-+91-9937148622 |
prerana_bgr@rediffmail.com |
Saturday 15th August 2026 |
R.N.I. Regd No. ODIODI/2010/46693
Breaking News
15-Aug-2026
ନର୍ଲା (ଚିନ୍ତାମଣି ନାଏକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ମାରୱାଡି ସମ୍ମେଳନ ର ଅଧ୍ୟକ୍ଷ ମାନନୀୟ ଡକ୍ଟର ସୁବାଷ ଚନ୍ଦ୍ର ଅଗ୍ରୱାଲ ଯୋଗ ଦେଇ ପତାକା ଉତ୍ତୋଳନ କରି ଥିଲେ l ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ରାଜେଶ କୁମାର ଦତ୍ତା ଯୋଗଦେଇ ଥିଲେ l ଅନୁଷ୍ଠାନ ର ସଭାପତି ଶ୍ରୀ ଘନଶ୍ୟାମ ଭୋଇ, ସମ୍ପାଦକ ଶ୍ରୀ ସଂଜୀବ ଦାସ ତଥା ପରିଚାଳନା ସମିତି ସଭ୍ୟା ମାନେ ଉପସ୍ଥିତ ରହି ଶିଶୁଙ୍କୁ ଉତ୍ସାହିତ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥି ଶିଶୁଙ୍କୁ ମାର୍ଗଦର୍ଶନ ସହିତ ବିଦ୍ୟାଳୟକୁ ସାହାଯ୍ୟ ଓ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ l ବରିଷ୍ଠ ଗୁରୁଜୀ ନିକୁଞ୍ଜ ବିହାରୀ ନାଗ ମଞ୍ଚ ପରିଚାଳନା କରିଥିଲେ l