-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଅପରାଧ

ବରଗାଁ ରାସ୍ତାରେ ରଞ୍ଜନ ସ୍ୱାଇଁଗ୍ୟାଙ୍ଗର ଉତ୍ପାତ,୪ଜଣଙ୍କୁ ଖଣ୍ଡାରେ ହାଣିଲେ ଓ ଲୁଟିଲେ

01-Feb-2025



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ପୁଇଁତଳା ଥାନା ଅଞ୍ଚଳରେ ଏକ ଲୁଟେରାଗ୍ୟାଙ୍ଗ ଉତ୍ପାତ କରୁଥିବା ସୂଚନା ମିଳିଛି। ସାତମାଇଲ ଛକରୁ ବରଗାଁ ଦେଇ ସୋନପୁର ଜିଲ୍ଲାର ମେଣ୍ଡାଅଞ୍ଚଳକୁ ଯାଇଥିବା ରାସ୍ତାରେ ଶୁକ୍ରବାର ରାତିରେ ଅଟକାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଏହି ଗ୍ୟାଙ୍ଗର ଲିଡର ଭୁର୍ସିପାଲିର ରଂଜନ ସ୍ୱାଇଁ ହୋଇଥିବା ବେଳେ ତା ସାଙ୍ଗରେ ୮ରୁ ୧୦ଜଣ ଅସାମାଜିକ ଯୁବକ ରହିଛନ୍ତି । ଶୁକ୍ରବାର ରାତି ୮ଟାରେ ତରଭା ଥାନାର ଦେଉଳପଦର ଗାଁର ପରିକ୍ଷିତ ପୁରୋହିତ ମୋଟରସାଇକେଲରେ ଯାଉଥିବା ବେଳେ ବରଗାଁ ଗାଁମୁଣ୍ଡରେ ତାକୁ ଅଟକାଇ ଖଣ୍ଡାରେ ହାଣିଛନ୍ତି । ପରିକ୍ଷିତଙ୍କ ମୁଣ୍ଡରେ ଗଭୀର ଆଘାତ ଥିବା ବେଳେ ହାତରେ ମଧ୍ୟ ଷ୍ଟିଜ ହୋଇଛି । ତାକୁ ରଂଜନ ସ୍ୱାଇଁ ଓ ଅନ୍ୟମାନେ ଖଣ୍ଡାରେ ହାଣିଛନ୍ତି ଓ ଏହା ହତ୍ୟାପାଇଁ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ପରିକ୍ଷିତଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକ ଉଦ୍ଧାର କରି ପ୍ରଥମେ ସୋନପୁର ଜିଲ୍ଲା ନାଇକେନପାଲି ଡାକ୍ତରଖାନାକୁ ନେଇ ପ୍ରାଥମିକ ଚିକିତ୍ସା କରାଇ ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ଆଣି ଭର୍ତ୍ତି କରାଇଛନ୍ତି । ପୁଇଁତଳା ଥାନାରେ ଏନେଇ ପରିକ୍ଷିତର ବାପା କୃଷ୍ଣଚନ୍ଦ୍ର ପୁରୋହିତ ଅଭିଯୋଗ ଦେଲାପରେ ମାମଲା ରୁଜୁ ହୋଇଛି । ଠିକ ସେହିପରି ମେଣ୍ଡା ନିକଟସ୍ଥ ରାଜପାଲି ଗ୍ରାମର ପୃଥ୍ୱୀରାଜ ସୁନା ମଧ୍ୟ ସେହି ରାସ୍ତାରେ ମୋଟରସାଇକେଲରେ ଯାଉଥିବା ବେଳେ ତାକୁ ମଧ୍ୟ ଅଟକାଇ ଖଣ୍ଡାରେ ଆକ୍ରମଣ ହୋଇଛି । ସେହି ରଂଜନ ସ୍ୱାଇଁ ଓ ତାଙ୍କ ଗ୍ୟାଙ୍କ ଏହି ଆକ୍ରମଣ କରିଛନ୍ତି । ପୃଥ୍ୱୀରାଜଙ୍କୁ ତରଭା ଥାନା ଅନ୍ତର୍ଗତ କେକଟପାଲି ଗାଁ ନିକଟରେ ଆକ୍ରମଣ ହୋଇଛି । ତାଙ୍କୁ ଆତର୍କିତ ଆକ୍ରମଣ ପରେ ପୃଥ୍ୱୀରାଜ ଜୀବନ ବିକଳରେ ଗାଡିଛାଡି ଅନ୍ଧାରରେ ଦଉଡି ପଳାଇଥିଲେ । ପୃଥ୍ୱୀରାଜଙ୍କ ଫୋନକଲ ପାଇ ତାଙ୍କ କିଛି ସାଙ୍ଗ ଓ ମେଣ୍ଡା ଫାଣ୍ଡି ଏସଆଇ ରବିନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ ଆସିବା ବେଳେ ରଂଜନ ସ୍ୱାଇଁ ସେମାନଙ୍କୁ ମଧ୍ୟ ଖଣ୍ଡାଧରି ମାରିବାକୁ ଗୋଡାଇଥିଲେ । ପୋଲିସ ହାତରେ କେବଳ ଲାଠିଥିବା ବେଳେ ଗୁଣ୍ଡାଙ୍କ ହାତରେ ଖଣ୍ଡାଗୁଡିକ ରହିଥିଲା । ତେଣୁ ତରଭା ଓ ସୋନପୁରରୁ ପୋଲିସ ଟିମ ଡକାଇ କୌଣସି ପ୍ରକାରେ ଜଣକୁ ମେଣ୍ଡା ପୋଲିସ କାବୁ କରିବାକୁ ସଫଳ ହୋଇଥିଲା । ରାତିରେ ପୁଣି ଆଉ ଜଣକୁ ଧରିଥିବା ଜଣାଯାଇଛି । ତରଭା ଥାନାରେ ମଧ୍ୟ ପୃଥ୍ୱୀରାଜଙ୍କ ଅଭିଯୋଗ ଉପରେ ଏକ ଡକାୟତି ମାମଲା ରୁଜୁ ହୋଇଛି । ଠିକ ସେହିପରି ବ୍ରାହ୍ମଣୀପାଲି ଗାଁର ଜଣେ ଯୁବକକୁ ମଧ୍ୟ ଏହି ଗୋଷ୍ଠୀ ଆକ୍ରମଣ କରିଥିବା ସୂଚନା ମିଳିଛି । ସେହି ରାସ୍ତାରେ ଯାଉଥିବା ବହୁତ ସମୟରେ ଲୋକଙ୍କୁ ଲୁଟର ଶୀକାର ହେବାକୁ ପଡୁଛି । ପୋଲିସ ଅନ୍ୟମାନଙ୍କୁ ଧରିବା ପାଇଁ ଛାନଭିନ ଚଳାଇଛି । ପ୍ରକାଶ ଯେ,ରଂଜନ ସ୍ୱାଇଁ ବହୁତବର୍ଷ ହେଲା ପୁଇଁତଳା ଥାନା ଅଞ୍ଚଳରେ ଉତ୍ପାତ ଚଳାଇଛି । କିଛି ରାଜନେତା ସେହି ଗ୍ୟାଙ୍ଗକୁ ନିଜର ବାହୁବଳ ଆକାରରେ ବ୍ୟବହାର କରୁଥିବାରୁ ରାଜନୈତିକ ପୃଷ୍ଠପୋଷକତା ପାଉଥିବା ମଧ୍ୟ ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି । ପୋଲିସ ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ଜନସାଧାରଣ ରେ ଦାବି ହେଉଛି । ପୁଇଁତଳା ପୋଲିସ ଶତୃଘ୍ନ ପାତ୍ର ନାମକ ଜଣେ ଅଭିଯୁକ୍ତକୁ ଧରିଥିବା ପୁଇଁତଳା ଆଇଆଇସି ସୁବରାଜ ଧରୁଆ କହିଛନ୍ତି । ସେପଟେ ମେଣ୍ଡା ଫାଣ୍ଡିରେ ମଧ୍ୟ ମାମଲା ନମ୍ବର-୨୫/୨୦୨୫ ରୁଜୁ ହୋଇ ତିନିଜଣ  ଅଭିଯୁକ୍ତ ଜିତେନ ବିଶି,ବିନୋଦ ମେଶ୍ୱା ଓ ନେପାଲ କୁଦେଇକୁ ଧରି ଅଟକ ରଖିଛନ୍ତି । ତରଭା ଥାନା ଅଞ୍ଚଳରେ ଡକାୟତି ମାମଲା ରୁଜୁ ହୋଇଥିବା ବେଳେ ପୁଇଁତଳା ଥାନାରେ ହତ୍ୟାଉଦ୍ୟମ ମାମଲା ରୁଜୁ ହୋଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like