-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ଅନୁଗୋଳ (ବିରଜା ପ୍ରସାଦ ଦାସ): ଆଖି ପିଛୁଳାକେ ମିଳାଇଗଲା ନୂଆ ବର୍ଷ ଖୁସି। ସାଙ୍ଗସାଥୀଙ୍କ ସହ ନୂଆ ବର୍ଷ ଭୋଜି ସାରି ଘରକୁ ଫେରିବା ବେଳେ କାଳ ସାଜିଲା ଦୁର୍ଘଟଣା। ରାସ୍ତାରେ ହିଁ ଆଖି ବୁଜିଦେଲେ ୨ ସାଙ୍ଗ। ଏପରି ଦୁଃଖଦ ଘଟଣା ଗତକାଲି ରାତିରେ ଘଟିଛି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳରେ। ଠାକୁରଗଡ଼ ଥାନା ଅନ୍ତର୍ଗତ ପୋକୁଣ୍ଡା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି। ମୃତକଦ୍ୱୟ ହେଉଛନ୍ତି, ସାପଘରା ପଞ୍ଚାୟତ ତୁମୁରିସିଂହା ଗାଁର କୀର୍ତ୍ତନ ନାୟକ ଓ ଖମାର ଗାଁର ଜଗଦୀଶ ସାହୁ। କୀର୍ତ୍ତନ ଓ ଜଗଦୀଶ ନୂଆ ବର୍ଷ ଭୋଜି ସାରି ଏକ ବାଇକ୍ରେ ଠାକୁରଗଡ଼ରୁ ଖମାର ଅଭିମୁଖେ ଯାଉଥିଲେ। ତେବେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ବାଇକ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଆଠମଲ୍ଲିକ ସ୍ୱାସ୍ଥ୍ୟକେନ୍ଦ୍ର ପଠାଯାଇଥିଲା। ତେବେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଭ୍ୟାନ୍ ଚାଳକ ଫେରାର ହୋଇଯାଇଥିବାବେଳେ ପୁଲିସ୍ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଅଧିକ ତଦନ୍ତ ଚଲାଇଛି। ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ସାପଘରା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି।