-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ଡଃ ନଳିନୀ ପତିଙ୍କର ରୋଟାରୀ ଇ-କ୍ଲବର ସଭାପତିତ୍ୱ ଗ୍ରହଣ

24-Jul-2025



ଭୁବନେଶ୍ବର/ କାନବେରା(ପ୍ରେରଣା ଖବର):ଆନ୍ତର୍ଜାତିକ ପ୍ରସିଦ୍ଧି ପ୍ରାପ୍ତ କର୍କଟ ରୋଗ ବିଶେଷଜ୍ଞ ଡଃ ନଳିନୀ ପତି ରୋଟାରୀ ଇନ୍ଟରନ୍ୟାଶନାଲ ଜିଲ୍ଲା ୩୨୬୨ ଅଧୀନସ୍ଥ ଇ-କ୍ଲବର ସଭାପତିତ୍ବ ଗ୍ରହଣ କରିଥିବା ଜଣାଯାଇଛି । ଆଇଟି ପରାମର୍ଶଦାତା ନୀଳାମ୍ବର ମିଶ୍ର କ୍ଲବର ସମ୍ପାଦକ ଭାବରେ ମନୋନୀତ ହୋଇଛନ୍ତି। ରୋଟାରିଆନ ଦୁର୍ଗା ପ୍ରସାଦ ଗୌଡ଼ ନୂଆ ଉପ-ସଭାପତି ଏବଂ ରବି କୁମାର ନାୟକ କୋଷାଧ୍ୟକ୍ଷ ପଦଭାର ଗ୍ରହଣ କରିଛନ୍ତି। ଏହି କ୍ଲବର ଦଶମ ସଭାପତି ଭାବରେ ଡଃ ପତିଙ୍କୁ ନିକଟରେ ଆୟୋଜିତ ଏକ ହାଇବ୍ରିଡ ଉତ୍ସବରେ ଅବସ୍ଥାପିତ କରାଯାଇଛି। ମୁଖ୍ୟ ସ୍ଥାପନା ଉତ୍ସବ କାନବେରାଠାରେ ଆୟୋଜନ କରାଯାଇଥିବା ବେଳେ ବିଶ୍ୱର କୋଣ ଅନୁକୋଣରୁ ରୋଟାରୀ ସଦସ୍ୟମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ଦେଖାଯାଇଥିଲା । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ରୋଟାରୀ ୩୨୬୨ ଜିଲ୍ଲାର ଗଭର୍ଣ୍ଣର ମନୋଜ ତ୍ରିପାଠୀ,  ପିଡିଜି ଜୟଶ୍ରୀ ମହାନ୍ତି ,  ପିଡିଜି ଏସ.ପି. ବାଗାରିଆ, ପିପି ମାଙ୍ଗିଲାଲ ବଳଦେୱା, ପି.ପି ଡଃ. ଚିଦାତ୍ମିକା ଖଟୁଆ, ପିପି ତନ୍ମୟ ମହାନ୍ତି, ପିପି ନିହାର ଭୂୟାଁ, ପିପି ଆଶିଷ ସାହୁ, ପିପି ଅଭିଜିତ ସାହୁ, ରୋଟାରିଆନ ଡଃ ହରପ୍ରିୟା ଧଳ, ରୋଟାରିଆନ ରୂପାଲି କାକର, ଡଃ. ପ୍ରତ୍ୟୁଷ, ରୋଟାରିଆନ ଡଃ. ସୁସ୍ମିତା ଦାସ, ରୋଟାରିଆନ ମହମ୍ମଦ ରକନୁଦ୍ଦିନ ଅହମ୍ମଦ, ଦେବମିତ୍ରା ପାଢୀ ଏବଂ ଡଃ. ଲିତା ମହାପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। 

ରୋଟାରୀ ଇ-କ୍ଲବକୁ ୨୦୧୬ ମସିହାରେ  ସୁଦକ୍ଷ ଓ ସଦା ସକ୍ରୀୟ  ପିଡିଜି ଜୟଶ୍ରୀ ମହାନ୍ତି ପ୍ରତିଷ୍ଠା କରିଥିଲେ । ଶ୍ରୀମତୀ ମହାନ୍ତିଙ୍କର ଉତ୍ତୁଙ୍ଗ ନେତୃତ୍ୱ ଏବଂ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କ୍ଲବ ଏବେ ବହୁ ସାଫଲ୍ୟ ଅର୍ଜନ କରିପାରିଛି। ଇ-କ୍ଲବ ଓଡ଼ିଶାରେ ନାନାବିଧ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଯଥେଷ୍ଟ ସୁନାମ ଅର୍ଜନ କରି ଚାଲିଛି । ସମାବେଶରେ କ୍ଲବର ସଫଳତା ନେଇ ସନ୍ତୋଷ ପ୍ରକାଶ କରି ପିଡିଜି ଜୟଶ୍ରୀ ମହାନ୍ତି, ଏହି କ୍ଲବ ଏହାର ସ୍ଥାପନାର ଉଦ୍ଦେଶ୍ୟକୁ ସାକାର କରିବା ପାଇଁ ଆଗେଇ ଚାଲିଥିବା ପ୍ରକାଶ କରିଥିଲେ। ବିଶେଷ କରି ଏହାର ଗୌରବ ଗାଥା ମଧ୍ୟରେ ତିନୋଟି ଆନ୍ତର୍ଜାତୀୟ ଅନୁଦାନ ଯାଉଥିବା ଶ୍ରୀମତୀ ମହାନ୍ତି ଉଲ୍ଲେଖ କରିଥିଲେ। ସମଗ୍ର ସଭା କାର୍ଯ୍ୟକୁ ପିପି ଝଞ୍ଜା ଦାସ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ।

ଡିଜିଏନ୍ ହରନ ରାମଚନ୍ଦ୍ରନ କାନବେରାଠାରେ ସ୍ଥାପନା ଅଧିକାରୀ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ। ପରେ ଶ୍ରୀ ରାମଚନ୍ଦ୍ରନ ଏକ ବିବୃତିରେ କାନବେରାର ଗର୍ବିତ ନାଗରିକ ତଥା ଦରଦୀ ରୋଟାରିଆନ ଡଃ ନଳିନୀ ପତି, ତାଙ୍କର ନୂତନ କର୍ମକ୍ଷେତ୍ରକୁ 
ସଫଳ ନେତୃତ୍ୱ, ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଏବଂ ପେଶାଦାରୀ ପାରଦର୍ଶିତାର ବିପୁଳ ଅଭିଜ୍ଞତା ଓ ଅପାର କୁଶଳତାର ବାହକ ହେବେ 
ବୋଲି ଆଶା ପ୍ରକାଶ କରିଥିଲେ।ଅଷ୍ଟ୍ରେଲୀୟ ଓଡ଼ିଆ ଭାବରେ ବିଶ୍ଵର ସର୍ବାଧିକ ନାମକରା ଦାତବ୍ୟ ସଙ୍ଗଠନ ରୋଟାରୀ ଇନ୍ଟରନ୍ୟାଶନାଲର
ଏଭଳି ସମ୍ମାନସ୍ପଦ ପଦବୀ ଅଧିକାର କରିବାରେ ଡଃ. ପତି ପ୍ରଥମ।  ତାଙ୍କର ନିଯୁକ୍ତି ସମ୍ପର୍କୀୟ ଖବର ଜଣା ପଡ଼ିବା ପରେ ଅଷ୍ଟ୍ରେଲିଆରେ ଅବସ୍ଥାପିତ ସମଗ୍ର ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିବା ଜଣା ଯାଇଛି।

ଜଣେ ଆଗଧାଡ଼ିର ଚିକିତ୍ସାବିତ ଭାବରେ ସାରା ପୃଥିବୀରେ ପ୍ରତିଷ୍ଠା ଅର୍ଜନ କରିଥିବା ଡଃ. ନଳିନୀ ପତି ଏବେ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଉପାଧକ୍ଷ ରହିଛନ୍ତି। ସେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ.ଇଙ୍କ )ର ପୂର୍ବତନ ସଭାପତି ଅଟନ୍ତି। ଜଣେ ପ୍ରାଧ୍ୟାପକ ଭାବରେ ଡଃ. ପତି ଏବେ ହେମାଟୋଲୋଜି, ଅଙ୍କୋଲୋଜି, ପେଡ଼ିଆଟ୍ରିକ୍ ହେମାଟୋଲୋଜିର ବିଭାଗର ବରିଷ୍ଠ ପରାମର୍ଶଦାତା ଭାବରେ ଅଷ୍ଟ୍ରେଲିଆର କାନବେରା ଚିକିତ୍ସାଲୟରେ କାର୍ଯ୍ୟରତ ଅଛନ୍ତି । ସେ  ଅଷ୍ଟ୍ରେଲିଆର ଜାତୀୟ ବିଶ୍ଵ ବିଦ୍ୟାଳୟ ଏବଂ କାନବେରା ବିଶ୍ଵ ବିଦ୍ୟାଳୟର ବରିଷ୍ଠ ଫ୍ୟାକଲ୍ଟି  ସଦସ୍ୟ ଏବଂ ଭାରତର ମଣିପାଲ ବିଶ୍ୱବିଦ୍ୟାଳୟର ପରିଦର୍ଶକ ପ୍ରଫେସର ପଦବୀରେ ରହିଛନ୍ତି। ହେମାଟୋଲୋଜିରେ ଡଃ. ପତି ଆନ୍ତର୍ଜାତୀୟ କ୍ଲିନିକାଲ ଟ୍ରାଏଲ ମଧ୍ଯ ପରିଚାଳନା କରି ଆସୁଛନ୍ତି। ଜଣେ କର୍ମଠ, ନିଷ୍ଠାପର, ସଚ୍ଚୋଟ, ଦରଦୀ, ଉତ୍ସର୍ଗୀକୃତ, ପରୋପକାରୀ, ମିଷ୍ଟଭାଷୀ, ଭରସା ସମ୍ପନ୍ନ ଏବଂ ଦାୟିତ୍ବବାନ ବ୍ୟକ୍ତି ଭାବରେ ଡଃ. ପତିଙ୍କର ସମାଜରେ ବେଶ ସୁନାମ ରହିଛି। ଅସାମାନ୍ୟ ସାଙ୍ଗଠନିକ ଶକ୍ତିର ଅଧିକାରୀ ଡଃ. ପତି ରୋଟାରୀ ଇନ୍ଟରନ୍ୟାଶନାଲ ପାଇଁ ନିଶ୍ଚିତ ଜଣେ ବହୁ ମୂଲ୍ୟବାନ ସମ୍ପଦ ଭାବରେ ଗଣ୍ୟ ହେବେ ବୋଲି କୁହାଯାଉଛି। ଡାକ୍ତରୀ ଦୁନିଆ ଏବଂ ସମାଜ ପାଇଁ ଡଃ. ପତିଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କୁ ବହୁ ପୁରସ୍କାର ଓ ଉପାଧି ପ୍ରଦାନ କରାଯାଇଛି। ଏହା ମଧ୍ୟରେ ଅଷ୍ଟ୍ରେଲିଆରୁ ଏଫ୍ଆରଏସିପି ଏବଂ ଏଫ୍ଆରସିପିଏ ଆଦି ଫେଲୋସିପ,

ଏସଟିଆଚାର ସ୍ଵର୍ଣ୍ଣ ପଦକ, ଅଷ୍ଟ୍ରେଲିଆର ନାଟା ତରଫରୁ ଉତ୍କର୍ଷ ସେବା ସମ୍ମାନ, ଗ୍ରାମୀଣ ଅଷ୍ଟ୍ରେଲିଆରେ ବିଶେଷ ସେବା ପାଇଁ ଜୀବନବ୍ୟାପୀ ସାଧନା ପୁରସ୍କାର ଏବଂ ରୟାଲ୍ ଅଷ୍ଟ୍ରେଲେସିଆ କଲେଜ ଅଫ ଫିଜିସିଆନ ତରଫରୁ ସ୍ଵର୍ଣ୍ଣ ପଦକ ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ସମାଜ ସେବା ପାଇଁ ଭାରତ ଓ ଅଷ୍ଟ୍ରେଲିଆରେ ସେ ବହୁ ପୁରସ୍କାରର ଅଧିକାରୀ ହୋଇଛନ୍ତି। କର୍କଟ, ହୃଦରୋଗ ଏବଂ ଅନ୍ୟାନ୍ୟ ଗୁରୁତର  ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଡଃ. ପତି ନିୟମିତ ଭାବରେ ଜନ ସଚେତନତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଆସୁଛନ୍ତି। ରୋଟାରୀ ଇ-କ୍ଲବର ସଭାପତି ଦାୟିତ୍ବ ଗ୍ରହଣ କରିବା ପରେ ଡଃ. ପତିଙ୍କୁ ୱାର୍ଲ୍ଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ପିଡିଜି ଜୟଶ୍ରୀ ମହାନ୍ତି, ରୋଟାରିଆନ ଡଃ. ଚିଦାତ୍ମିକା ଖଟୁଆ, ଆଶିଷ ସାହୁ, ଡଃ. ପ୍ରତ୍ୟୁଷ, ଡଃ. ସୁସ୍ମିତା ଦାସ ଏବଂ 
 ରୋଟାରିଆନ କାଭି  ପ୍ରମୁଖ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଡଃ ପତିଙ୍କର ଅମ୍ଲାନ ବ୍ୟକ୍ତିତ୍ଵ, ସଫଳତା ପୂର୍ଣ୍ଣ ପୃଷ୍ଠଭୂମି, ଲୋକାଭିମୁଖୀ ଆଭିମୁଖ୍ୟ ଯୋଗୁଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଷ୍ଟ୍ରେଲିଆଠାରୁ ଓଡ଼ିଶା ପର୍ଯ୍ୟନ୍ତ ସେ ବେଶ ଲୋକପ୍ରିୟତା ଅର୍ଜନ କରିପାରିଛନ୍ତି । ସ୍ଥାପନା ସମାରୋହ ପରେ ଗଣମାଧ୍ୟମକୁ ନିଜର ବକ୍ତବ୍ୟ ପ୍ରଦାନ କରି ଡଃ. ପତି, ରୋଟାରୀ ନେତୃବର୍ଗ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ନିଜର କୃତଜ୍ଞତା ପ୍ରକାଶ କରିଛନ୍ତି। ସମସ୍ତଙ୍କର ସହଯୋଗ କ୍ରମେ ସେ ରୋଟାରୀ ଇ-କ୍ଲବର ସଭାପତି ଭାବରେ ତାଙ୍କର କାର୍ଯ୍ୟକାଳ ମଧ୍ୟରେ ଜନସାଧାରଣଙ୍କର ସେବା କରିବା ପାଇଁ ନିଜର ସାଧ୍ୟ ମୁତାବକ ପ୍ରଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like