-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||     

HOME   ରାଜ୍ୟ

ଭୁବନେଶ୍ୱର ରୁ ପୁନେ କୁ ଉଡିବ ଏଆର ଏସିଆ

10-Jan-2021



ଭୁବନେଶ୍ବର,(ପ୍ରେରଣା ଖବର ବ୍ୟୁରୋ) : ଖୁବଶୀଘ୍ର ଭୁବନେଶ୍ବରରୁ ପୁନେକୁ ଉଡାଣ ଉଡିବ ଏୟାର ଏସିଆ । ଯାତ୍ରୀଙ୍କ ପାଇଁ ସୁବିଧା ଯୋଗାଇବ ଏହି ବିମାନସେବା । କୋଲକାତାରୁ ଭୁବନେଶ୍ବର ଦେଇ ବିମାନ ଯିବ ପୁନେ । ସରକାର ପ୍ରତି ଉଡ଼ାଣ ପିଛା ଏଟିଏଫ୍‌ ଉପରେ ଭାଟ୍‌ କର ବାବଦରେ କମ୍ପାନିକୁ ୫୦ ହଜାର ଟଙ୍କା ଛାଡ଼ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

 ଆନ୍ତଃରାଜ୍ୟ ବିମାନ ଚଳାଚଳରେ ସରକାରଙ୍କର ଏପରି ଅଜବ ନିଷ୍ପତ୍ତିକୁ ନେଇ ବିବାଦ ଦେଖାଦେଇଛି । ରାଜ୍ୟରୁ ଦୈନିକ ୨୭ଟି ବିମାନ ବିଭିନ୍ନ ରାଜ୍ୟକୁ ଚଳାଚଳ କରୁଥିଲା ବେଳେ ଏହି ନିର୍ଦ୍ଦିଷ୍ଟ କମ୍ପାନି ପ୍ରତି କାହିଁକି ଅନୁକମ୍ପା ଦେଖାଇଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଭୁବନେଶ୍ବର ବିମାନବନ୍ଦର ଦେଇ ପୁନେକୁ ଉଡ଼ାଣ ସେବା ଯୋଗାଇବାକୁ ଏୟାର ଏସିଆ (ଇଣ୍ଡିଆ) ଲିମିଟେଡ଼୍‌ ପ୍ରସ୍ତାବ ଦେଇଥିଲା । ଏଥିପାଇଁ କମ୍ପାନି କିଛି ସର୍ତ୍ତ ରଖିଥିଲା । ଏଟିଏଫ୍‌ ଉପରେ ଭାଟ୍‌ ଛାଡ଼, ଅବତରଣ ଓ ପାର୍କିଂ ବାବଦରେ ପ୍ରତି ରାଉଣ୍ଡ୍‌ ଅପ୍‌ ଉଡ଼ାଣ ପିଛା ୧ ଲକ୍ଷ ୨୬ ହଜାର ୭୨୯ ଟଙ୍କା ଲେଖାଏଁ ବର୍ଷକ ପାଇଁ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲା । କମ୍ପାନିର ଏହି ପ୍ରସ୍ତାବ ଉପରେ ବାଣିଜ୍ୟ ଓ ପରିବହନ ବିଭାଗ ତର୍ଜମା କରି ଏସବୁ ବାବଦରେ ୫୦ ହଜାର ଟଙ୍କା ଛାଡ଼ କରିବାକୁ ନିଷ୍ପତ୍ତି ନେଇଥିଲା । ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ଫାଇଲ ପଠାଯାଇଥିଲା । ମୁଖ୍ୟମନ୍ତ୍ରୀ ବିଭାଗର ଏହି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି । ଏହି ରିହାତି କମ୍ପାନିକୁ ପ୍ରଥମ ୩ ମାସ ପାଇଁ ଦେବାକୁ ନିଷ୍ପତ୍ତି ହୋଇଛି ।
ସରକାରଙ୍କ ଏହି ରହସ୍ୟମୟ ନିଷ୍ପତ୍ତି ଏକାଧିକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପୂର୍ବରୁ ଆନ୍ତର୍ଜାତିକ ବିମାନସେବା ଆରମ୍ଭ କରିବାକୁ ଏୟାର ଏସିଆକୁ ସରକାର ଏପରି ଆର୍ଥିକ ପ୍ରୋତ୍ସାହନ ଦେଇଥିଲେ । କିନ୍ତୁ ଆନ୍ତଃରାଜ୍ୟ ବିମାନ ଚଳାଚଳ ପାଇଁ ଏପରି ପ୍ରୋତ୍ସାହନ ପ୍ରଥମ ଘଟଣା । ଭୁବନେଶ୍ବର ବିମାନବନ୍ଦରରୁ ୮ରୁ ୧୦ଟି ରାଜ୍ୟକୁ ଦୈନିକ ୨୭ଟି ବିମାନ ଚଳାଚଳ କରୁଛି । ଆବଶ୍ୟକ ସଂଖ୍ୟକ ଯାତ୍ରୀ ନ ହେଉଥିଲେ ବି ଅନ୍ୟ କମ୍ପାନିମାନେ ସେମାନଙ୍କ ସେବା ଜାରି ରଖିଛନ୍ତି । ଏୟାର ଏସିଆ ମଧ୍ୟ ଭୁବନେଶ୍ବରରୁ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗାଳୁରୁକୁ ବିମାନସେବା ଯୋଗାଉଛି । ଅନ୍ୟ କୌଣସି କମ୍ପାନିକୁ ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଉ ନାହାନ୍ତି । କିନ୍ତୁ ଏୟାର ଏସିଆର ପୁନେକୁ ବିମାନସେବା ପାଇଁ ସରକାର କାହିଁକି ଏପରି ଅନୁକମ୍ପା ଦେଖାଇଲେ ତାହା ବୁଝାପଡ଼ୁନି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   15-Aug-2026
  ଜିଲ୍ଲା  
ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ   15-Aug-2026
  ଜିଲ୍ଲା  
ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026

You Might Also Like