-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-Jul-2025
ଭୁବନେଶ୍ବର(ପ୍ରେରଣା ଖବର): ପଣ୍ଡିତ ପ୍ରବୀର କୁମାର ମହାପାତ୍ରଙ୍କୁ ଶ୍ରୀ ଜଗନ୍ନାଥ ଯୋଗାଇୟ ପକ୍ଷରୁ ବରିଷ୍ଠ ସାମ୍ବାଦିକ ତଥା ବିରଜାଭୁମି ର ସମ୍ପାଦକ ନିର୍ମଳ ଚନ୍ଦ୍ର ସାମଲ ସମ୍ବର୍ଦ୍ଧିତ କରିଛନ୍ତି। ସେ ଦୀର୍ଘଦିନ ଧରି ଇଣ୍ଡିୟାନ୍ ବ୍ଯାଙ୍କରେ ସଫଳତାର ସହ କାର୍ଯ୍ୟ କରି ଉଚ୍ଚ ପଦବୀରେ ରହି ସେବା ନିବୃତ କରିଥିଲେ। ସେ ଜଣେ ମେଧାବୀ ଓ ବିଜ୍ଞ ବ୍ୟକ୍ତି। ପଣ୍ଡିତ ମହାପାତ୍ର ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ତଥା ଏଲ୍ଏଲ୍ବ ବି ଡିଗ୍ରୀ କୃତିତ୍ୱ ସହ ହାସଲ କରି ଥିଲେ।
ରାଜ୍ୟ ଅର୍ଥ ସେବାରେ ଦୀର୍ଘଦିନ କାର୍ଯ୍ୟକରି ଅବସର ନେଇଥିବା ରମେଶ ଚନ୍ଦ୍ର ପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇ ଥିଲା। ସେ ସିଙ୍ଗାପୁର ପରିଭ୍ରମଣରେ ଯାଇ ଫେରିଛନ୍ତି। ଅନୁଷ୍ଠାନ ପକ୍ଷରୁ ଯୋଗଗୁରୁ ଏଲ୍ ଏନ୍ ପାଢି, ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ସମେତ ସମସ୍ତ ଯୋଗ ଭାଇ ଯୋଗଦେଇ ସମ୍ବର୍ଦ୍ଧିତ କରିଥିଲେ।