-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
09-Jan-2021
ବ୍ରହ୍ମପୁର (ପ୍ରେରଣା ଖବର): ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ୍ ଇଲାକାରେ କାର୍ଯ୍ୟରତ ୫ଜଣ ଶିକ୍ଷକ ଜାଲ୍ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ରରେ ଚାକିରି କରୁଥିବା ଜଣାପଡ଼ିଛି। ସେମାନଙ୍କ ଦରମା ବନ୍ଦ କରାଯାଇ କୋଦଳା ଥାନାରେ ଏତଲା ଦିଆଯାଇଥିବା ଜଣାପଡ଼ିଛି। ତେବେ ତଦନ୍ତରେ ବାଧା ଉପୁଜିବା ଆଶଙ୍କା କାରଣରୁ ସେମାନଙ୍କ ନାମ ପ୍ରକାଶ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ବେଗୁନିଆପଡ଼ା ବିଇଓ କମଳାକାନ୍ତ ସାହୁ। ବିଇଓ କାର୍ଯ୍ୟାଳୟ ପକ୍ଷରୁ ବେଗୁନିଆପଡ଼ା ବ୍ଲକ୍ରେ କାର୍ଯ୍ୟରତ ୩୬ଜଣ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ମାଧ୍ୟମିକ ଶିକ୍ଷା ପରିଷଦ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ବିଭିନ୍ନ ବିଶ୍ବବିଦ୍ୟାଳୟକୁ ଯାଞ୍ଚ ପାଇଁ ପଠାଯାଇଥିଲା। ଏହା ପରେ ଘୋଡ଼ାପଡ଼ା-ଏ ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଥିଲେ। ଅନ୍ୟପକ୍ଷରେ ଗତ କିଛି ଦିନ ତଳେ ଯାଞ୍ଚ୍ ରିପୋର୍ଟ ଆସିଛି। ସେଥିରେ ୫ଜଣ ଜାଲ୍ ଶିକ୍ଷକ ଧରାପଡ଼ିଛନ୍ତି। ପ୍ରକାଶ ଥାଉ କି, ଗଞ୍ଜାମରେ ଜାଲ୍ ପ୍ରମାଣପତ୍ରରେ ଶତାଧିକ ଶିକ୍ଷକ ଚାକରି କରୁଥିବା ନେଇ ଅଭିଯୋଗ ପରେ ଶିକ୍ଷା ବିଭାଗ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା। ୨୦୨୦ ମାର୍ଚ୍ଚ ମାସ ସୁଦ୍ଧା ପ୍ରାୟ ୪୫ଜଣ ଜାଲ୍ ଶିକ୍ଷକ ଶିକ୍ଷୟିତ୍ରୀ ଧରାପଡ଼ିଥିଲେ। ଜଣେ ସିଆରସିସିଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ଶିକ୍ଷକ ଧରାପଡ଼ିବା ଭୟରେ ଚାକିରିରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ଧରା ପଡ଼ିଥିବା ଜାଲ୍ ଶିକ୍ଷକ ସ˚ଖ୍ୟା ଆଜିର ପାଞ୍ଚ ଜଣଙ୍କୁ ମିଶାଇ ପ୍ରାୟ ୭୦ରେ ପହଞ୍ଚିଛି।