-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ଧାନକିଣାରେ ସରକାରଙ୍କ ବଡଷଡଯନ୍ତ୍ର ଅଭିଯୋଗ.. ପୂର୍ବତନସାଂସଦ ବାଳଗୋପାଳଙ୍କ ଆନ୍ଦୋଳନ ଚେତାବନୀ

14-Dec-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମଓଡିଶାର ଚାଷୀଙ୍କ ଧାନ ଅମଳ ହେବାପରେ ମଧ୍ୟ ମଣ୍ଡି ଖୋଲି ସରକାର ଧାନ କିଣୁନାହାଁନ୍ତି । ମଣ୍ଡି ନଖୋଲି ଧାନ ନକିଣିବା ସରକାରଙ୍କର ଏକ ବଡଷଡଯନ୍ତ୍ର ବୋଲି ଅଭିଯୋଗ ଉଠାଇଛନ୍ତି ବଲାଙ୍ଗୀରର ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ର । ତେଣୁ ପଶ୍ଚିମାଞ୍ଚଳର ସମସ୍ତ ଚାଷୀ ଏକ ହୋଇ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ଶ୍ରୀ ଆହ୍ୱାନ ଦେଇଛନ୍ତି । ଆଜି ସ୍ଥାନୀୟ ଏସଜେ ରିଜେନ୍ସୀ ହୋଟେଲଠାରେ କୋସଲୀ କିଷାନସଭା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ପୂର୍ବତନ ସାଂସଦ କହିଲେ ଯେ,ଚାଷିମାନେ ଗତ ଏକମାସରୁ ଉର୍ଦ୍ଧ୍ୱସମୟ ହେଲା ଧାନ ଅମଳ କରି ଖରାରେ ସୁଖାଉଛନ୍ତି । ଡିସେମ୍ବର ୧୪ ସୁଦ୍ଧା ଜିଲ୍ଲାରେ ଧାନମଣ୍ଡି ଖୋଲାଯାଇନାହିଁ । ମଣ୍ଡି ଖୋଲିବାର ବ୍ୟବସ୍ଥା କରାଯାଇ ନାହିଁ । ଏପରିକି ମାତ୍ର ୧୦% ଚାଷିଙ୍କର ଟୋକନ ଆସିଛି । ଯେଉଁମାନଙ୍କର ଟୋକନ ଆସିଛି ସେମାନେ ମଣ୍ଡିକୁ ଧାନ ନେଲେ କିଣାଯାଉନାହିଁ । ସେଥିପାଇଁ ଚାଷିମାନେ ଧାରକରଜ କରି କରିଥିବା ଚାଷର ଫସଲକୁ କମଦରରେ ଦଲାଲଙ୍କ ପାଖରେ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି । ବରଗଡ ଜିଲ୍ଲାରେ ଚାଷିମାନେ ତାତିଲେଣି ଓ ଆନ୍ଦୋଳନକୁ ଓହ୍ଲାଇଲେଣି । ତେଣୁ ପଶ୍ଚିମଓଡିଶାର ସମସ୍ତ ଚାଷି ଓ ସଂଗଠନମାନେ ଏକ ହୋଇ ସବୁ ଜିଲ୍ଲାରେ ଆନ୍ଦୋଳନ କରନ୍ତୁ ବୋଲି ପୂର୍ବତନ ସାଂସଦ ବାଳଗୋପାଳ ମିଶ୍ର ଆହ୍ୱାନ ଦେଇଥିଲେ । ବଲାଙ୍ଗୀର ଜିଲ୍ଲାରେ ଆସନ୍ତା ୫ଦିନ ମଧ୍ୟରେ ମଣ୍ଡିଖୋଲି ଧାନ କିଣା ନଗଲେ ଚାଷିଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବୁ ଓ ସେଥିପାଇଁ ଯଦି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ତାହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି । ଶ୍ରୀ ମିଶ୍ର ଆହୁରି କହିଲେ ଯେ,ବିଗତ ବର୍ଷ ମାନଙ୍କରେ ଚାଷୀଙ୍କ  ସୁଖିଲା ଧାନରୁ ୫କେଜି ଲେଖାଏଁ ମଣ୍ଡିକଟ କରାଯାଇଥିଲା । ଯାହାକି ଚାଷିଙ୍କ କଷ୍ଟଲବ୍ଧ ଫସଳରୁ ଲୁଟ ବୋଲି କୁହାଯିବ । ସରକାର ଇନପୁଟ ଏସିଷ୍ଟାନ୍ସ ଦେଉଛନ୍ତି କିନ୍ତୁ ଏପଟେ କ୍ୱିଣ୍ଟାଲ ପିଚ୍ଛା ୫କିଲୋ ଧାନ କାଟିଛନ୍ତି । ଫଳରେ ଚାଷିଙ୍କ ମୁଣ୍ଡରେ କ୍ଷତି ଜବରଦସ୍ତି ଲଦି ଦିଆଯାଉଛି । ଆଗକୁ କୋସଲୀ କିଷାନସଭା ପକ୍ଷରୁ ଚାଷିଙ୍କୁ ଏକଜୁଟ କରି ଆନ୍ଦୋଳନକୁ ଓହ୍ଲାଇବୁ ଓ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ଚାଷି ଏକ ହୋଇ ଲଢେଇକରିବାକୁ ବାଳଗୋପାଳ ଆହ୍ୱାନ ଦେଇଥିଲେ । ଠିକ ସେହିପରି ବଲାଙ୍ଗୀର ଜିଲ୍ଲାରେ ଚାଷିଙ୍କ ସମସ୍ୟାକୁ ସରକାରମାନେ ଅଣଦେଖା କରିଚାଲିଛନ୍ତି । ଜିଲ୍ଲାରେ ଜଳସେଚନହାର ବଢିପାରୁନାହିଁ । ବଲାଙ୍ଗୀର ସହର ମଧ୍ୟରେ ଗୋଟିଏ ସମୟରେ ଆଦର୍ଶବଗିଚାରେ କୃଷିଗବେଷଣା କରାଯାଉଥିଲା । ବିଭିନ୍ନ ପ୍ରଜାତିର ଫଳଗଛ,ଫୁଲଗଛ ତଥା ଫସଲମାନଙ୍କୁ ନେଇ ଗବେଷଣା କରାଯାଉଥିଲା । କିନ୍ତୁ ଆଜି ବଲାଙ୍ଗୀର ଅବହେଳିତ ହୋଇ ପଡିରହିଛି । କୃଷିବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ନ୍ୟାର୍ଯ୍ୟ ଦାବି । କିନ୍ତୁ ବଲାଙ୍ଗୀରର ଦୁର୍ବଳ ନେତୃତ୍ୱ ଯୋଗୁଁ ତାହା ହୋଇପାରୁନାହିଁ । ଯଦି ବଲାଙ୍ଗୀରରେ ଏହା ସ୍ଥାପନ ନହେଲା ତାହେଲେ ଆଗାମୀ ଭବିଷ୍ୟତର ପିଢୀ ସେହିନେତାଙ୍କୁ କ୍ଷମା କରିବେ ନାହିଁ ବୋଲି ପୂର୍ବତନ ସାଂସଦ ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ କୁସମେଲ ସରପଞ୍ଚ କୌସ୍ତୁଭ ସାହୁ,ଝରନୀପାଲି ସମିତିସଭ୍ୟ ନରେଶ ସାହୁ,ସରଗାଡ ସମିତିସଭ୍ୟ ବୀରେନ ସାହୁ,ପଟୁଆପାଲି  ପେକ୍ସର ସଭାପତି ପ୍ରମୋଦ ମିଶ୍ର ଓ ଆଗଲପୁର ପେକ୍ସ ସଭାପତି ଦେବେନ୍ଦ୍ର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ ।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like