-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
10-Jan-2021
(ପ୍ରେରଣା ଖବର ବ୍ୟୁରୋ) - ଭାରତର ଓ ଫ୍ରାନ୍ସର ପ୍ରତିରକ୍ଷା କ୍ଷେତ୍ରରେ ପରସ୍ପରକୁ ସହଯୋଗ କରିବା ପାଇଁ ଏକାଠି କାମ ଆରମ୍ଭ କରିଛନ୍ତି। ଫ୍ରାନ୍ସ ରାଫେଲ ଯୁଦ୍ଧ ବିମାନ ଓ ପାନ୍ଥର ହେଲିକପ୍ଟର ଉପରେ ଭାରତକୁ ବଡ ଅଫର ଦେଇଛି। ଏବେ ଫ୍ରାନ୍ସର ପାନ୍ଥର ମିଡିୟମ ୟୁଟିଲିଟି ହେଲିକପ୍ଟରକୁ (Panther medium utility helicopters) ୧୦୦ ପ୍ରତିଶତ ଭାରତରେ ହିଁ ଆସେମ୍ବଲ କରାଯାଇଛି। ଏହାଛଡା ରାଫେଲ ଫାଇଯର ଜେଟ୍ର ଆସେମ୍ବଲି ଲାଇନ୍ ୭୦ ପ୍ରତିଶତ ପର୍ଯ୍ୟନ୍ତ ଭାରତରେ ହିଁ ସିଫ୍ଟ କରିହେବ। ଏହାଦ୍ବାରା ଭାରତରେ ‘ମେକ ଇନ୍ ଇଣ୍ଡିଆ’ ଅଭିଯାନକୁ ଆଗକୁ ବଢାଇବାରେ ସାହାର୍ଯ୍ୟ ମିଳିବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଦୁଇ ଦେଶର ଟେକ୍ନୋଲୋଜି ଟ୍ରାନ୍ସଫର କରିବା ନେଇ ଆଲୋଚନା ହୋଇଛି!! ଉଲ୍ଲେଖନୀୟ ଯେ, ଭାରତ ଓ ପ୍ରାନ୍ସ ଭିତରେ ବାର୍ଷିକ ରଣନୀତି ଯୋଗାଯୋଗକୁ ନେଇ ଗତ ସପ୍ତାହରେ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନଙ୍କ ରାଜନୈତିକ ପ୍ରସଙ୍ଗର ପରାମର୍ଶଦାତା ଇମାନୁଏଲ୍ ବନ୍ ଦିଲ୍ଲୀରେ ଥିଲେ। ଏହି ସମୟରେ ଦୁଇ ଦେଶ ଭିତରେ ପ୍ରତିରକ୍ଷା ସହଯୋଗ ଉପରେ ଆଲୋଚନା ହୋଇଥିଲା।କୁହାଯାଉଛି ଯେ, ଫ୍ରାନ୍ସରୁ ଭାରତ ଅଧିକ ରାଫେଲ୍ ଜେଟ୍ କିଣିପାରେ। ଭାରତରେ ଏହାକୁ ଆସେମ୍ବଲ କରିବା ପରେ ଏହାର ମୂଲ୍ୟ ମଧ୍ୟ ଖୁବ୍ କମ୍ ହୋଇଯିବ!!