-+91-9937148622 |
prerana_bgr@rediffmail.com |
Friday 13th March 2026 |
R.N.I. Regd No. ODIODI/2010/46693
Breaking News
24-Jul-2025
ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ତରଫରୁ ଆସନ୍ତା ଜୁଲାଇ ୨୭ ତାରିଖ ରବିବାର ଦିନ ସକାଳ ୯ ଟା ସମୟରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ନିଜ ଘରେ ଲଗାଇଲା ଭଳି ତଥା ସମସ୍ତଙ୍କ ପାଇଁ ଉପକାରୀ ଫଳମୂଳ ଯଥା ଲିଚୁ, ଆମ୍ବ, ପିଜୁଳି,ଲେମ୍ବୁ,ଜାମୁ କୋଳି ଆଦି ଗଛର ଚାରା ଲୋକଙ୍କୁ ମାଗଣାରେ ପ୍ରଦାନ କରାଯିବ ବୋଲି ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ସୂଚନା ଦେଇଛନ୍ତି l ରାସ୍ତାରେ ଯାଉଥିବା ଲୋକଙ୍କୁ ନିଜ ଘରେ ଗୋଟିଏ ଗୋଟିଏ ଗଛ ଲଗାଇବା ସହ ପରିବେଶ ସୁରକ୍ଷା ପାଇଁ ଏକ ସଚେତନତାର ବାର୍ତ୍ତା ଦେବା ଏହି ଅଭିଯାନର ଲକ୍ଷ୍ୟ ଅଟେ l ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସମସ୍ତ ସଭ୍ଯ ତଥା ସହର ର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ପରିବେଶ ପ୍ରେମୀ ମାନେ ଯୋଗ ଦେବାକୁ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ନିବେଦନ କରିଛନ୍ତି l