-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
22-Oct-2024
ତୁଷୁରା(ପଞ୍ଚାନନ ନାଏକ): ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁଷୁରା ଠାରେ ଗାୟତ୍ରୀ ପରିବାର, ବଜରଙ୍ଗ ଦଳ ଓ ପତିତପାବନ ୟୁଥ୍ କ୍ଲବ୍ ର ମିଳିତ ଆନୁକୁଲ୍ୟରେ ପୂର୍ବାହ୍ନ ୯ ଘଟିକାରୁ ୧୦ ଘଟିକା ପର୍ଯ୍ୟନ୍ତ ଗୋଟିଏ ଘଣ୍ଟା ସ୍ବଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍ବେଚ୍ଛାସେବୀମାନଙ୍କୁ ଫୁଲ ଚନ୍ଦନ ଦେଇ ବିଦ୍ୟାଳୟ ତରଫରୁ ସ୍ବାଗତ କରାଯାଇଥିଲା। ତତ୍ପରେ ସ୍ବେଚ୍ଛାସେବୀମାନେ ଶ୍ରମଦାନ କରି ବିଦ୍ୟାଳୟ ର ସମ୍ମୁଖଭାଗ ସଫେଇ କରିଥିଲେ। ବିଶିଷ୍ଟ ସମାଜସେବୀ ଜଗଦୀଶ କେଡିଆ, ରାଧାରମଣ କେଡିଆ, ସାଉଁରିଆ ଜୈନ, ସତୀଶ ଅଗ୍ରୱାଲ, ପ୍ରମୋଦ କୁମାର ସା, ଗୋପାଳ ସାମଲ, ଆଶୁତୋଷ କେଡିଆ, ବିଭୋର କେଡିଆ, ସୁରେଶ ଠେଟୁଆର୍, ଦୀପକ ସାହୁ,ଦୀପକ ଭୋଇ, ଦୁର୍ବାସା ଭୋଇ, ମିଥୁନ ସାହୁ, ବିଭୁ ପ୍ରସାଦ ଛତ୍ରିଆ, ବିବେକାନନ୍ଦ ବାଗ, ନିରଞ୍ଜନ ଶର୍ମା ପ୍ରମୁଖ ଉକ୍ତ ସ୍ବଚ୍ଛା ମିଶନର ନେତୃତ୍ବ ନେଇଥିଲେ। ଏଥିରେ ଶତାଧିକ ସ୍ବେଚ୍ଛାସେବୀ ଓ ଅଭିଭାବକ ସ୍ବେଚ୍ଛାକୃତ ଭାବେ ଯୋଗଦାନ କରିଥିଲେ। ଗାୟତ୍ରୀ ପରିବାର ତରଫରୁ ସମସ୍ତଙ୍କୁ ଜଳପାନ ବଣ୍ଟନ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।