-+91-9937148622 |

prerana_bgr@rediffmail.com |

  Wednesday 29th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   (28-Jul-2026)       ||      "ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   (28-Jul-2026)       ||      ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ    (28-Jul-2026)       ||      ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   (28-Jul-2026)       ||      ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   (28-Jul-2026)       ||      ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (28-Jul-2026)       ||      ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (28-Jul-2026)       ||      ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   (27-Jul-2026)       ||      ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   (27-Jul-2026)       ||      ପାଣି ଘେରରେ ଲୋଇସିଂହା ବ୍ଲକ    (27-Jul-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   (27-Jul-2026)       ||      ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ    (27-Jul-2026)       ||      ଚାଲିଗଲେ ବରିଷ୍ଠ କଂଗ୍ରେସ ନେତା ଧରମସିଂ ବଡପଣ୍ଡା   (27-Jul-2026)       ||      ସରକାରୀ ମହିଳା ମହାବିଦ୍ୟାଲୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ   (27-Jul-2026)       ||      ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ   (27-Jul-2026)       ||      *ଡାବୁଗାଁ ଠାରେ ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ*   (27-Jul-2026)       ||      ନେପାଳରେ ବୈଧ ହେଲା ଭାରତୀୟ ୨୦୦ ଓ ୫୦୦ ଟଙ୍କିଆ ନୋଟ୍   (27-Jul-2026)       ||      ମାନସ ବିହାର ରୁଗୁଡ଼ିଖାଳ ରାମମନ୍ଦିର ପ୍ରାଙ୍ଗଣରେ ବୃକ୍ଷରୋପଣ କାର୍ଯ୍ୟକ୍ରମ   (26-Jul-2026)       ||      ପ୍ରବଳ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ଘରେ ପାଣି ପଶିବା ଯୋଗୁଁ ଲୋକେ ହଇରାଣ ହରକତ    (26-Jul-2026)       ||      *ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||     

HOME   ଦେଶ ବିଦେଶ

ବଦଳିବ କି ଜୁନାଗଡ ରାଜନୀତି ସମୀକରଣ !

20-Jul-2024



କଳାହାଣ୍ଡି(ପ୍ରେରଣା ଖବର ): କଳାହାଣ୍ଡି ଜିଲ୍ଲା ରାଜନୀତି ସଦାବେଳେ ସମଗ୍ର ରାଜ୍ୟରେ ଚର୍ଚ୍ଚା ରେ ରହି ଆସିଛି । କଳାହାଣ୍ଡି ଜିଲ୍ଲା ର ପ୍ରାକ୍ତନ ରାଜଧାନୀ ତଥା ପୁରୁଣା ସହର ଜୁନାଗଡ ରେ ମଧ୍ୟ ରାଜନୀତି ମଧ୍ୟ ସଦାବେଳେ ଚର୍ଚ୍ଚାରେ ରହିଆସିଛି  । ରାଜ୍ୟରେ ବିଗତ ୨୪ ବର୍ଷର ବିଜେଡ଼ି ସରକାର ଗତ ୨୦୨୪ ସାଧାରଣ ନିର୍ବାଚନ ରେ ବଦଳିବା ପରେ ମଧ୍ୟ ଜୁନାଗଡ ରାଜନୀତି ବଦଳି ନଥିବା ବେଳେ ତୃତୀୟ ଥର ପାଇଁ ମଧ୍ୟ ଜୁନାଗଡ ବିଜେଡ଼ି ଦଖଲ ରେ ରହିଛି । 
ସ୍ବାଧୀନତା ପରେ ସବୁବେଳେ କଳାହାଣ୍ଡି ରାଜ ପରିବାର ର ଦବ ଦବା ଥିବା ଜୁନାଗଡ ବିଧାନ ସଭା ଆସନ ୨୦୦୯ ମସିହାରୁ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି । ୧୯୭୭ ମସିହା ପର୍ଯ୍ୟନ୍ତ ରାଜ ପରିବାର ର ସିଧା ସଳଖ ଅକ୍ତିଆର ରେ ରହିଥିବା ଜୁନାଗଡ ବିଧାନସଭା କ୍ଷେତ୍ର ଚାଣକ୍ୟ ନୀତି ବଳରେ ଦୁଇଥର କଂଗ୍ରେସ ହାତକୁ ଯାଇଥିବା ବେଳେ ୧୯୮୫ ରେ ପୁନଃ ରାଜ ପରିବାରକୁ ଫେରିଆସିଥିଲା । ୧୯୮୫ ( ଜନତା ଦଳ )୧୯୯୦ ଓ ୧୯୯୫ (ବିଜେପି) ରେ କଳାହାଣ୍ଡି ରାଜପରିବାରର ସିଧା ସଳଖ ପ୍ରତିନିଧିତ୍ଵ ଥିବା ବେଳେ ୧୯୯୭, ୨୦୦୦,ଓ ୨୦୦୪(ବିଜେପି) ରେ ରାଜପରିବାର ଙ୍କ ମନୋନୀତ ସମର୍ଥକ ଙ୍କ ର ପ୍ରତିନିଧିତ୍ବ ରହିଆସିଛି । ସେହିପରି ୨୦୦୯ ରେ କଂଗ୍ରେସ ଓ ଗତ ୨୦୧୪ ମସିହାରୁ ବିଜେଡ଼ିର ସକ୍ରିୟ ସଂଗଠନ ଆରମ୍ଭ କରି ସମଗ୍ର ଦେଶ ଓ ରାଜ୍ୟରେ ପ୍ରବଳ ମୋଦୀ ହାୱା ସତ୍ବେ ୨୦୧୯ ଓ ୨୦୨୪ ରେ ମଧ୍ୟ ଜୁନାଗଡ ଠାରେ ବିଜେଡ଼ିର ପ୍ରତିନିଧିତ୍ବ ରହିଆସିଛି । 
ଅନ୍ୟ ପକ୍ଷରେ ଦେଶ ଓ ରାଜ୍ୟ ରାଜନୀତିରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ସଂଘ) ର ପ୍ରମୁଖ ଭୂମିକା ରହିଆସିଥିବା ବେଳେ ଜୁନାଗଡ ଠାରେ ବରିଷ୍ଠ କାର୍ଯ୍ୟକର୍ତ୍ତା ସାଙ୍ଗକୁ ଆତ୍ମ ଘୋଷିତ ସଂଘୀୟ କାର୍ଯ୍ୟକର୍ତ୍ତା ଥିଳେ ସୁଦ୍ଧା ସେଭଳି ପ୍ରଭାବ ବିସ୍ତାର କରିପାରୁ ନ ଥିବା କୁହାଯାଉଛି । କେବଳ ଶିଶୁ ମନ୍ଦିର ମଧ୍ୟରେ ସୀମିତ ରହୁଥିବା ବେଳେ ଦୁଇ ଜଣ ବ୍ୟବସାୟୀ ହିଁ ଜୁନାଗଡ ସଙ୍ଘକୁ ପରିଚାଳନା କରୁଥିବା କୁହାଯାଉଛି ଦେଶ ମାତୃକା ପାଇଁ ତ୍ୟାଗ ଓ ବଳିଦାନ ଦେବାକୁ ଆଗ୍ରହ ଥିବା କେତେକ ଶିକ୍ଷକ ସାମିଲ ହେଉଥିଲେ ହେଁ ଦୀର୍ଘ ବର୍ଷ ହେବା ପରେ ମଧ୍ୟ ଏହାର ପ୍ରସାର ହେଉଥିବା ଭଳି ଦେଖାଯାଉନହିଁ । ଯେଉମାନେ ଜୁନାଗଡ ମଣ୍ଡଳ ସଂଘ ର ଦାୟିତ୍ବ ରେ ଅଛନ୍ତି ସେମାନେ ନିଜ ପଦକୁ ଜାବୋଡି ରଖିବା ଉଦ୍ଦେଶ୍ୟରେ କେବଳ ନିଜକୁ ଶୁହାଇବା ଭଳି ସମର୍ଥକ ଏବଂ ନିଜ ବନ୍ଧୁ ବାନ୍ଧବ ମାନଙ୍କୁ ଡାକି ଔପଚାରିକ ଭାବେ କାର୍ଯ୍ୟକ୍ରମ ସାରିଦେଉଥିବା ଦେଖାଯାଉଛି । ଯାହା ଫଳରେ ଅନେକେ ସଂଘ ପ୍ରତି ଆକୃଷ୍ଟ ଥିଲେ ହେଁ କାର୍ଯ୍ୟକ୍ରମ ର ସୂଚନା ପାଇ ପାରୁନାହାନ୍ତି । ଚାନ୍ଦା କୁ ଗୁରୁତ୍ବ ଦେଇ ଶିଶୁ ମନ୍ଦିର କମିଟି ଗଠନ କରାଯାଉଥିବା ବେଳେ ବିଗତ ଦଶ ବର୍ଷ ର ହିସାବ ଉପରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ବହୁ ଗୋପନୀୟ ତଥ୍ୟ ଆସିବ ବୋଲି ବହୁ ବୟସ୍କ ସ୍ଵୟମ ସେବକ ନାମ ଗୋପନ ରଖିବା ସର୍ତ୍ତ ରେ ପ୍ରକାଶ କରିଛନ୍ତି । ବିଗତ ୨୦୧୯ ସାଧାରଣ ନିର୍ବାଚନ ବୁଥ  କମିଟି କଥା ବୁଝିବାକୁ କେତେକ ତଥା କଥିତ ସଚ୍ଚୋଟ କାର୍ଯ୍ୟକର୍ତ୍ତା ଦାୟିତ୍ବ ନେଇଥିବା ବେଳେ ସଠିକ ଭାବେ ବୁଝା ଯାଇ ନ ଥିବା ସେତେବେଳେ ଚର୍ଚା ହୋଇଥିଲା । ଏପରିକି ବିଗତ ଦିନରେ ଜୁନାଗଡ ଠାରେ ହୋଇଥିବା ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ରେ ଅତି ସ୍ୱଳ୍ପ ସଂଖ୍ୟକ ଲୋକ ଯୋଗ ଦେଇଥିବା ରୁ ଅନେକ ଅସନ୍ତୋଷ ପ୍ରକାଶ କରିଥିଲେ । ସଂଘର ନୀତି ଆଦର୍ଶ ର ସହିତ ଦେଶ ମାତୃକା ପାଇଁ ତ୍ୟାଗ ତପସ୍ୟା ଓ ବଳିଦାନ ଦେବାକୁ ସ୍ଵୟମ ସେବକ ମାନେ ସର୍ବଦା ତତ୍ପର ଥିବା ବେଳେ କାର୍ଯ୍ୟକର୍ତ୍ତା ମାନଙ୍କ ସଂକୀର୍ଣ୍ଣତା ଯୋଗୁ କଳେବର ବୃଦ୍ଧି ହୋଇପାରୁ ନ ଥିବା ଦେଖା ଯାଉଛି । ସେହିପରି ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କ ସହ ସମ୍ପର୍କ ଥିବା ବେଳେ ସେମାନେ ଦଳୀୟ ରଣନୀତିକୁ ନେଇ ଅନ୍ୟମାନେ ସଫଳ ହେଉଥିବା ବେଳେ ବିଜେପି ବେକ ଫୁଟ ରେ ରହୁଥିବା କୁହାଯାଉଛି । ଜୁନାଗଡ ଠାରେ ଥିବା କାର୍ଯ୍ୟକର୍ତ୍ତା ମାନେ କେବଳ ନିଜ ମନ ମୁତାବକ ଲୋକଙ୍କୁ ସୂଚନା ଦେଉଥିବା ବେଳେ ଅନ୍ୟ ମାନଙ୍କୁ ପୂରାଇ ଦେଉ ନ ଥିବା କୁହାଯାଉଛି । ଏତେ ବର୍ଷ ହେଲା ଶାଖା ଚାଲିଥିବା କୁହାଯାଉଛି, ବରିଷ୍ଠ କାର୍ଯ୍ୟକର୍ତ୍ତା ଥିବାର କୁହାଯାଉଛି କିନ୍ତୁ ସ୍ଵୟମ ସେବକ ସଂଖ୍ୟା ବଢାଇ ପାରୁ ନ ଥିବା ବେଳେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ମାନଙ୍କ କାର୍ଯ୍ୟଧାରା ପ୍ରତି ପ୍ରଶ୍ନବାଛି ସୃଷ୍ଟି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ରଚନା ଆୟୋଜନରେ ଗଗନ ସ୍ବାଇଁ ସ୍ମାରକୀ ବକ୍ତୃତା   28-Jul-2026
  ଜିଲ୍ଲା  
"ଗୁଣାତ୍ମକ ଶିକ୍ଷା ହେଉଛି ଆମର ପରିଚୟ,ଏ-୧ଗ୍ରେଡ଼ ହେଉଛି ଆମର ଲକ୍ଷ୍ୟ"   28-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ଵାଧୀନତା ଦିବସ-୨୦୨୬ ପାଳନର ପୂର୍ବ ପ୍ରସ୍ତୁତି ବୈଠକ   28-Jul-2026
  ରାଜ୍ୟ  
ୟନେକ୍ସ ସନରାଇଜ ସର୍ବ ଭାରତୀୟ ଜୁନିୟର ବ୍ୟାଡ ମିଣ୍ଟନ ପ୍ରତିଯୋଗିତା♦️ ମୁଖ୍ୟ ଡ୍ର ରେ ପହଂଚିଲେ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ବାଳିକା ଡବଲ୍ସ ରେ ସ୍ୱାତୀ ଓ ନିମିସା   28-Jul-2026
  ରାଜ୍ୟ  
ଖବର ଆଜିର* ତାରିଖ:୨୮/୦୭/୨୬, ମଙ୍ଗଳବାର   28-Jul-2026
  ଜିଲ୍ଲା  
ଜନନେତା ସୁଶାନ୍ତ ସିଂହଙ୍କୁ ଶେଷ ବିଦାୟ, ଜନ ସମୁଦ୍ର ପାଲଟିଲା ସୋହେଲା.ଜନସାଧାରଣଙ୍କ ଆଖିରେ ଲୁହ, ୭ କି.ମି. ବ୍ୟାପୀ ଶୋକ ଶୋଭାଯାତ୍ରା. ସାମିଲ ହେଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   28-Jul-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ଠାରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   28-Jul-2026
  ଜିଲ୍ଲା  
ମଧୁସୁଦନ ଆଇନ ବିଶ୍ୱବିଦ୍ୟାଳୟ ର କୂଳପତି ଯୁଧିଷ୍ଠିର ମହାବିଦ୍ୟାଳୟରେ ଭାବ ବିନିମୟ   27-Jul-2026
  ଜିଲ୍ଲା  
ସଂସଦରେ ଉଠିଲା ଓଡ଼ିଶାର ଲବାନ/ଲବାନା ସମୁଦାୟଙ୍କୁ ଏସ୍‌ଟି ମାନ୍ୟତା ଦାବି   27-Jul-2026
  ଜିଲ୍ଲା  
ପାଣି ଘେରରେ ଲୋଇସିଂହା ବ୍ଲକ   27-Jul-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି   27-Jul-2026
  ଜିଲ୍ଲା  
ନିଶାମୁକ୍ତ ଭାରତ ଗଠନରେ ଯୁଵା ଶକ୍ତିର ଭୂମିକା କାର୍ଯ୍ୟକ୍ରମ   27-Jul-2026

You Might Also Like