-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||     

HOME   ରାଜନୀତି

ବିଜେଡି ପରି ବିଜେପି ସରକାର ମଧ୍ୟ ଲୋକଙ୍କୁ କରୁଛି ଶୋଷଣ: ନରସିଂହ

22-Dec-2025



ବଲାଙ୍ଗିର(ଦେବାଶିଷ ବହିଦାର)- ବର୍ତ୍ତମାନ କେବଳ ବଲାଙ୍ଗିର ରେ ନୁହେଁ ସାରା ପଶ୍ଚିମ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ ଚାଲିଛି । ସରକାର ଧାନ କିଣା କୁ ନେଇ ଯାହା କିଛି ବି ବ୍ୟବସ୍ଥା କରିଥିଲେ ତାହା ଫେଲ ମାରିଛି । ଆମ ଜିଲ୍ଲାରେ ସରକାର ତଥା ବିଭାଗ ଘୋଷଣା କରିଥିଲେ ୫ ତାରିଖରୁ ସମସ୍ତ ମଣ୍ଡି ଖୋଲି ବିନା କଟନି ଛଟନି ରେ ଚାଷୀଙ୍କ ଠାରୁ ଧାନ କିଣା ଯିବ କିନ୍ତୁ ଦିର୍ଘ ୧୫ ଦିନ ବିତି ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଚାଷୀ ତାର ବହୁ କଷ୍ଟ ଉପାର୍ଜିତ ଅମଳ ଧାନ ବିକ୍ରି କରି ନ ପାରି ଘୋର ଦୁର୍ଦ୍ଦଶାରେ ପଡି ରହିଛି । ତେଣୁ ଲୋକଙ୍କ ସରକାର କହୁଥିବା ବିଜେପି ସରକାର ପୂର୍ବ ବିଜେଡି ସରକାର ଯେପରି ଶୋଷଣ କରୁଥିଲା ଏହି ସରକାର ମଧ୍ୟ ଚାଷୀଙ୍କୁ ଶୋଷଣ କରୁଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଆଇନମନ୍ତ୍ରୀ

ନରସିଂହ ମିଶ୍ର ବିଷୋଧଗାର କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦିର୍ଘ ଦିନ ରୁ ଅମଳ ହୋଇଥିବା ଧାନ ଚାଷୀ ବିକ୍ରି କରିପାରୁ ନ ଥିବାରୁ ଧାନର ଆଦ୍ରତା ନିର୍ଦ୍ଧାରିତ ଆଦ୍ରତା ଠାରୁ କମି ଯାଉଛି । ଫଳରେ ଏହାର ଓଜନ କମୁ ଥିବାରୁ  ଧାନ କ୍ୱିଣ୍ଟାଲ ପିଛା ୧୫ ରୁ ୧୭ କେଜି ଓଜନ ହ୍ରାସ ହେବ । ଏହାର କ୍ଷତି ଭରଣ କିଏ କରିବ ବୋଲି ନରସିଂହ ପ୍ରଶ୍ନ କରିଥିଲେ । ଏପରି କି କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ବଢେଇଲେ ମଧ୍ୟ ରାଜ୍ୟ ସେହି ବର୍ଦ୍ଧିତ ମୁଲ୍ୟକୁ ଇନ୍‌ପୁଟ ସବ୍‌ସିଡିରୁ (ବୋନସ) କାଟି ଦେଉଛି । ତେଣୁ ଚାଷୀକୁ ବର୍ଦ୍ଧିତ ଏସ୍‌ଏସ୍‌ପି ସହ ୮୦୦ ଟଙ୍କା ବୋନସ ରାଶି ମିଶେଇ ସରକାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । କଟନି ଛଟନି ବିନା ଧାନ କିଣାଯିବ ବୋଲି ବାହା ବାହା ନେଉଥିବା ରାଜ୍ୟ ସରକାର ଙ୍କ ଗୋଟିଏ ଜିଲ୍ଲାର ଜିଲ୍ଲାପାଳ ଏକ କେଜି କଟନି କରାଯିବ ବୋଲି କହିବା ସତ୍ତ୍ୱେ ସରକାର ତଥା ତାଙ୍କ ମନ୍ତ୍ରୀ ମୁହଁ ନ ଖୋଲିବା ଅତି ନିନ୍ଦନୀୟ ଅଟେ ।  ପୂର୍ବରୁ ଚାଷୀଙ୍କ ଧାନ କିଣାକୁ ନେଇ ଓଡିଶା ହାଇକୋର୍ଟରେ ଆମ ଜିଲ୍ଲାର ଚାଷୀ ନକୁଳ ମେର୍ଲ୍ଲିଙ୍କ ନେତୃତ୍ୱରେ ସରକାର ଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ । ଏଥିରେ ମାନ୍ୟବର ହାଇକୋର୍ଟ ଚାଷୀଙ୍କ ସମସ୍ତ ଧାନ ଏଫ୍‌ସିଆଇ କିଣୁ ବୋଲି ନିର୍ଦ୍ଦେଶ ଦେବା ସତ୍ତ୍ୱେ କିଛି ବର୍ଷ ଏଫ୍‌ସିଆଇ କିଣିବା ପରେ ବର୍ତ୍ତମାନ ଏଫ୍‌ସିଆଇ କୌଣସି ଧାନ କିଣୁ ନାହିଁ । ଯଦି ଏଫ୍‌ସିଆଇ ଧାନ କିଣୁ ଥାନ୍ତା ତେବେ ଚାଷୀ ବିନା କଟନି ଛଟନି ରେ ତାର ଅମଳ ହେଉଥିବା ସମସ୍ତ ଧାନ ବିକ୍ରି କରୁଥାନ୍ତା । ତେଣୁ ମୁଁ ନିଶ୍ଚିତ ଭାବେ ଦାବି କରିବି ଏଫ୍‌ସିଆଇ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣୁୁ । ଏହା ଗତ ସରକାର ସମୟରେ ଷ୍ଟେଣ୍ଡିଂ କମିଟି ର ସମସ୍ତ ସଭ୍ୟଙ୍କ ସହମତିରେ ନିଷ୍ପତ୍ତି ହୋଇଥିଲା ଯେ ଚାଷୀ ଙ୍କ ଠୁ ଏଫ୍‌ସିଆଇ ହିଁ ସମସ୍ତ ଧାନ କିଣୁ ବୋଲି । ଏହି ନିଷ୍ପତ୍ତି କୁ ବର୍ତ୍ତମାନର ସରକାର ଲାଗୁ କରୁ ଯାହା ଦ୍ୱାରା ଆମର ଚାଷୀ ଧାନର ଅଭାବି ବିକ୍ରିରୁ ମୁକ୍ତି ପାଇବେ ବୋଲି ସେ କହିଥିଲେ । ଆହୁରି ମଧ୍ୟ ସେ କହିଥିଲେ ଯେ ଯେହେତୁ ଏଫ୍‌ସିଆଇ ପାଖରେ ଭିତ୍ତିଭୂମି ଓ ପର୍ଯ୍ୟନ୍ତ ପାଣ୍ଠି ମହଜୁତ ଅଛି ଏବଂ ଫୁଡ କର୍ପୋରେସନ ଏକ୍ଟ ସେକ୍ସନ ୧୩ ହିସାବରେ ଯଦି ଚାଷୀ ଅଭାବି ବିକ୍ରି ର ଶିକାର ହୁଏ ତାର ସମସ୍ତ ଧାନ ଏଫ୍‌ସିଆଇ କିଣିବାକୁ ବାଧ୍ୟ ତେଣୁ ଏଫ୍‌ସିଆଇ ଯେପରି ଧାନ କିଣିବ ବର୍ତ୍ତମାନର ସରକାର ଧାନ କିଣୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ବଲାଙ୍ଗିର ସଦର, ଦେଓଗାଁ ବ୍ଲକ ଓ ବଲାଙ୍ଗିର ମ୍ୟୁନିସିପାଲଟିରେ ହେଉଥିବା ଦୁର୍ନିକୁ ନେଇ ସିଧାସଳଖ ପ୍ରଶାସନକୁ ଟାର୍ଗେଟ କରିଥିଲେ । ସଦାଇପାଲିରେ ମାଟି ରାସ୍ତା କାମ ପାଇଁ ସେ ନିଜେ ବିଧାୟକ ଥିବା ବେଳେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଥିଲା । ସେ ରାସ୍ତା କାମ ନ ହୋଇ ଅନୁଦାନ ହଡପ ହେଇଛି । ଠିକ୍ ସେହି ପରି ଦେଓଗାଁ ବ୍ଲକରେ ମଧ୍ୟ ବିନା ବଜେଟ ପ୍ରସ୍ତୁତିରେ ବ୍ଲକର ସମସ୍ତ ପାଣ୍ଠିକୁ ମନମୁତାବକ ଖର୍ଚ୍ଚ କରାଯାଉଛି । ଏହାକୁ ନେଇ ସମିତି ସଭ୍ୟମାନେ ଅଭିଯୋଗ କରିଥିଲେ ହେଁ ଜିଲ୍ଲା ପଂଚାୟତ ଅଧିକାରୀ ଶୁଣୁ ନାହାନ୍ତି । ଏପରି କି ଉଭୟ ବ୍ଲକର ଦୁର୍ନିତି ଜିଲ୍ଲା ପ୍ରଶାସନକୁ ଜଣାଇଲେ ମଧ୍ୟ ଜିଲ୍ଲା ପ୍ରଶାସନ ଏହାକୁ ଧ୍ୟାନ ଦେଉ ନାହିଁ । ମହାରାଣୀ ସାଗର ରେ ମଧ୍ୟ ମ୍ୟୁନିସିପାଲିଟି ଅବହେଳା ଯୋଗୁଁ ପୂର୍ବତନ କାଉନସିଲର ନିଶିକାନ୍ତ କୁମ୍ଭାରଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ଡିସେମ୍ବର ୫ ତାରିଖ ଦିନ ମାମଲା ଦର୍ଜ କରାଯାଇଛି । ୧୫ ଦିନ ବିତି ଯାଇଥିଲେ ମଧ୍ୟ ଏହାକୁ ନେଇ କୌଣସି ପ୍ରକାର ତଦନ୍ତ କାହିଁକି ଆରମ୍ଭ କରାଯାଇ ନାହିଁ ବୋଲି ପୋଲିସ ପ୍ରଶାସନ କୁ ତାର୍ଗେଟ କରିଥିଲେ । ସେ କହିଥିଲେ ଯେ ଜିଲ୍ଲା ପ୍ରଶାସନର ଏପରି ଉଦାସିନତା ପ୍ରମାଣ କରୁଛି ଯେ ଜିଲ୍ଲା ପ୍ରଶାସନ ମଧ୍ୟ ସଦର ବ୍ଲକ, ଦେଓଗାଁ ବ୍ଲକ ଓ ମ୍ୟୁନସିପାଲିଟିର ଅର୍ଥିକ ଅନିୟମିତତା କୁ ଘଣ୍ଟା ଘୋଡାଉଛି । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ଚାଷୀ ତଥା ସାଧାରଣ ଜନତାଙ୍କ ଯଦି ନ୍ୟାୟ ନ ଦେବେ ତେବେ ଆଗାମୀ ଦିନରେ ଏହି ସମସ୍ୟାକୁ ନେଇ ତିବ୍ର ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମିଶ୍ର ଚେତାବନୀ ଦେଇଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଚାଷୀ ନେତା ସାନନ୍ଦ ମିଶ୍ର, ଉମାକାନ୍ତ ସାହୁ, ଅଜୟ ବାଲି, ଲୋପନ ମିଶ୍ର, ମାନସ ମହାନ୍ତି, ସଂଜୟ ମିଶ୍ର, ଅନ୍ତ ବେହେରା,  ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026

You Might Also Like