-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ମେଲଛାମୁଣ୍ତା (ପ୍ରେରଣା ଖବର): ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଆଖ ପାଖ ଅଂଚଳରେ ଗୁରୁବାର ଏକ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଥିଲା। ରାସ୍ତାରେ ଯାଉଥିବା ଅନେକ ଗୃହପାଳିତ ପ୍ରାଣୀଙ୍କ ସମେତ ଲୋକଙ୍କୁ ଆକ୍ରମଣ କରିବା ଫଳରେ ୫ ଜଣ ଆହତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣେ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ପାଗଳା କୁକୁରଟି ଏଣେତେରେ ଘୂରି ବୁଲିବା ସହ ଟାଲ ଗ୍ରାମର ଭୁବନେଶ୍ବର ପଧାନ (୬୦), ଲକ୍ଷପତି ବାରିକ (୫୨), ସୁମନ୍ତ ପଧାନ (୨୪), ମଟିଆମହୁଲ ଗ୍ରାମର ରଂଜିତ ରାଉତ (୮୦) ଓ ଲତା ସାହୁ (୨)ଙ୍କୁ କାମୁଡ଼ି ଆହତ କରି ଦେଇଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେମାନଙ୍କ ମଧ୍ୟରୁ ବୃଦ୍ଧ ରଞ୍ଜିତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କୁକୁର ଆତଙ୍କ ଯୋଗୁଁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି।