-+91-9937148622 |
prerana_bgr@rediffmail.com |
Tuesday 29th September 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ଟିକାବାଲି(ରମେଶ ପଣ୍ଡା): କନ୍ଧମାଳ ଜ଼ିଲ୍ଲା ଟିକାବାଲି ପଞ୍ଚାୟତ ସମିତି ରେ ସ୍ଥାୟୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନ ଥିବାହେତୁ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ନିରୀହ ଜନସାଧାରଣ ଯେକୌଣସି ଅସୁବିଧାର ସମାଧାନ ପାଇଁ ଗୁହାରି କରିବାକୁ ଆସି ନିରାଶ ହୋଇ ଫେରୁଛନ୍ତି ଗତ 31/5/2024/ରେ ଟିକାବାଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବରେ ଦାଇତ୍ୱ ତୁଲାଇ ଆସୁଥିବା ଶ୍ରୀ ଯୁକ୍ତ ମନୋଜ କୁମାର ପାଢ଼ୀ ଙ୍କ କାର୍ଯ୍ୟକାଳ ସମାପ୍ତ ହେବା ପରଠୁ ସ୍ଥାୟୀ ଭାବରେ ବିଡ଼ିଓ ନିଯୁକ୍ତି ହେଇପାରିନାହାନ୍ତି ଯଦି ଚକାପାଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ହୃଦାନନ୍ଦ ରଞ୍ଜନ ସାହୁ ଦାୟିତ୍ୱ ରେ ଅଛନ୍ତି କିନ୍ତୁ ସମୟର ଅଭାବରେ ବ୍ଲକ କାର୍ଯ୍ୟଳୟ ରେ ଠିକି ଭାବରେ ଉପସ୍ଥିତ ରହିପାରୁ ନ ଥିବାହେତୁ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ରେ ବାଧା ଉପୁଜୁଛି ଏଣୁ ତୁରନ୍ତ ଟିକାବାଲି ପଂଚାୟତ ସମିତିରେ ନୂତନ ବିଡ଼ିଓ ଙ୍କୁ ନିଯୁକ୍ତି ଦେଇ ଜନସାଧାରଣ ଙ୍କ ସମସ୍ୟା ସମାଧାନ ଦୁର କରିବା ପାଇଁ ଜନ ସାଧାରଣରେ ଦାବି ହେଉଥିବା ଜଣା ପଡିଛି l