-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||     

HOME   ରାଜ୍ୟ

ଯୁଧିଷ୍ଠିର ମିଶ୍ର ଉଚ୍ଚବିଦ୍ୟାଳୟରେ ଯୁଧିଷ୍ଠିର ମିଶ୍ର ଜୟନ୍ତୀ ପାଳିତ, ସମ୍ବିଧାନରେ ଜନଜାତିଙ୍କ ସୁରକ୍ଷାକୁ ସ୍ଥାନୀତ କରିଥିଲେ  ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର-ମୁକେଶ ମହାଲିଙ୍ଗ

19-Aug-2025



ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ଏକ ବଡ ପ୍ୟାକେଜ ଅଣାଯିବ-ମୁକେଶ

ବଲାଙ୍ଗୀର(ପ୍ରେରଣା ଖବର): ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜିବନୀ କୁ ଦେଖିଲେ ତାଙ୍କର ଅନେକ କାର୍ଯ୍ୟକଳାପ ଆଜି ବି ଅନାଲୋଚିତ ଭାବେ ରହିଛି। ଯଦିଓ ତାଙ୍କ କାର୍ଯ୍ୟଧାରା ଲୋକଙ୍କ ପ୍ରତି ତାଙ୍କର ଚିନ୍ତାଧାରା ଦେଶର ସମ୍ବିଧାନରେ ଲିପିବଦ୍ଧ ଅଛି ତଥାପି ମଧ୍ୟ ଏପରି କିଛି ଅବଦାନ ଅଛି ଯାହା ଦ୍ୱାରା ସେ କାଳ କାଳ ପାଇଁ ସ୍ମରଣୀୟ ରହିବ। ତାହା ହେଲା ସମ୍ବିଧାନ ପ୍ରଣେତା ସଭାରେ ଜନଜାତିଙ୍କ ସୁରକ୍ଷାର କଥା। ସ୍ୱର୍ଗତ ମିଶ୍ର ସମ୍ବିଧାନ ପ୍ରଣୟନ ସମୟରେ ଦେଶର ଅଗଣିତ ଜନଜାତିଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ପ୍ରସ୍ତାବ ଦେଇଥିଲେ ଯାହାକି ପରବର୍ତ୍ତୀ ସମୟରେ ସମ୍ବିଧାନରେ ସ୍ଥାନୀତ ହୋଇ ଥିଲା। ଏହା ହେଉଛି ଦେଶର ଅଗଣିତ ଜନଜାତିଙ୍କ ପ୍ରତି ତାଙ୍କର ଗୋଟିଏ ବଡ ଅବଦାନ ବୋଲି ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ୧୧୧ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଛତାମଖନା ପଂଚାୟତ ସ୍ଥିତ ଯୁଧିଷ୍ଠିର ମିଶ୍ର ଉଚ୍ଚବିଦ୍ୟାଳୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା.ମୁକେଶ ମହାଲିଙ୍ଗ ନିଜ ବକ୍ତବ୍ୟରେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଛତାମଖନା 

ମାଟି ଅନେକ ମହାପୁରୁଷଙ୍କୁ ଜନ୍ମ ଦେଇଛି। ଆଗାମୀ ଦିନରେ ଆହୁରି ମହାପୁରୁଷ ଯେ ଏ ଅଂଚଳରୁ ଜନ୍ମ ନେଇ ମାଟି ମାତୃକା ସେବାରେ ଆସିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଯୁଧିଷ୍ଠିର ଉଚ୍ଚ ବିଦ୍ୟାଳୟର ବିକାଶ ପାଇଁ ୧୦ଲକ୍ଷ ଟଙ୍କା ନିଜ ଅନୁଦାନ ପାଣ୍ଠିରୁ ଅନୁଦାନ ପ୍ରଦାନ କରି ଏକ ବାଳିକା କମନ ରୁମ୍ ସହ ଟୟଲେଟ ଗୃହର ଶୁଭ ଭିତ୍ତିପ୍ରସ୍ତର ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇ କଲେଜର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ସେ ବିଧାୟକ ଥିବା ସମୟରେ ଡବ୍ଲୁଓଡିସି ତରଫରୁ ଉଚ୍ଚ ବିଦ୍ୟାଳୟର ଉନ୍ନତି ପାଇଁ ଅଣାଯାଇଥିବା ୫୦ଲକ୍ଷ ଟଙ୍କାର ଅନୁଦାନ ରାଶି ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ କୁ ଆସିପାରିନଥିବାରୁ ସେ ଉପରେ ମୁଖ୍ୟ ଅତିଥି ମୁକେଶ ମହାଲିଙ୍ଗ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ । ତା ସହ ଏ ଅଂଚଳରେ ଏକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଥିଲେ । ମୁଖ୍ୟବକ୍ତା ସଂଜିବ କୁମାର ପ୍ରଧାନ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ଜିବନୀ ଆଲୋଚନା କରି କହିଥିଲେ ଯେ ଯୁଧିଷ୍ଠିର ମିଶ୍ର ରେଭେନ୍ସା ମହାବିଦ୍ୟାଳୟ ପାଠ ପଢୁଥିବା ବେଳେ ୧୯୩୮ ମସିହାରେ ଇଷ୍ଟ ହଷ୍ଟେଲରେ ଇଂରେଜ ପତାକାକୁ ହଟେଇ ଜାତୀୟ ପତାକା ଉତ୍ତୋଳନ କରାଇଥିଲେ । ଏଥିରୁ ତାଙ୍କର ସାହସିକତା, ଜାତୀୟ ବୋଧତା ଓ ସ୍ୱାଧିନତା ଆନ୍ଦୋଳନ ପ୍ରତି ଥିବା ତାଙ୍କ ଅନୁରକ୍ତି ର ପ୍ରମାଣ ମିଳେ । ଆଇନ ପାଠ ଅଧ୍ୟୟନ ପାଇଁ ବିହାର ର ପାଟଣା ଯାଇଥିବା ବେଳେ ସେ ବାମପନ୍ଥି ଆନ୍ଦୋଳନ ରେ ଜଡିତ ହୋଇ ଛାତ୍ର ଯୁବକ କୃଷକ ଶ୍ରମିକଙ୍କ ଅବହେଳିତଙ୍କ  ସ୍ୱାର୍ଥ ଲଢେଇ ରେ ସାମିଲ ହୋଇଥିଲେ । ଛାତ୍ର ସମୟରେ

ଏଆଇଏସ୍‌ଏଫ୍ ଛାତ୍ର ସଂଗଠନର ରାଜ୍ୟ ସାଧାରଣ ସଂପାଦକ ପଦବିରେ ରହି ଛାତ୍ରଙ୍କ ସୁରକ୍ଷା ପାଇଁ ଲଢେଇ ରେ ଅବତିର୍ଣ୍ଣ ହୋଇଥିଲେ । ପରବର୍ତ୍ତି ସମୟରେ ବଲାଙ୍ଗିର ପ୍ରତ୍ୟାବର୍ତ୍ତନ କରି ଆଇନ ବୃତ୍ତିରେ ନିଜକୁ ନିୟୋଜିତ କରି କୃଷକ ଦଳ ଗଠନ କରିବା ସହ ପ୍ରଜାମଣ୍ଡଳ ଆନ୍ଦୋଳନରେ ସାମିଲ ହୋଇଥିଲେ । ପରବର୍ତ୍ତି ସମୟରେ ଡ. ବି.ଆର. ଆମ୍ବେଦକରଙ୍କ ନେତୃତ୍ୱରେ ଗଠିତ ସମ୍ବିଧାନ ପ୍ରଣେତା ସଦସ୍ୟ ଏବଂ ପରବର୍ତ୍ତି ସମୟରେ ୧୯୫୦-୫୨ ଦୁଇ ବର୍ଷ ପାଇଁ ଦେଶର ପାଲ୍ୟାମେଣ୍ଟରେ ସଦସ୍ୟ ଥିଲେ । ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ଜଣେ ଜନନାୟକ ଥିଲେ ଏଥି ପାଇଁ ଯେ ତାଙ୍କର କାର୍ଯ୍ୟଶୈଳିର ସକରାତ୍ମକ ପ୍ରଭାବ ପରବର୍ତ୍ତି ପିଢି ପାଇଁ ଆଜି ପର୍ଯ୍ୟନ୍ତ କାମରେ ଆସୁଛି ବୋଲି ମୁଖ୍ୟବକ୍ତା ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟରେ କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଛତିଶଗଡରେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ପ୍ରକାଶ ଚନ୍ଦ୍ର ହୋତା ଯୋଗ ଦେଇ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ରଙ୍କ ବର୍ତ୍ତମାନର ସମାଜକୁ ଅବଦାନ ଉପରେ ଆଲୋକପାତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ଅଧ୍ୟକ୍ଷ ଧନଞ୍ଜୟ ସେଠ, ଦୈତାରି ପୁଝାରୀ, ପବିତ୍ର ଦଣ୍ଡସେନା ପ୍ରମୁଖ ପରିଚାଳନା କରିଥିବା ବେଳେ ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026

You Might Also Like