-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ୟୁ.କେ. ଓଡ଼ିଶା ସମାଜର ବାର୍ଷିକ ଅଧିବେଶନ ପାଇଁ ବ୍ୟାପକ ପ୍ରସ୍ତୁତି

20-Aug-2025



ଲଣ୍ଡନ/ନୂଆଦିଲ୍ଲୀ:   ଓଡ଼ିଶା ସମାଜ ୟୁନାଇଟେଡ କିଙ୍ଗଡମ (ଓସୁକ)ର ୪୬ ତମ ବାର୍ଷିକ ଅଧିବେଶନକୁ କେନ୍ଦ୍ରକରି ଏବେ ବ୍ୟାପକ ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ୟ କରାଯାଉଛି। ଲଣ୍ଡନର ମେଡେନହେଡ୍ ଠାରେ ଏହି ସମାରୋହ ଆଗାମୀ ଅଗଷ୍ଟ ୨୩ ଓ ୨୪ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି। ୟୁ.କେ. ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଦେଶମାନଙ୍କରେ ବସବାସ କରୁଥିବା ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଏବଂ ପରିବାରଙ୍କ ମଧ୍ୟରେ ବନ୍ଧୁ ମିଳନ ପାଇଁ ଏହି ଶୀର୍ଷ ସମାବେଶ ଉଦ୍ଦିଷ୍ଟ।  ଚଳିତ ବର୍ଷର ସମ୍ମିଳନୀରେ   ସହସ୍ରାଧିକ ଓସୁକର ସଦସ୍ୟ ଓ ଶୁଭେଚ୍ଛୁ, ସେମାନଙ୍କର ବନ୍ଧୁ, ପରିଜନ ଓ ପରିବାର ବର୍ଗଙ୍କ ସହିତ ଯୋଗ ଦେବାର ସମ୍ଭାବନା ରହିଛି।

ଓସୁକର ବହୁ ଆକାଂକ୍ଷୀତ ଏହି ଅଧିବେଶନରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି, ଉତ୍ତୁଙ୍ଗ ପରମ୍ପରା, ଉତ୍ତିଷ୍ଠୀତ ଐତିହ୍ଯ, ଉଚ୍ଚକୋଟୀର ପରିପାଟୀ, ସମୃଦ୍ଧ ସାହିତ୍ୟ ,ସୁଲଳିତ ନୃତ୍ୟ ,ସୁମଧୁର ସଙ୍ଗୀତ ଏବଂ ସ୍ୱାଦିଷ୍ଟ ବ୍ୟଞ୍ଜନର ଅପୂର୍ବ ସମାହାର ଘଟିବ ବୋଲି ଜଣାଯାଇଛି। ଓଡ଼ିଶାରେ ଆମର   ମୌଳିକ ଉତ୍ପତ୍ତି ସହିତ ସମ୍ପର୍କ ଯୋଡ଼ିବା ଏବଂ ଓଡ଼ିଆ ଜାତିର ସ୍ବର୍ଣ୍ଣାଭ ଇତିହାସରୁ ଗର୍ବ, ପ୍ରେରଣା ଓ ପ୍ରୋତ୍ସାହନ ଲାଭ କରିବା ଏହି ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଆୟୋଜକ ମାନେ ଦର୍ଶାଇଛନ୍ତି।

ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଏହି ସାଂସ୍କୃତିକ ମହାକୁମ୍ଭରେ ଓଡ଼ିଶା ଓ ଇଂଲଣ୍ଡର ବହୁ ପାରଦର୍ଶି ଏବଂ ପ୍ରତିଭାବାନ କଳାକାର ମାନଙ୍କର ସୃଜନଶୀଳତାର ଚାତୁର୍ଯ୍ୟ ଦେଖିବାକୁ ମିଳିବ। ମହୋତ୍ସବର ମୁଖ୍ୟ ଆକର୍ଷଣ ମହାନ ଅଭିନେତା କୁନା ତ୍ରିପାଠୀ, ଓଲିଉଡ ଯୁବ ତାରକା ଦେବାଶିଷ ପାତ୍ର, ଉଦୀୟମାନ ଅଭିନେତ୍ରୀ ଶୀତଲ ପାତ୍ର ଏବଂ ‘କମେଡି କିଙ୍ଗ’ ପପୁ ପମପମଙ୍କର ଦମଦାର ଅଭିନୟ ହେବ। ଅନ୍ୟାନ୍ୟ ଉଲ୍ଲେଖଯୋଗ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ତନୟା ପଟ୍ଟନାୟକ, ତୁଳିକା ତ୍ରିପାଠୀ  ଏବଂ ପ୍ରେମ ସାହୁଙ୍କର ଓଡ଼ିଶୀ ନୃତ୍ୟ, ଈପ୍ସିତା ପଣ୍ଡା ,କୁଳଦୀପ-ଶାଶ୍ୱତୀ ପଟ୍ଟନାୟକ ଯୋଡ଼ି ତଥା ଟ୍ରୁପଙ୍କର ସଙ୍ଗୀତ ପରିବେଷଣର ଜାଦୁଗରୀ ଝଲକ ମଧ୍ୟ ଦେଖିବାକୁ ମିଳିବ। ଏହା ବ୍ୟତୀତ ଉତ୍ସବରେ ବିଭିନ୍ନ ଧରଣର କ୍ରୀଡା ଓ ଚିତ୍ରାଙ୍କନ ପ୍ରତିଯୋଗିତା, କୁଶଳ ବିନିମୟ କର୍ମଶାଳା ଏବଂ ଫେସନ ସୋ ଆଦି ମଧ୍ୟ ସ୍ଥାନ ପାଇବ।

ଆଗାମୀ ଅଧିବେଶନ କାଳରେ ଓସୁକ ସହିତ ସମ୍ପୃକ୍ତ ସମସ୍ତଙ୍କୁ  ଆମ ସମ୍ପ୍ରଦାୟର ଉଲ୍ଲେଖଯୋଗ୍ୟ ସଫଳତା, ଅତୀତର ଅଭୁଲା ସ୍ମୃତି ଏବଂ ଭବିଷ୍ୟତର କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋକପାତ କରିବାର ଭରପୁର ସୁଯୋଗ ମିଳିବ ବୋଲି ଓସୁକର ସଭାପତି ବିଶ୍ୱଜିତ ପ୍ରଧାନ ଏବଂ ସମ୍ପାଦକ ସୁକାନ୍ତ ସାହୁ ଗଣମାଧ୍ୟମକୁ ସୁଚାଇଛନ୍ତି । 

୪୬ ତମ ଅଧିବେଶନକୁ ଆୟୋଜନ କରୁଥିବା କୋର ଟିମରେ ସଙ୍ଗଠନ ସମ୍ପାଦକ ଅଶୋକ ଚନ୍ଦ୍ର ପାଣିଗ୍ରାହୀ, ନୀରା ତିୱାରୀ, ସାଂସ୍କୁତିକ ସମ୍ପାଦକ ଅନୁଶ୍ରୀ ପଟ୍ଟନାୟକ, ଅକ୍ଷିତା ବ୍ରହ୍ମା, କୋଷାଧ୍ୟକ୍ଷ କିଶୋର ଦାସ, ସାଙ୍ଗଠନିକ କମିଟି ସଦସ୍ୟ ବୃନ୍ଦ ଉମାକାନ୍ତ ରାଉତ,ଶ୍ରୀକାନ୍ତ ପାଢ଼ୀ,ସୁସ୍ମିତା ରାଜହଂସ, ଅମ୍ବିକା ପାଢ଼ୀ ତଥା ଯୁବ ସଦସ୍ୟ ଆୟୁଷ ଜେନା ଦାସ, ବିଶାଳ ମାୟୋ, ଆଶ୍ରିୟା ଫର୍ଣ୍ଣାଡୋ, ପ୍ରିୟେଶ ଫର୍ଣ୍ଣାଡୋ ଏବଂ ଓସୁକର ପୂର୍ବତନ ସମ୍ପାଦକ ଶିବରଞ୍ଜନ ବିଶ୍ୱାଳ ପ୍ରମୁଖ ଅନ୍ତର୍ଭୁକ୍ତ l  ଆସନ୍ତା ଅଧିବେଶନରେ ଶିରୋନାମା ପ୍ରୟୋଜକ ଭାବେ ଏଭୋସ ଓ ପୋଟଲି ସ୍ଥାନ ପାଇବେ। ଅନ୍ୟାନ୍ୟ ପ୍ରୟୋଜକ ମାନଙ୍କ ମଧ୍ୟରେ ୱାର୍ଲଡ ଓଡ଼ିଶା ସୋସାଇଟି, ଆର୍ ଆର୍ ଇଭେଣ୍ଟସ୍,ଏସଆର୍ ସିଷ୍ଟମସ୍, ଆସପୋରା, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକେର ଭାରତୀୟ ଷ୍ଟେଟ ବ୍ୟାଙ୍କ ଏବଂ ଆମେଡିୟସ ପ୍ରମୁଖ ରହିଥିବା ଜଣାଯାଇଛି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like