-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
11-Jan-2021
କନ୍ଧମାଳ,(ପ୍ରେରଣା ଖବର) - ଭଞ୍ଜନଗର ଅଭିମୁଖେ ଯାଉଥିବାବେଳେ ସଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ!! ବସରେ ଲାଗିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଗଲା ବସ୍ । ବଡ଼ ବିପଦରୁ ଅଳ୍ପକେ ବର୍ତିଗଲେ ଯାତ୍ରୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଛକଠାରେ ଥିବା ବସରେ ନିଆଁ ଲାଗି ଯାଇଥିଲା । ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏ ରାମପୁର ଠାରୁ ଭଂଜନଗର ଅଭିମୁଖେ ଯିବା ବେଳେ ହଠାତ ବସରେ ସର୍ଟ ସକ୍ରିଟ ଯୋଗୁଁ ନିଆ ଲାଗିଥିବା ସନ୍ଦେହ କରାଯାଉଛି । ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ କରିଥିଲେ । ବସ୍ ଥିବା ଯାତ୍ରୀ ଅଳ୍ପକେ ବଡ଼ ବିପଦରୁ ବତି ଯାଇଥିବା ବେଳେ ସେମାନଙ୍କର କୌଣସି ଅସୁବିଧା ହୋଇନଥିବା ଜଣାପଡ଼ିଛି ।