାତ୍ର ଅନ୍ୟ ଦୁଗ୍ଧର ବାସନା କେସନା କିଛି ନାହିଁ”। 

ଆଜି ଗୋଟିଏ ଦିନରେ ଏତେ ପରିମାଣର ଘିଅ ଓ ଦହି ଅଧିକ ବିକ୍ରି ହୋଇଥିବାରୁ ଓମ୍ଫେଡ୍ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି । ଶୁଦ୍ଧ ଓ ସ୍ୱାସ୍ଥ୍ୟକର ପରିବେଶର ଓମ୍ଫେଡ୍ ତାର ଉତ୍ପାଦ ପ୍ରସ୍ତୁତ କରିଆସୁଛି । ଦୀର୍ଘ ୪୫ବର୍ଷ ହେଲା ଓଡିଶାବାସୀ ଓମ୍ଫେଡ୍ ଜାଣିଛନ୍ତି ଏବଂ ଭଲ ପାଉଥିବା ଆଜି ପ୍ରମାଣିତ ହୋଇଛି । ଏହି ଶ୍ରେୟ ଓଡିଶାର ଅଗଣିତ ଦୁଗ୍ଧ ଚାଷୀ ଓ ଗ୍ରାହଙ୍କ ନିକଟକୁ ଯାଉଛି। ଆମେ ଓଡ଼ିଶାର ଗ୍ରାହକଙ୍କୁ ଉଚ୍ଚ ଗୁଣମାନର ଉତ୍ପାଦ ଯୋଗାଇ ଆସୁଅଛୁ । ଆଗାମୀ ଦିନରେ ଏହି ଧାରା ଜାରି ରହିବ । ଓମ୍ଫେଡ୍ ଉତ୍ପାଦର ଗୁଣାତ୍ମକ ମାନରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜସ୍ୱ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ରାଜସ୍ବ ସେବା ପ୍ରଦାନରେ ସଂସ୍କାର ଉପରେ ଗୁରୁତ୍ବ   22-Aug-2026
  ଜିଲ୍ଲା  
ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ   22-Aug-2026
  ଜିଲ୍ଲା  
ମହିଳା ଓ ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କ ଆଇନଗତ ଅଧିକାର, ସୁରକ୍ଷା ଓ ଆତ୍ମନିର୍ଭରତା ସମ୍ପର୍କରେ ସଚେତନ କରିବା ପାଇଁ କାର୍ଯ୍ୟକ୍ରମ   22-Aug-2026
  ରାଜ୍ୟ  
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ ♦️ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା   22-Aug-2026
  ଜିଲ୍ଲା  
"ସାଇବର ସଚେତନତା ହିଁ ଡିଜିଟାଲ୍‌ ସୁରକ୍ଷାର ପ୍ରଥମ ପଦକ୍ଷେପ"   22-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ୍ ଲିଗ, ଖୁର୍ଡିଆବାହଲ ଚାମ୍ପିଅନ   22-Aug-2026
  ଜିଲ୍ଲା  
ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଖଡ଼ିଆଳ ଓ ବୋଡ଼େନ ଗସ୍ତ .ଅକ୍ସିଜେନ ବ୍ୟାଙ୍କ ଓ ସାପ୍ତାହିକ ବଜାର ଉଦଘାଟନ .ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ଉଦଘାଟନ ଓ ବୃକ୍ଷ ରୋପଣ   22-Aug-2026
  ଜିଲ୍ଲା  
ଦଣ୍ଡ ମୁକ୍ତ ଅଂଚଳ ରେ ଶିକ୍ଷକ ଙ୍କ ମାଡ଼ରେ ନବମ ଶ୍ରେଣୀ ଜନଜାତି ଛାତ୍ରଙ୍କ ହାତ ପାପୁଲି ଫୁଲିଲା ,   22-Aug-2026
  ଜିଲ୍ଲା  
ବିନିକା ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗ   22-Aug-2026
  ଜିଲ୍ଲା  
ଟ୍ରେନ ରୁ ଖସିପଡି ଦଣ୍ଡପାଟ ଅଞ୍ଚଳ ଦାଦନ ଶ୍ରମିକ ଙ୍କ ମୃତ୍ୟୁ ।   22-Aug-2026
  ଜିଲ୍ଲା  
ମହାନଦୀ ବ୍ରିଜ ଉପରୁ ମହାନଦୀ ପାଣିକୁ ଡେଇଁ ୨ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ   22-Aug-2026
  ଜିଲ୍ଲା  
ଖବର ଆଜିର   22-Aug-2026

You Might Also Like