-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
04-Aug-2024
ସୁବର୍ଣ୍ଣପୁର( ମନୋରଞ୍ଜନ ତ୍ରିପାଠୀ)ସୁବର୍ଣ୍ଣପୁର ଜିଲ୍ଲା ତାଇକଣ୍ଡୋ ସଙ୍ଘ ତଥା ଏହେସାସ ତାଇକଣ୍ଡୋ ଏକାଡେମୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସଂସ୍କୃତି ଭଵନ ପରିସରରେ ଦୁଇଦିନିଆଁ ଜିଲ୍ଲସ୍ତରୀୟ ସପ୍ତମ କୌରଗୀ ଓ ପୁମସେ ପ୍ରତିଯୋଗିତା ଅନୁଷ୍ଟିତ ହୋଇଯାଇଛି l ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଅବକାରୀ ଅଧିକ୍ଷକ ପ୍ରବୀର କୁମାର ସାମଲ ଯୋଗଦେଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ରାଜ୍ୟ ଟାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ, ଧରିତ୍ରୀ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ଶତପଥି ପ୍ରମୁଖ ଯୋଗଦେଇଥିଲେ l ସେହିଭଳି ଉଦଯାପନୀ ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟସପ୍ରତାପ ଶ୍ରୀମଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ରାଜ୍ୟ ତାଇକଣ୍ଡୋ ସଙ୍ଘର ସମ୍ପାଦକ ମନମୋହନ ଭଞ୍ଜ, ଜିଲ୍ଲା ତାଇକଣ୍ଡୋ ସଙ୍ଘର ସଭାପତି ରବୀନ୍ଦ୍ର ହୋତା, ଆଇନ ପରାମର୍ଶଦାତା ଶେଷଦେବ ବାରିକ ଏବଂ ଜିଲ୍ଲା ତାଇକଣ୍ଡୋ ସଂଘର ସମ୍ପାଦକ ଏହେସାସ ହୋତା ପ୍ରମୁଖ ଯୋଗଦେଇ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବା ସହ କୃତି ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ପ୍ରତିଯୋଗିତାକୁ ଚିଫ ରେଫରୀ ବିଜୟ କୁମାର ଭୋଇ,ବିଶ୍ୱ ରଂଜନ ସାହୁ, ନୁପୁର ଠାକୁର, ଏସ କେ ତଫିରୁଦ୍ଦିନ ପ୍ରମୁଖ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କୋଚ ଅନ୍ୱେଷ ହୋତା, ମିନିଷ ମହାନ୍ତି, ମହେନ୍ଦ୍ର ରଣା, ସୁରଜ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l ପ୍ରତିଯୋଗିତାରେ ଉଭୟ ପୁମସେ ଏବଂ କୌରଗୀ ପ୍ରତିଯୋଗିତାରେ ମୋଟ 120 ଜଣ ଖେଳାଳୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗତରେ ସଫଳତା ହାସଲ କରିଥିବା ଖେଳାଳୀ ଆସନ୍ତା ମାସରେ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ଦିଆଯିବ l