-+91-9937148622 |

prerana_bgr@rediffmail.com |

  Monday 20th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   (20-Apr-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   (20-Apr-2026)       ||      ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   (20-Apr-2026)       ||      ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   (20-Apr-2026)       ||      ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   (20-Apr-2026)       ||      ଡ଼ଭଲାରେ ରାତ୍ରିକାଳୀନ କ୍ରିକେଟ ମ୍ୟାଚ   (20-Apr-2026)       ||      ବ୍ରହ୍ମ ସମାଜ ପକ୍ଷରୁ ବିନିକାରେ ପର୍ଶୁରାମ ଜୟନ୍ତୀ ପାଲିତ   (20-Apr-2026)       ||      ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   (20-Apr-2026)       ||      *ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   (20-Apr-2026)       ||      ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   (20-Apr-2026)       ||      ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି    (20-Apr-2026)       ||      ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ    (19-Apr-2026)       ||      ସାଇଟ ନର୍ସିଂ କଲେଜରେ ଶପଥ ଗ୍ରହଣ ଉତ୍ସବ   (19-Apr-2026)       ||      ଶତ ପ୍ରତିଶତ ନମ୍ବର ରଖି ଜିଲ୍ଲା ପାଇଁ ସୁନାମ ଆଣିଲେ କୁମାର ଅଭିନବ*- *ଶୁଭେଛା ଜଣାଇଲେ ଜିଲ୍ଲାପାଳ   (19-Apr-2026)       ||      ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   (19-Apr-2026)       ||      ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   (19-Apr-2026)       ||      ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||     

HOME   ଜିଲ୍ଲା

ବର୍ତ୍ତମାନ ଯୁବପିଢ଼ି ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ

14-Dec-2025



ବଲାଙ୍ଗିର(ପ୍ରେରଣା ଖବର)- ବର୍ତ୍ତମାନର ଯୁବପିଢ଼ିଙ୍କ ଆଗରେ ଆହ୍ୱାନ ଅନେକ, ପ୍ରତିଯୋଗିତା ଅନେକ l ସେମାନେ ନିଜକୁ ମୋବାଇଲର କୃତ୍ରିମ ଦୁନିଆ ଭିତରେ ଆବଦ୍ଧ ନରଖି ନିଜ ଭିତରେ ଥିବା ପ୍ରକୃତ ଗୁଣକୁ ଚିହ୍ନନ୍ତୁ ଏବଂ ଅଭିଭାବକମାନେ ସେମାନଙ୍କ ଉପରେ ପାଠର ବୋଝ ନଲଦି ମୁକ୍ତ ବିଚାର ପାଇଁ ପ୍ରେରଣା ଦିଅନ୍ତୁ l ବଲାଙ୍ଗୀରର ଅଗ୍ରଣୀ ସାହିତ୍ୟ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ 'ରଚନା' ଦ୍ୱାରା ଆୟୋଜିତ "ମାସିକ ରଚନା ସନ୍ଧ୍ୟା" କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି l ଅଧ୍ୟାପକ ଡ. କବିରାଜ ଭୋଇଙ୍କ ସଂଯୋଜନାରେ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ସଭାକକ୍ଷଠାରେ ଆୟୋଜିତ "ଏବେ ଆମ ଯୁବପିଢ଼ି ସମ୍ମୁଖରେ ଆହ୍ୱାନ" ଶୀର୍ଷକ

ଆଲୋଚନାଚକ୍ରରେ ପ୍ରଥମେ ସେଞ୍ଚୁରୀୟନ ପବ୍ଲିକ ସ୍କୁଲର ଛାତ୍ର ଅଂଶୁମାନ ଦେବତା ଓ ସିଏନସିର ଛାତ୍ର ଜୟଶଙ୍କର ଅଗ୍ରୱାଲ ନିଜେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟାର ବର୍ଣ୍ଣନା କରିଥିଲେ l ଅତିଥିବକ୍ତା ଭାବରେ ସରକାରୀ ମହିଳା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅନୁରାଧା ମିଶ୍ର ଏବଂ ସିଆରପିଏଫ ରୁ ଅବସରପ୍ରାପ୍ତ ଉପନିରୀକ୍ଷକ ଦିଲୀପ କୁମାର ପୁରୋହିତ ଯୁବପିଢ଼ିଙ୍କ ଭିତରେ କଳ୍ପନାଶକ୍ତି ଧିରେ ଧିରେ ହ୍ରାସ ପାଉଛି ଓ ସେମାନେ ସୃଜନଶୀଳ ନହୋଇ ରୋଜଗାରକ୍ଷମ ହେବାକୁ ଅଧିକ ପ୍ରୟାସ କରୁଛନ୍ତି; ଫଳରେ ବିଫଳତାକୁ ସାମ୍ନା କରିନପାରି ଅବସାଦଗ୍ରସ୍ତ ହେଉଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ l ପରେ ଭାବ ବିନିମୟ କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରଦୀପ କୁମାର ମିଶ୍ର ଏବଂ ଅଧ୍ୟାପକ ସଦାଶିବ ସାହୁ ବିଷୟବସ୍ତୁ ଉପରେ ନିଜର ମତ ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ସହରର ଅନେକ ବୁଦ୍ଧିଜୀବୀ, ସାହିତ୍ୟିକ, ଶିକ୍ଷକ, ଅଭିଭାବକ ଓ ସାମ୍ବାଦିକ ଯୋଗଦେଇଥିଲେ l ଶେଷରେ ରଚନାର ସହସମ୍ପାଦକ ରତ୍ନମୟ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗିରରେ ଅକ୍ଷୟ ତୃତୀୟା, କୃଷକ ଦିବସ ଓ ଅକ୍ଷିମୁଠି ଅନୁକୂଳ ପାଳନ   20-Apr-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଥାଳଉଠା ସମ୍ପନ୍ନ   20-Apr-2026
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ବାଇକ ଚାଳକ ମୃତ -   20-Apr-2026
  ଜିଲ୍ଲା  
ବରପାଲିର ବରିଷ୍ଠ ସାମ୍ୱାଦିକ ପ୍ରଭୁ ଚରଣ ମହାନ୍ତିଙ୍କ ପତ୍ନୀ ବିୟୋଗ   20-Apr-2026
  ଜିଲ୍ଲା  
ବାଗଡିଆରେ ନାମଯଜ୍ଞ ନେଇ କଳସ ଶୋଭାଯାତ୍ରା   20-Apr-2026
  ଜିଲ୍ଲା  
ଡ଼ଭଲାରେ ରାତ୍ରିକାଳୀନ କ୍ରିକେଟ ମ୍ୟାଚ   20-Apr-2026
  ଜିଲ୍ଲା  
ବ୍ରହ୍ମ ସମାଜ ପକ୍ଷରୁ ବିନିକାରେ ପର୍ଶୁରାମ ଜୟନ୍ତୀ ପାଲିତ   20-Apr-2026
  ଜିଲ୍ଲା  
ଜିଲ୍ଲା ବିଜେପି ପକ୍ଷରୁ ମଲିକୁଦରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ ।   20-Apr-2026
  ଜିଲ୍ଲା  
*ଯୋରନ୍ଦାରୁ ୨୧ ଦିନର ପାଦଯାତ୍ରାରେ ମହିମା ଧର୍ମର ସାଧୁଙ୍କ ପାଦଯାତ୍ରା – ସାଧୁସନ୍ଥ ସେବାରେ ଯୁବକଙ୍କ ସହଯୋଗ*   20-Apr-2026
  ଜିଲ୍ଲା  
ସୁଶ୍ରୀ ଅନୁଷ୍କାଙ୍କ କୃତିତ୍ୱ ଲାଗି ସମ୍ବର୍ଦ୍ଧନା   20-Apr-2026
  ଜିଲ୍ଲା  
ବାଲି ମାଫିଆଙ୍କ ବାଲି ଚୋରି , ଚାଷୀଙ୍କ ଉପରେ ଦାଦାଗିରି   20-Apr-2026
  ଜିଲ୍ଲା  
ଡଭଲା ଗ୍ରାମ ଠାରେ ଚତୁର୍ଥ ମା ମାହେଶ୍ୱରୀ ଦୁଇ ଦିନିଆ କ୍ରିକେଟ ମ୍ୟାଚ ଉଦଘାଟିତ   19-Apr-2026

You Might Also Like