-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ମହାନଗର

ଝାରପଡ଼ା ସ୍ବତନ୍ତ୍ର ଜେଲ୍: ୭୫୦ କଏଦୀ, ଆମ୍ବୁଲାନ୍ସ ଖଣ୍ଡେ ନାହିଁ

28-Dec-2020



ଭୁବନେଶ୍ବର (ପ୍ରେରଣା ଖବର): ଝାରପଡ଼ା ସ୍ବତନ୍ତ୍ର ଜେଲ୍। ଖାଲି ସ୍ବତନ୍ତ୍ର ନୁହେଁ, ହାଇପ୍ରୋଫାଇଲ ମଧ୍ୟ। ଗ୍ୟାଙ୍ଗଷ୍ଟର୍‌ଙ୍କଠାରୁ ଆରମ୍ଭ କରି ମାଓ ନେତା, ରାଜନେତା, ବାବୁ, ବ୍ୟବସାୟୀ, ଶିଳ୍ପପତି ସବୁ ଏଇ ଜେଲ୍‌ରେ ରହୁଛନ୍ତି। ରାଜ୍ୟର ଅନ୍ୟ ଜେଲ୍ ଅପେକ୍ଷା ଝାରପଡ଼ା ବେଶ୍ ସମ୍ବେଦନଶୀଳ ମଧ୍ୟ। ଜେଲରେ ୭୫୦ରୁ ଅଧିକ କଏଦୀ ରହୁଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟ ଓ ଦୁଃଖର କଥା ହେଲା, ଏତେ କଏଦୀ ରହୁଥିଲେ ହେଁ ସେମାନଙ୍କ ପାଇଁ ଆମ୍ବୁଲାନ୍ସ ଖଣ୍ଡିଏ ନାହିଁ। ଅସୁସ୍ଥ ହେଲେ ଯଦି କାହାକୁ ବାହାର ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼େ, ୧୦୮ ଆମ୍ବୁଲାନ୍ସ ହିଁ ଡକରା ପଡ଼େ। କିନ୍ତୁ ପାଖାପାଖି ୯୦ ପ୍ରତିଶତ ଘଟଣାରେ ଏହି ୧୦୮ ଆମ୍ବୁଲାନ୍ସ ଠିକଣା ସମୟରେ ପହଞ୍ଚିପାରେନାହିଁ। ତେଣୁ ଜେଲ୍‌ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଭଡ଼ା ଗାଡ଼ିରେ ରୋଗୀଙ୍କୁ ହସ୍ପିଟାଲ ନେଇଥା’ନ୍ତି। ଏହି ବିଳମ୍ବିତ ପ୍ରକ୍ରିୟା ପାଇଁ କଏଦୀ ପ୍ରାଣ ହରାଇବାର ଅନେକ ନଜିର ରହିଛି। ନିକଟ ଅତୀତରେ ହୋଟେଲ ସୋଲାନ୍‌-ଇନ୍‌ର ମାଲିକ କମଳାକାନ୍ତ ଦାସ ଏଇ କାରଣ ପାଇଁ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଦେଶର ଅନେକ ବଡ଼ବଡ଼ ଜେଲ୍‌ରେ ଆମ୍ବୁଲାନ୍ସ ସୁବିଧା ରହିଥିଲେ ମଧ୍ୟ ଝାରପଡ଼ା ଜେଲରେ କାହିଁକି ବ୍ୟବସ୍ଥା କରାଯାଉନାହିଁ, ଜେଲ ବିଭାଗ ପକ୍ଷରୁ କାହିଁକି ପଦକ୍ଷେପ ନିଆଯାଉ ନାହିଁ; ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ, ଏକ ଠକେଇ ମାମଲାରେ ଗିରଫ ହୋଇ କମଳାକାନ୍ତ ଝାରପଡ଼ା ଜେଲ୍‌ରେ ଥିଲେ। ଗତ ୨୩ ତାରିଖରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। କିନ୍ତୁ ଠିକଣା ସମୟରେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଜେଲ୍‌ କର୍ତ୍ତୃପକ୍ଷ ଏକ ଅଟୋରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ କମଳାକାନ୍ତଙ୍କ ପରିବାରଲୋକ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। କାହିଁକି ଆମ୍ବୁଲାନ୍ସ ବ୍ୟବସ୍ଥା କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି। ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରୋଗୀଙ୍କୁ ସ୍ଥାନାନ୍ତର ସମୟରେ ୧୦୮କୁ କଲ୍ କରାଯାଏ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୁଏ। ଫଳରେ ଭଡ଼ା ଗାଡ଼ି କରି ଅସୁସ୍ଥ କଏଦୀଙ୍କୁ ହସ୍ପିଟାଲ ନେବାକୁ ପଡ଼େ। ତେବେ କମଳାକାନ୍ତଙ୍କ ଘଟଣାରୁ ଜେଲ୍‌ ବିଭାଗ ପାଇଁ ଏକ ଶିକ୍ଷା ହେବ କି? ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ଜେଲ୍ ଅଧୀକ୍ଷକ ଡି.ଏନ ବାରିକଙ୍କୁ ପଚରା ଯିବାରୁ ସେ କହିଛନ୍ତି, ଆଗକୁ ଆମ୍ବୁଲାନ୍ସ ଉପଲବ୍ଧ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଜେଲରେ ହାଇପ୍ରୋଫାଇଲ୍‌ :- ଝରପଡ଼ା ଜେଲ୍‌ରେ ବହୁ ହାଇ ପ୍ରୋଫାଇଲ କଏଦୀ ରହୁଛନ୍ତି। ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲ୍ ଯାଇଛନ୍ତି। ସେହିପରି ଆଇଏଫ୍ଏସ ଅଫିସର୍‌ ଅଭୟକାନ୍ତ ପାଠକ ଜେଲରେ ଥିବା ବେଳେ ପୂର୍ବରୁ ଉଦ୍ୟାନ କୃଷି ନିର୍ଦ୍ଦେଶକ ଆଇଏଏଏସ୍ ଅଫିସର୍‌ ବିଜୟକେତନ ଉପାଧ୍ୟାୟ ଗିରଫ ହୋଇ ଜେଲ୍ ଯାଇଥିଲେ। ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ, ବିକ୍ରମ ମଲ୍ଲିକ ରହୁଥିବା ବେଳେ ପୂର୍ବରୁ ଡି ବ୍ରଦର୍ସ, ହାଇଦର ଭଳି ଅପରାଧୀମାନେ ମଧ୍ୟ ରହୁଥିଲେ। ସେହିପରି ମାଓନେତା ଆଜାଦ୍ ମଧ୍ୟ ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ଭାବେ ରହିଛି। ଏହା ବାଦ୍ ଚିଟଫଣ୍ଡ ଠକ, ବ୍ୟବସାୟୀମାନେ ରହୁଛନ୍ତି। ହୋଟେଲ ମାଲିକଙ୍କ ମୃତ୍ୟୁ ଘଟଣାର ତଦନ୍ତ ଚାଲିଛି ହୋଟେଲ ସୋଲାନ୍ ଇନ୍ ମାଲିକ କମଳାକାନ୍ତ ଦାସଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପୁଅ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଆଣିଥିବା ନିର୍ଯାତନା ଅଭିଯୋଗର ଅନୁସନ୍ଧାନ ଚଳାଇଛି ପୁଲିସ୍‌। କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଲା, ସେ ନେଇ ଅନୁସନ୍ଧାନ କରାଯାଉଛି। ଅନ୍ୟପକ୍ଷରେ କମଳାକାନ୍ତ ବିଚାର ବିଭାଗୀୟ ହାଜତରେ ଥିବାରୁ ତାଙ୍କର ମୃତ୍ୟୁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ହୋଇପାରେ ବୋଲି ଜଣାପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like