-+91-9937148622 |
prerana_bgr@rediffmail.com |
Saturday 22nd August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ଭୁବନେଶ୍ୱର/ମୁମ୍ବାଇ (ଶୁଭାଶିଷ ନାଏକ) ସଲମନଙ୍କୁ ଏବଂ ତାଙ୍କ ଫିଲ୍ମ ନିର୍ମାତା ମାନଙ୍କୁ ତାଙ୍କ ଆଗାମୀ ଫିଲ୍ମ “ରାଧେ”କୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ନ କରି ବଡ ପରଦାରେ ରିଲିଜ୍ କରିବାକୁ ଅନୂରୋଧ କରି ଏକ ଚିଠି ଲେଖିଛନ୍ତି ।କରୋନା ମହାମାରୀ କାରଣରୁ ୯ ମାସ କାଳ ସିନେମା ହଲ୍ ବନ୍ଦ ରହିଛି ତେଣୁ ବଡ ପରଦାରେ କୌଣସି ଫିଲ୍ମ ରିଲିଜ୍ ହୋଇପାରୁନି । ନୁଆବର୍ଷରେ ଅର୍ଥାତ୍ ୨୦୨୧ରେ ବଡ ବଡ ସେଲେବ୍ ମାନଙ୍କର ବିଗ୍ ବଜେଟ୍ ର ମୁଭି ସବୁ ରିଲିଜ୍ ଅପେକ୍ଷାରେ ରହିଛି । ଏହିଭଳି ସମୟରେ ଫିଲ୍ମ ଆସୋସିଏସନ୍ ମାନଙ୍କ ମନରେ ଡର ଆସିଗଲାଣି ସେ,କାଳେ ବଡ ବଡ ସେଲିବ୍ରିଟି ମାନେ ସେମାନଙ୍କ ଫିଲ୍ମ ସବୁକୁ ଓଟିଟି ପ୍ଲାଟଫର୍ମ ରେ ରିଲିଜ୍ କରିଦେବେ ।ତେଣୁ ଫିଲ୍ମ ଆସୋସିଏସନ୍ ପକ୍ଷରୁ ସଲମାନଙ୍କୁ ଏବଂ ତାଙ୍କ ଫିଲ୍ମ ନିର୍ମାତା ମାନଙ୍କୁ ତାଙ୍କ ଆଗାମୀ ଫିଲ୍ମ “ରାଧେ”କୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ନ କରି ବଡ ପରଦାରେ ରିଲିଜ୍ କରିବାକୁ ଅନୂରୋଧ କରି ଏକ ଚିଠି ଲେଖିଛନ୍ତି।ଫିଲ୍ମ ଆସୋସିଏସନ୍ ସଲମାନ ଖାନ ଏବଂ ଫିଲ୍ମ ମେକର୍ ମାନଙ୍କୁ ଖାସ୍ ଅପିଲ୍ କରିଛନ୍ତି।ଫିଲ୍ମ ଡିସଟ୍ରିବ୍ୟୁଟର ମାନେ ଏକ ଚିଠି ଲେଖି ଅନୁରୋଧ କରି ଲେଖିଛନ୍ତି ଯେ,ରାଧେ ଫିଲ୍ମ କୁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ନ କରି ସିନେମା ହଲ୍ ରେ ରିଲିଜ କରନ୍ତୁ ।ସେହିପରି ସିନେମା ହଲ୍ ମାଲିକ ମାନେ ଏହା ବି ଅପିଲ୍ କରିଛନ୍ତି ଯେ, ରାଧେ ଫିଲ୍ମ କୁ ଇଦ୍ ଅବସରରେ ରିଲିଜ୍ କରାଯାଉ ଯାହା ଫଳରେ ପୁୂର୍ବପରି ସେମାନଙ୍କ ବ୍ୟବସାୟ ହୋଇପାରିବ ।ଆସୋସିଏସନ ପକ୍ଷରୁ ଆହୁରି ମଧ୍ୟ ଲେଖାଯାଇଛି ଯେ, ଯଦି ରାଧେ ଫିଲ୍ମ ହଲରେ ମୁକ୍ତିଲାଭ କରେ, ତେବେ ଏହା ବହୁ ପରିମାଣରେ ଆର୍ଥିକ ସହାୟତା ମିଳିପାରିବ ଏବଂ ଏହି ଚଳଚ୍ଚିତ୍ର ଅନେକ ମାଲିକ ଏବଂ କର୍ମଚାରୀଙ୍କ ପାଇଁ ନୂଆ ଆଶା ଆଣିଦେବ । ଗୁଜୁରାଟ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ,ତ୍ରିପୁରା,ଛତିଶଗଡ, ତେଲେଙ୍ଗାନା,ଦିଲ୍ଲୀ,ଏସିଆର, ଉତ୍ତରପ୍ରଦେଶ, ଚେନ୍ନାଇ ସମେତ ଦେଶର ସିନେମାହଲ ମାଲିକ, ତଥା ଫିଲ୍ମ ଡିସଟ୍ରିବ୍ୟୁଟର୍ ମାନେ ସଲମାନ ଖାନଙ୍କୁ ଚିଠି ଲେଖିବାରେ ଜଡିତ ଅଛନ୍ତି ।