-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ଆନନ୍ଦପୁର (ପ୍ରେରଣା ଖବର) : କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଜଣେ ବାପଛେଉଣ୍ଡ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗରେ ୪ଜଣଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ଧକୋଠା ପଞ୍ଚାୟତର ଜଳବଣ୍ଡା ଗାଁର ଜଣେ ନାବାଳିକା ଘରେ ଏକୁଟିଆ ଥିବା ବେଳେ ୪ ଜଣ ଯୁବକ ତାଙ୍କ ସହ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। ଏନେଇ ପରିବାର ପକ୍ଷରୁ ଘସିପୁରା ଥାନାରେ ଅଭିଯୋଗ କରାଯିବା ପରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଆଜି କୋର୍ଟଚାଲାଣ କରାଯାଇଛି। ଏହାଛଡ଼ା ଏହି ଘଟଣାର ଅଧିକ ତଦନ୍ତ ଚାଲିଛି।