-+91-9937148622 |
prerana_bgr@rediffmail.com |
Tuesday 1st September 2026 |
R.N.I. Regd No. ODIODI/2010/46693
Breaking News
28-Dec-2020
ବାଲେଶ୍ଵର, (ପ୍ରେରଣା ଖବର ବ୍ୟୁରୋ) - ବାଲେଶ୍ୱର ସଦର ଥାନା ଖାନ୍ନଗର ନିକଟରେ ଗୁଳିକାଣ୍ଡ ଘଟିଛି । ଏକ ଜେସିବି ସୋରୁମ୍ର ଆକ୍ଟାଉଣ୍ଟାଣ୍ଟଙ୍କ ନିକଟରେ ୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଛି । ପଲସର ଆସି ଟଙ୍କା ଲୁଟି ନେଇଛନ୍ତି ଲୁଟେରା ଖବର ଅନୁଯାୟୀ, ଆଜି ଦିନ ପ୍ରାୟ ୧୧.୨୫ ସମୟରେ ଜେସିବି ସୋରୁମର ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଟଙ୍କା ନେଇ ବ୍ୟାଙ୍କ ଯାଇଥିଲେ। ତେବେ ଏହି ସମୟରେ ନିଳ ରଙ୍ଗର ପଲସରରେ ଦୁଇ ଯୁବକ ଆସି ଟଙ୍କା ବ୍ଯାଗ ଛଡାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହି ସମୟରେ ଉଭୟଙ୍କ ମଧ୍ୟରେ ବ୍ଯାଗକୁ ନେଇ ଟଣାଟଣି ଚାଲିଥିଲା । ଯାହାପରେ ଯୁବକ ଜଣଙ୍କ ବନ୍ଧୁକ କାଢି ଅଶୋକଙ୍କ ପାଦକୁ ଫାୟାରିଂ କରିଥିଲା । ଅଶୋକ ଭୟରେ ବ୍ଯାଗ ଛାଡି ଦେଇଥିଲେ । ଏହାପରେ ଯୁବକ ଦୁଇ ଜଣ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ ।ବ୍ୟାଗ୍ରେ ପ୍ରାୟ ୩ଲକ୍ଷ ୨୦ ହଜାର ଟଙ୍କା ଥିବା ଜଣାପଡିଛି । ପୁଲିସ ଘଟଣା ତଦନ୍ତ ଜାରି ରହିଛି ।