-+91-9937148622 |

prerana_bgr@rediffmail.com |

  Friday 21st August 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||      ସମଲେଶ୍ୱରୀ ମନ୍ଦିର ପାର୍ଶ୍ୱରେ ଥିବା ଦୋକାନ ଗୃହ ଉଛେଦ ପରେ ଏବେ ଦେବୋତ୍ତର ବିଭାଗର ଜମି କୁ ନେଇ ପ୍ରଶ୍ନବାଚୀ ♦️ ମନ୍ଦିରର ନିୟମିତ ଆୟ କେଉଁଠୁ ଆସିବ ଏହାକୁ ନେଇ ଚିନ୍ତାରେ ଭକ୍ତବୃନ୍ଦ    (20-Aug-2026)       ||      ଜିଲ୍ଲାସ୍ତରୀୟ ରେଡକ୍ରସ କାଉନସେଲର ତାଲିମ ଶିବିର ଉଦ୍‌ଯାପିତ   (30-Jul-2026)       ||      ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ପବିତ୍ର ଶ୍ରାବଣରେ ଦୁଇ ବେସାହାରା ଭିକ୍ଷୁକଙ୍କ ଶେଷ ସାହାରା ସାଜିଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ   (20-Aug-2026)       ||      *ଲେହିଡି ଗାଁରେ ଗୋଶାଳା ପାଇଁ ଭୁମି ପୂଜନ ଓ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ*-   (20-Aug-2026)       ||     

HOME   ଜିଲ୍ଲା

ବଲାଙ୍ଗୀରରେ ଆବାସ ଦୁର୍ନୀତି: ଥିଲାବାଲା ପାଉଛି, ଗରିବ ବାଦ୍‌ ପଡୁଛି

04-Jan-2021



ବଲାଙ୍ଗୀର (ପ୍ରେରଣାଖବର): ଦୁର୍ନୀତିର ଦୁର୍ନାମ ବଢ଼ିଚାଲିଛି। ଗାଁ ଗାଁରେ ଏବେ ଦୁର୍ନୀତିର ଚିତ୍ର। ଘେରାଏ ବୁଲି ଆସିଲେ ଜଣାପଡ଼ିଯାଉଛି କେମିତି ହେଉଛି ଦୁର୍ନୀତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ରଣ୍ଡା ପଂଚାୟତରେ। ଜିଆର୍‌ଏସ୍‌ ପଠାଇଥିବା ଜଣେ ଯୁବକ ଘର ଫଟୋ ଉଠାଇବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି। ତାଲିକାରେ ଥାଇ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଉକ୍ତ ଯୁବକଙ୍କୁ ଗାଁରେ ଅଟକ ରଖିଥିଲେ। ଯୁବକ ଜଣକ ବି ସବୁ ଭୁଲ୍‌ ସ୍ୱୀକାର କରି କଷ୍ଟରେ ଗାଁ ଲୋକଙ୍କ କବଳରୁ ମୁକୁଳିଥିଲେ। ରଣ୍ଡା ଗ୍ରାମବାସୀଙ୍କ କହିବା ହେଲା, ଏସ୍‌ଇସିସି ତାଲିକାରେ ଗରିବ ପରିବାରର ନାମ ସ୍ଥାନ ପାଇଥିଲା। ହେଲେ ସେମାନଙ୍କୁ ଚଞ୍ଚକତା କରି ତାଲିକାରୁ ବାଦ୍‌ ଦେଇ ଯେଉଁମାନଙ୍କ ପକ୍କା ଘର ରହିଛି ସେମାନଙ୍କୁ ଘର ଦିଆଯାଇଥିଲା। ଗାଁର ଶ୍ୟାମଚରଣ ସିଂହ, ରାଧାକାନ୍ତ ସାହୁ, ବସୁ ମନହୀରା, ମିଲା ଚନ୍ଦନ, ଧୃବ ମାହାର, ଦଶରଥ ବନଛୋର, କର ବନଛୋର, ରଙ୍କ ମନହୀରା, ଉଗ୍ରସେନ ସାହୁ, ସନ୍ତୋଷ ମିଶ୍ର, ପୁରନ୍ଦର ସାହୁ, ଚୈତନ୍ୟ ବିଶ୍ୱାଲ, ଗୋପାଳ ଚନ୍ଦ୍ର ସିଂ ପ୍ରମୁଖଙ୍କ ନାଁ ଏସ୍‌ଇସିସି ତାଲିକାରେ ସ୍ଥାନ ପାଇଥିଲା। ପ୍ରାଥମିକତା ଭିତ୍ତିରେ ତାଲିକାରେ ନାଁ ରହିବା ସହ ପଂଚାୟତର କାନ୍ଥରେ ଲେଖାଯାଇଥିଲା। ପଂଚାୟତର ଗ୍ରାମ ରୋଜଗାର ସେବକ ଓ ନିର୍ବାହୀ ଅଧିକାରୀ ସେମାନଙ୍କଠାରୁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ଘର କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଗତ ଏକ ମାସ ତଳେ ସେମାନେ ଜାଣିବାକୁ ପାଇଲେ ସେମାନଙ୍କ ନାଁ ସବୁ ତାଲିକାରୁ କାଟି ଦିଆଯାଇଛି। ଏଣୁ ପୁଇଁତଲା ବିଡିଓଙ୍କୁ ସାକ୍ଷାତ କରି କାରଣ ଜାଣିବାକୁ ଚାହିଁଥିଲେ। ବିଡିଓ କହିଥିଲେ ଭୁବନେଶ୍ୱରରୁ ତାଙ୍କ ନାଁ ସବୁ କାଟି ଦିଆଯାଇଛି। ଏହାପରେ ଗରିବ ପରିବାରଙ୍କ ସମସ୍ୟା ଜାଣି ସ୍ଥାନୀୟ ସରପଞ୍ଚ ବୀରଭଦ୍ର ସିଂହ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ଲିଖିତ ଭାବରେ ସବୁ ଜଣାଇଥିଲେ। କୌଣସି ପଦକ୍ଷେପ ନିଆଗଲା ନାହିଁ। ଏପଟେ ଦୁର୍ନୀତି କରି ଥିଲାବାଲାଙ୍କୁ ଘର ଦେଇ ବିଲ୍‌ ପାଇଁ ଉକ୍ତ ଘରର ଫଟୋ ଉଠାଇବାକୁ ଜିଆର୍‌ଏସ୍‌ ଜଣକୁ ଗାଁକୁ ପଠାଇଥିଲେ। ଲୋକେ ଏହା ଜାଣିବା ପରେ ତାତିଥିଲେ ଓ ଯୁବକ ଜଣଙ୍କୁ ନାନା ପ୍ରଶ୍ନ କରିଥିଲେ। ତିନି ମହଲା ଘର ଥିବା ଲୋକଙ୍କୁ କେମିତି ଘର ଦିଆଗଲା? ଛାତ ପଡ଼ିନଥିଲେ ବି ସଂପୂର୍ଣ୍ଣ ବିଲ କେମିତି ଉଠିଲା? ଏଭଳି ନାନା ପ୍ରଶ୍ନ ପଚାରି ଅନେକ ସମୟ ଅଟକ ରଖିଥିଲେ। ପରେ ହିତାଧିକାରୀ ବିଡିଓଙ୍କ ନିକଟକୁ ଯାଇଥିଲେ। ଗାଁ ଲୋକେ କହିଛନ୍ତି, ଜିଆର୍‌ଏସ୍‌ଙ୍କ କାମ ଉକ୍ତ ଯୁବକ କରିଥାନ୍ତି। ଲାଞ୍ଚ କାରବାର ହେଲେ ବି ସେ ସବୁ ବୁଝାବୁଝି କରୁଛନ୍ତି। ଯେଉଁମାନେ ଲାଞ୍ଚ ଦେଇଛନ୍ତି ସେମାନଙ୍କୁ ଜିଆର୍‌ଏସ୍‌ ଘର ଦେଇଛନ୍ତି। ଯେଉଁମାନେ ଲାଞ୍ଚ ଦେଇ ନାହାନ୍ତି ସେମାନେ ଘର ପାଇ ନାହାନ୍ତି ବୋଲି କହିଛନ୍ତି। ରଣ୍ଡା ପଂଚାୟତରେ ହୋଇଥିବା ଆବାସ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଗାଁ ଲୋକ ଦାବି କରିଛନ୍ତି। ଏ ନେଇ ପୁଇଁତଲା ବିଡିଓଙ୍କୁ ପଚରାଯିବାରୁ ଏସ୍‌ଇସିସି ତାଲିକାରୁ ନାଁ କେମିତି କଟିଲା ତାହା ସେ ବୁଝିପାରୁ ନାହାନ୍ତି। ହେଲେ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇଥିଲା। ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କୁ ଘର ଦେବାକୁ ପୁଣି ଥରେ ସରକାରଙ୍କୁ ଜଣାଯାଇଛି ବୋଲି କହିଛନ୍ତି। ଆଜି ଯାଇଥିବା ଯୁବକ ଜଣକ ଜିଓଟ୍ୟାଗ ବୋଲି ବିଡିଓ ସୂଚନା ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026
  ଜିଲ୍ଲା  
ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ   20-Aug-2026
  ଜିଲ୍ଲା  
ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ   20-Aug-2026
  ଜିଲ୍ଲା  
ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   20-Aug-2026
  ଜିଲ୍ଲା  
ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   20-Aug-2026
  ଜିଲ୍ଲା  
ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   20-Aug-2026

You Might Also Like