-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
04-Jan-2021
ଭୁବନେଶ୍ୱର (ପ୍ରେରଣା ଖବର): ରାଜ୍ୟରେ ଆଜି ବି ୨୦୦ ତଳେ ରହିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେଣ୍ଟିନରୁ ଏବଂ ୭୭ ଲୋକାଲ କେସ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟରେ କରୋନା ମୃତ୍ୟୁ ଗ୍ରାଫ ମଧ୍ୟ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ୨ ଜଣ ରୋଗୀ କରୋନାରେ ଆଖି ବୁଜିଛନ୍ତି। ଆଜି ରାଜ୍ୟରେ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲାରୁ। ଏଠାରୁ ୩୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଅନୁଗୋଳ। ଏଠାରେ ୨୪ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରରୁ ୨, ବରଗଡରୁ ୯, ଭଦ୍ରକରୁ ୨, ବଲାଙ୍ଗୀରରୁ ୬ ଜଣ କରୋନା ରୋଗୀ ଚିିହ୍ନଟ ହୋଇଥିବାବେଳେ ବୌଦ୍ଧରୁ ୧, କଟକରୁ ୬, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୫, ଜଗତ୍ସିଂହପୁରରୁ ୫, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୮, କଳାହାଣ୍ଡିରୁ ୩, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୫, ନୂଆପଡାରୁ ୧୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ପୁରୀରୁ ୬, ସମ୍ବଲପୁରରୁ ୧୦, ସୋନପୁରରୁ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୁଲ ୫ ଥିବା ଜଣାଯାଇଛି। ଏହାକୁ ମିଶାଇ ଆଜି ରାଜ୍ୟରେ ମୋଟ ୩,୩୦,୪୯୨ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୬,୨୦୯। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୨୩୪୫। ସୂଚନା ଥାଉ କି, ଗତକାଲି ରାଜ୍ୟରେ ୧୯୨ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦୯ କ୍ୱାରେଣ୍ଟିନ୍ ଓ ୮୩ଟି ଲୋକାଲ କେସ୍ ଥିଲା। ଆଜି ରାଜ୍ୟରେ ବାଲେଶ୍ୱର ଏବଂ ସୁନ୍ଦରଗଡରୁ ଜଣେ ଲେଖାଏ ରୋଗୀ ଆଖି ବୁଜିଛନ୍ତି। ବାଲେଶ୍ୱରରୁ ଜଣେ ୫୨ ବର୍ଷୀୟ ବ୍ୟକ୍ତି କରୋନାରେ ଆଖି ବୁଜିଛନ୍ତି। ସେ ପୂର୍ବରୁ ଡାଇବେଟିସ୍ ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ସୁନ୍ଦରଗଡରୁ ଜଣେ ୩୭ ବର୍ଷର ଯୁବକ କରୋନାରେ ଆଖି ବୁଜିଛନ୍ତି। ସୂଚନାଥାଉ କି, ଗତକାଲି ରାଜ୍ୟରେ ୩ କରୋନା ଆକ୍ରାନ୍ତଙ୍କ ମୃତ ଘଟିଥିଲା। ଏପରି ସ୍ଥିତିରେ ଭାରତରେ କରୋନା ଟିକା ଉତ୍ପାଦନ ଲାଗି ଅନୁମତି ମିଳିବା ଆଶ୍ୱସ୍ତି ଆଣିଦେଇଛି। କରୋନା ଟିକା କୋଭିସିଲ୍ଡର ଉପ୍ତାଦନ ଲାଗି ସେରମ ଇନ୍ଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆକୁ ଅନୁମତି ପ୍ରଦାନ କରିଛି ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ। ଗତକାଲି ଡ୍ରଗ୍ସ କଂଟ୍ରୋଲର ଜେନେରାଲ୍ ଅଫ୍ ଇଣ୍ଡିଆ କାଭିସିଲ୍ଡ ଓ କୋଭାକ୍ସିନ ଟିକାର ଜରୁରୀ ବ୍ୟବହାର ନେଇ ଅନୁମତି ଦେଇଥିଲେ।