-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
03-Jan-2021
ଆଗଲପୁର, (ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବଡ଼ଟିକା ଗୋ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ସେହି ପଞ୍ଚାୟତର କରକଚିଆ ଗ୍ରାମଠାରେ ଏକ ଗାଈ ଚାଷ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲା କ୍ଷେତ୍ରାଧିକାରୀ ବିବେକ କୁମାର ସିଂ ଯୋଗଦେଇ ଗାଈ ପାଳିଥିବା ଚାଷୀ ମାନେ କିପରି ଭାବରେ ଦେଶୀ ଗାଈରୁ ଉନ୍ନତମାନର ଗାଈ ଘାସ ଚାଷ କରି ସ୍ୱଳ୍ପ ଖର୍ଚ୍ଚରେ ଅଧିକ କ୍ଷୀର ଉତ୍ପାଦନ କରି ଲାଭବାନ ହୋଇପାରିବେ ସେହି ବିଷୟରେ ଗାଈପାଳନ କରିଥିବା ଚାଷୀ ମାନଙ୍କୁ ବୁଝାଇଥିଲେ l କୃତିମ ପ୍ରଜନନ ଦ୍ଵାରା କିପରି ଭାବରେ ମାଇଁ ବାଛୁରି ପାଇ ପାରିବେ ଏବଂ ଗାଈର ବିଭିନ୍ନ ରୋଗର ନିରାକରଣ କରିବା ତଥା ଅନେକ ଯୋଜନା ବିଷୟରେ କହିଥିଲେ l ଏହି ଶିବିରରେ ଉଭୟ ପୁରୁଷ ଓ ମହିଳା ମୋଟ ୩୬ ଜଣ ଚାଷୀ ଯୋଗ ଦେଇଥିଲେ l ବଡ଼ଟିକା କେନ୍ଦ୍ର ଅଧିକାରୀ ବିଶ୍ୱପ୍ରତାପ ପଧାନ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଆଯୋଜନ କରି ବିଶେଷ ସହଯୋଗ କରିଥିଲେ