-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ରାଜ୍ୟ

ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଏହାର ଦିଲ୍ଲୀ କ୍ୟାମ୍ପସ୍‌ରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ମହିଳାଙ୍କ ନେତୃତ୍ୱ ଉପରେ ବାର୍ଷିକ ସମ୍ମିଳନୀ ଉନ୍ମୋଚିତ

22-Oct-2024



ସମ୍ବଲପୁର(ସଂଜୀବ ପାଣିଗ୍ରାହୀ): ବିଭିନ୍ନ କ୍ଷେତ୍ରରେ ନେତୃତ୍ୱ ଭୂମିକାରେ ମହିଳାଙ୍କ ପ୍ରତିନିଧିତ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁର ଏହାର ଦିଲ୍ଲୀ କ୍ୟାମ୍ପସ୍‌, ଆଇଏସ୍‌ଆଇଡି ବସନ୍ତ କୁଞ୍ଜରେ "ବ୍ୟବସାୟ ଉତ୍କର୍ଷତା ପାଇଁ ମହିଳା ନେତୃତ୍ୱ’ ଶୀର୍ଷକ ଏକ ରାଉଣ୍ଡଟେବୁଲ ସମ୍ମିଳନୀ ସହିତ 'ମାର୍ମାଗ୍ୟ ୯.୦: ବାର୍ଷିକ ବିଜନେସ୍ କନକ୍ଲେଭ୍‌କୁ ଉନ୍ମୋଚନ କରିଛି। ଏହି ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ନେତୃତ୍ୱରେ ମହିଳାଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, କାରଣ ଏହା ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାର ଏକ ପ୍ରମୁଖ ବାହକ ହେବ।

କାର୍ଯ୍ୟରେ ଲିଙ୍ଗଗତ ସମାନତା ଯେ କୌଣସି ବ୍ୟବସାୟର ମୂଳଦୁଆ ବୋଲି ବିଶ୍ୱବ୍ୟାପୀ ବ୍ୟବସାୟୀ ଲିଡରମାନେ ଏକମତ। ୱାର୍ଲଡ୍ ଇକୋନୋମିକ୍ ଫୋରମ୍ ୨୦୨୪ ଅନୁଯାୟୀ, ୧.୪ ବିଲିୟନରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଭାରତ ଏହାର ଲିଙ୍ଗଗତ ବ୍ୟବଧାନର ୬୪.୧% ରହିଛି। ଶିକ୍ଷା ନାମଲେଖାରେ ମହିଳାଙ୍କ ଯଥେଷ୍ଟ ପ୍ରତିନିଧିତ୍ୱ ସତ୍ୱେ ସେମାନଙ୍କ ଅଂଶଗ୍ରହଣରେ ସାମାନ୍ୟ ବୃଦ୍ଧି ଘଟିଛି। 
ଏହି ରାଉଣ୍ଡଟେବୁଲ ଆଲୋଚନାରେ ଲିଙ୍ଗଗତ ବ୍ୟବଧାନ କାହିଁକି ରହିଛି, ଏହାକୁ କିପରି ହ୍ରାସ କରାଯାଇପାରିବ ଏବଂ ଭାରତ ଓ ବିଦେଶରେ ସର୍ବୋତମ ଅଭ୍ୟାସ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉପରେ ଆଲୋଚନା ହୋଇଥିଲା। ଏହି ରାଉଣ୍ଡଟେବୁଲ ବୈଠକରେ ସରକାର, ଗଣମାଧ୍ୟମ, ବୁଦ୍ଧିଜୀବୀ ଏବଂ କର୍ପୋରେଟ୍ କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କୁ ଆମନ୍ତ୍ରଣ କରି ଲିଙ୍ଗଗତ ଅନ୍ତର୍ଭୁକ୍ତୀକରଣ ଏବଂ ନେତୃତ୍ୱ ଉପରେ ଆଲୋଚନା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରାଯାଇଥିଲା। କର୍ପୋରେଟ୍‌, ସରକାର, ଏନଜିଓ ଏବଂ ଶିକ୍ଷାରେ ୨୦ରୁ ଅଧିକ ଶୀର୍ଷ ମହିଳା ଲିଡର୍ ସେମାନଙ୍କ ମତାମତ ଉପସ୍ଥାପନ କରିଥିଲେ ଏବଂ ଏଥିରେ ୧୦୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

ଆଇଆଇଏମ୍ ସମ୍ବଲପୁର ମହିଳା ସଶକ୍ତୀକରଣକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରିଛି ଏବଂ ଐତିହାସିକ ଭାବରେ ମହିଳାଙ୍କ ବ୍ୟବସାୟିକ ଭୂମିକା ଏବଂ ସୁଯୋଗକୁ ସୀମିତ କରୁଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବା ଉପରେ ଧ୍ୟାନ ଦେଇଛି।

ଏହି ଅବସରରେ *ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ* ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, “ଆଇଆଇଏମ୍ ସମ୍ବଲପୁରରେ ଆମେ ବିଶ୍ୱାସ କରୁ ଯେ ଭାରତର ଲିଙ୍ଗଗତ ବ୍ୟବଧାନକୁ ଦୂର କରିବା କେବଳ ଏକ ଲକ୍ଷ୍ୟ ନୁହେଁ ବରଂ ଏକ ଜାତୀୟ ଆବଶ୍ୟକତା। ଆମର କେନ୍ଦ୍ରୀଭୂତ ଗବେଷଣା ପଦକ୍ଷେପ ଏବଂ ଗୁରୁତ୍ୱପୂର୍ଣ୍ଣ ରାଉଣ୍ଡଟେବୁଲ ମାଧ୍ୟମରେ ଆମେ କର୍ପୋରେଟ୍‌, ସରକାର, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ କ୍ଷେତ୍ରରେ ମହିଳା ନେତୃତ୍ୱ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ଏବଂ କାର୍ଯ୍ୟକୁ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛୁ। ୟୁଏନ୍ ଗ୍ଲୋବାଲ୍ କମ୍ପାକ୍ଟ ଭଳି ବିଶ୍ୱସ୍ତରୀୟ ସଂସ୍ଥା ସହ ସହଯୋଗିତା ସମେତ ଆମର ଅଭିନବ ଆଭିମୁଖ୍ୟ ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ମହିଳାଙ୍କ ଅଂଶଗ୍ରହଣ ଏବଂ ଅବଦାନକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୀତି ନିର୍ଧାରକମାନଙ୍କୁ ଉପସ୍ଥାପିତ ଏକ ବିସ୍ତୃତ ରିପୋର୍ଟରେ ପରିଣତ ହେବ। ଏହା ଏକ ଆଲୋଚନାଠାରୁ ଅଧିକ; ଏହା ଭାରତର ସାମଗ୍ରିକ ଅଭିବୃଦ୍ଧି କାହାଣୀକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଅଧିକ ସମାବେଶୀ ଏବଂ ସମୃଦ୍ଧ ଭବିଷ୍ୟତ ଦିଗରେ ଏକ ଆନ୍ଦୋଳନ।’’

*ୟୁଏନଜିସି ନେଟୱାର୍କ ଇଣ୍ଡିଆର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରତନେଶ ଝା* କହିଛନ୍ତି, “ସ୍ଥାୟୀ ବିକାଶ ପାଇଁ ଲିଙ୍ଗଗତ ସମାନତା କେନ୍ଦ୍ରୀୟ ଅଟେ । ଅଗ୍ରଗତି ସତ୍ୱେ ନିକଟରେ ଏକ ଏସଡିଜି ଷ୍ଟକଟେକ୍ ରିପୋର୍ଟ ସୂଚାଇଥାଏ ଯେ ଆମେ ଆମର କେବଳ ୧୭% ଲକ୍ଷ୍ୟ ପାଇଁ ପଥରେ ଅଛୁ। ଏହି ବିଶାଳ ବ୍ୟବଧାନକୁ ପୂରଣ କରିବା ପାଇଁ ଆମକୁ ଲିଙ୍ଗଗତ ସମାନତା, ଜଳବାୟୁ କାର୍ଯ୍ୟାନୁଷ୍ଠାନ, ଜଳ ସ୍ଥିରତା, ଏସଡିଜି ଫାଇନାନ୍ସ ଏବଂ ଜୀବନଧାରଣ ମଜୁରୀ ସମେତ ପାଂଚଟି ବିଷୟଗତ କ୍ଷେତ୍ର ଉପରେ ଧ୍ୟାନ ଦେବାକୁ ପଡିବ। ଏହି ଉଲ୍ଲେଖନୀୟ ଅଗ୍ରଗତି ପାଇଁ ୬ ବର୍ଷ ବାକି ଥିବା ବେଳେ କର୍ପୋରେଟ୍‌ଗୁଡ଼ିକ ଏହି ୯ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପ୍ରତି ପ୍ରତିଶ୍ରୁତିବଦ୍ଧ ହେବା ଜରୁରୀ। ଯଦି ଆମେ ୨୦୩୦ ସୁଦ୍ଧା ପ୍ରକୃତରେ ଏକ ସମାବେଶୀ ଏବଂ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ଚାହୁଁଛୁ ତେବେ ସମାନ ବେତନ ହାସଲ କରିବା ଏବଂ ସମସ୍ତ ପରିଚାଳନା ସ୍ତରରେ ୫୦-୫୦ ଲିଙ୍ଗ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଏକ ସାଲିସବିହୀନ ଲକ୍ଷ୍ୟ।’’

ଏହି କାର୍ଯ୍ୟକ୍ରମରେ ଲୁମିନସ୍ ଟେକ୍ନୋଲୋଜିସ୍‌ର ଏମ୍‌ଡି ଓ ସିଇଓ ପ୍ରୀତି ବଜାଜ, ଆଇଏଏସ ଆରତୀ ଆହୁଜା, ଆଇଆର୍‌ଏସ୍ ଦେବଶ୍ରୀ ନୈନ, ଏସବିଆଇ କାର୍ଡର ସିଏଫ୍‌ଓ ରଶ୍ମୀ ମହାନ୍ତି, ଅର୍ଥ ମନ୍ତ୍ରଣାଳୟର ଯୁଗ୍ମ ନିର୍ଦ୍ଦେଶକ ପ୍ରୀତି ବଲ୍ୟାନ, ଜିନ୍ଦଲ ଷ୍ଟେନଲେସ୍‌ର ସିଏସ୍‌ଆର୍ ମୁଖ୍ୟ ପ୍ରୀତିକା ଚାନ୍ଦ, ଆକ୍ସେଚଂରର ନିର୍ଦ୍ଦେଶକ ଜୟତି ରାୟ, ଏନଟିପିସି ଲିମିଟେଡ୍ର ଉପ ମହାପ୍ରବନ୍ଧକ (ଏଚ୍‌ଆର୍‌) କିନା ଶ୍ରୀ, ସତ୍ୟ ମାଇକ୍ରୋକ୍ୟାପିଟାଲ୍ ଲିମିଟେଡ୍ର ଆଭ୍ୟନ୍ତରୀଣ ଲୋକପାଳ ଅଚଳା ସବ୍ୟସାଚ୍ଚୀ, ତାଜ୍ ହୋଟେଲ୍‌ସର ନିର୍ଦ୍ଦେଶକ (ସେଲ୍‌ସ) ଅଚଳା କାଲ୍‌ରା, ଫେନେଷ୍ଟା ୱିଣ୍ଡୋଜ୍‌ର ସିଏଚ୍‌ଆର୍‌ଓ ପଲ୍ଲବୀ ପୋଦାର, ବେୟର୍‌ର ଯୋଗାଯୋଗ ଓ ପବ୍ଲିକ୍ ଆଫେୟାର୍ କଂଟ୍ରି ହେଡ୍ ତଥା ଭିପି ରଚନା ପଣ୍ଡା, ଟୋଟାଲ ରିୱାର୍ଡସ୍ ବ୍ରିଲିଓର ବରିଷ୍ଠ ନିର୍ଦ୍ଦେଶକ-ଏଚ୍‌ଆର୍ ସୀପିକା ସିଂଘଲ, ଡିଏସ୍ ଗ୍ରୁପ୍‌ର ଏସ୍‌ଭିପି-ଏ୍‌ଆର୍ ସିମିନ ଅସକାରୀ, ଆଇସିଏସଏସଆର୍‌ର ଉପ ନିର୍ଦ୍ଦେଶକ ଡ, ଶିଲି ରାଉତ, ଇନମୋବି ଗ୍ରୁପ୍‌ର ଗ୍ଲୋବାଲ୍ ଏସ୍‌ଭିିପି ତଥା କର୍ପୋରେଟ୍ ବ୍ୟାପାର ଓ ପବ୍ଲିକ୍ ପଲିସି ମୁଖ୍ୟ ଡ. ଶୁଭି ଚର୍ତୁବେଦୀ, ଇକମ୍ ଏକ୍ସପ୍ରେସ୍ ଲିମିଟେଡ୍‌ର କର୍ପୋରେଟ୍ ଇଏଚ୍‌ଏସ୍‌ଏସ୍ ମୁଖ୍ୟ ସୌମ୍ୟା ଗାନ୍ଧୀ, ରିନିଉ ବାଏର ଚିଫ୍ ପିପୁ୍‌ଲ୍ ଅଫିସର ସୁଲଭ କୌଶଳ ରାୟ, ୟୁଏନଜିସି ଇଣ୍ଡିଆ ନେଟୱର୍କର ପୂର୍ବତନ ଡେଭେଲପମେଂଟ ସ୍ପେସିଆଲିଷ୍ଟ ସୁମନ ସିଂହ, ଓମାୟା ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ଏଚ୍‌ଆର୍ ମୁଖ୍ୟ-ଦକ୍ଷିଣ ଏସିଆ ସ୍ୱାତୀ ଡୋଗ୍ରା, ପେପ୍‌ସିକୋର ବରିଷ୍ଠ ଏଚଆର୍ ବିଜନେସ୍ ପାର୍ଟନର୍ ବାଣୀ ଗର୍ଗ ଓ ବିମ୍‌ଟେକ୍‌ର ନିର୍ଦ୍ଦେଶକ ଡ ପ୍ରବୀଣା ରାଜୀବ ବକ୍ତା ଭାବେ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like