-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ନୂଆପଡ଼ା/ଖଡ଼ିଆଳ (ପ୍ରେରଣା ଖବର) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଞ୍ଚଳରୁ ୭୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଦ୍ଧିଆଡଙ୍ଗର ନିକଟସ୍ଥ ଏକ ଢାବାରୁ ଖଡ଼ିଆଳ ଥାନା ପୁଲିସ ଚଢ଼ାଉ କରି ୭୫ ଜଣ ଦାଦନ ଶ୍ରମିକ ଓ ୧୦ ଜଣ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଏହି ଶ୍ରମିକମାନେ ବୋଡେନ ବ୍ଲକ ଖୀରମାଲ ଏବଂ ଲରକା ଗ୍ରାମର ବୋଲି ଜଣାପଡ଼ିଛି।
ତେବେ ଘଟଣାସ୍ଥଳରୁ ଶ୍ରମିକ ଦଲାଲ ଫେରାର ହୋଇଯାଇଥିବାର ଖବର ମିଳିଛି। ପୁଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଚାଲିଛି ବୋଲି ଖଡ଼ିଆଳ ଥାନ ଅଧିକାରୀ କୈଳାସ ଚନ୍ଦ୍ର ସେଠ ପ୍ରକାଶ କରିଛନ୍ତି। ଖଡ଼ିଆଳ ଏସଡିପିଓ ସନ୍ତକ ଜେନାଙ୍କ ଉପସ୍ଥିତିରେ ଉଦ୍ଧାର ଶ୍ରମିକମାନଙ୍କୁ ସ୍ବତନ୍ତ୍ର ବସ ଯୋଗେ ଘରକୁ ପଠାଯାଇଛି।