-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଅପରାଧ

Bnn

19-May-2024



କନେଷ୍ଟବଳ ହତ୍ୟାକାଣ୍ଡର ଭିନ୍ନ ସନ୍ଦେହ !

ହତ୍ୟା ଓ ଲୁଣ୍ଠନ ପଛରେ ' ଡାବୁ '  ?


ବଲାଙ୍ଗୀର  : ( ମଳୟ ମିଶ୍ରଙ୍କ ରିପୋର୍ଟ ) ଗତ  ୧୬ ତାରିଖରେ ବଲାଙ୍ଗୀର ରେଳଷ୍ଟେସନ ନିକଟସ୍ଥ ଇନ୍ଦ୍ରପ୍ରସ୍ଥ ହୋଟେଲ ରୁମ୍ ରେ ସଂଘଟିତ ସୋନପୁର ରିଜର୍ଭ କନେଷ୍ଟବଳ ଶଙ୍କର ଭାନୁ ବେହେରା( ୩୬ )ଙ୍କ ହତ୍ୟାକାଣ୍ଡ ମାମଲାରେ ଏବେ ଭିନ୍ନ ଚର୍ଚ୍ଚା ପ୍ରକାଶ ପାଇଛି ।
ପୂର୍ବରୁ ଏହାପଛରେ ଆନ୍ତଃରାଜ୍ୟ ଚୋରାଗଞ୍ଜେଇ ଚାଲାଣ ରହିଥିବା ଚର୍ଚ୍ଚା ହେଉଥିଲାବେଳେ , ହତ୍ୟାକାଣ୍ଡ ଘଟିଥିବା ଉକ୍ତ ହୋଟେଲ ରୁମ୍ ଭିତରେ ସିରିଞ୍ଜ୍ ବିକ୍ଷିପ୍ତ ହୋଇ ପଡିଥିବା ଖବର ପ୍ରକାଶ ପାଇଥିବାରୁ ଓ  ସୋନପୁର ଜିଲ୍ଲାର ପୁଲିସ୍ ମହଲରୁ ମିଳୁଥିବା ବିଶ୍ବସ୍ତସୂତ୍ରରୁ  ଏହାପଛରେ 'ଡାବୁ ' ବନାମ ହନୁମାନ ପଇସା କାରବାର ହୋଇଥିବା ନୂଆ ଚର୍ଚ୍ଚା ହେଉଛି । ଏହାସହ ଏଭଳି କାରବାରର ଅଭିଜ୍ଞତା ଥିବା କେତେକଙ୍କ ସହ ଆଲୋଚନାରୁ ପ୍ରକାଶ ଯେ , ଏହି ବିରଳ ପୁରାତନ ମୁଦ୍ରାର ଟେଷ୍ଟ୍ କରିବାକୁ ଇଞ୍ଜେକ  ସନ୍ ସିରିଞ୍ଜ୍ ବ୍ୟବହାର କରାଯାଇଥାଏ । ସିରିଞ୍ଜ୍ ରେ ପାଣି ପୁରାଇ ମୁଦ୍ରା ଉପରେ ପକାଇଲେ , ପାଣି ଛିଞ୍ଚାଡି ହେଇ ପଡୁଥିବା ସହ  ସିରିଞ୍ଜ୍ ବା ଏହାର ଛୁଞ୍ଚିରେ ମୁଦ୍ରାଟିକୁ ଝୁଲାଇ ଭାରସାମ୍ୟ ପରୀକ୍ଷା କରାଯାଇଥାଏ । ତେବେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଏହା ଠିକ୍ ହେଇଥାଉ ବା ନଥାଉ , ଏହି କାରବାର କରୁଥିବା ଠକଙ୍କର ଏହା ଏକ କୌଶଳ ଅଟେ । 


ତେଣୁ ସମ୍ଭବତଃ ମୃତ କନେଷ୍ଟବଳ ଜଣକ ଏଭଳି କୌଣସି ଭ୍ରମରେ ପଡି ବା ନିଜେ ଠକିବାକୁ ଏଭଳି କିଛି ପ୍ଲଟ୍ ପ୍ରସ୍ତୁତ କରି ଶେଷରେ ଧୋକା ଧରାପଡିଯିବା ଯୋଗୁଁ ହୁଏତ ଗଣ୍ଡଗୋଳରୁ ଏଭଳି ପରିଣାମ ଘଟିଯାଇଥିବା ଅନୁମାନ କରାଯାଉଛି କିମ୍ବା ହତ୍ୟାକାରୀମାନେ ତାଙ୍କଠାରୁ ଏହି ମୁଦ୍ରାଟିକୁ ଲୁଣ୍ଠନ କରି ଫେରାର୍ ହୋଇଯାଇଥାଇ ପାରନ୍ତି ବୋଲି ସନ୍ଦେହରୁ ପ୍ରକାଶ । ସେ ଯାହାହେଉ , ପୁଲିସ୍ ଏହିସବୁ ଦିଗରେ ତଦନ୍ତ ଜାରୀ ରଖିଛି ଓ ଖୁବ୍ ଶୀଘ୍ର ଏହି ହତ୍ୟାକାଣ୍ଡର କାରଣ ଜଣାପଡିବା ସହିତ ଆସାମୀମାନଙ୍କୁ ଗିରଫ କରାଯିବ ବୋଲି ଆଶାକରାଯାଉଛି । 

ତେବେ ଅନ୍ୟକେତେକ ଏହାପଛରେ ହୀରା କାରବାର ମଧ୍ୟ ରହିଥିବା କୁହାଯାଉଛି । କାରଣ ଏଭଳି କାରବାରରେ ଉକ୍ତ ମୃତକନେଷ୍ଟବଳଙ୍କର ସମ୍ପୃକ୍ତି ରହିଥିବା ମଧ୍ୟ ସୋନପୁରର ସାମ୍ବାଦିକମହଲରେ ଚର୍ଚ୍ଚା ହେଉଛି ।

ପ୍ରକାଶ ଯେ , ଗତ ୧୬ ତାରିଖରେ ଉକ୍ତ ହୋଟେଲର ୨୧୨ ନମ୍ବର ରୁମ୍ ଟିକୁ ଝାଡଖଣ୍ଡ ଧାନବାଦର ଉଆସେପୁରର ଜନୈକ ବୀରେନ୍ ସିଂ ବୁକ୍ କରି ଆସି ରହିଥିଲା । କିଛିସମୟ ପରେ ଆଉ ଦୁଇଜଣ ତାକୁ ସେଠାକୁ ଭେଟିବାକୁ ଆସିଥିଲେ ଓ ଏହାର କିଛିସମୟ ପରେ ଉକ୍ତ ମୃତ କନେଷ୍ଟବଳ ମଧ୍ୟ ଆସି ରୁମ୍ କୁ ଯାଇଥିବା ହୋଟେଲର ସିସିଟିଭିରୁ ଜଣାପଡିଛି । ତେବେ ସେହିଦିନ ୧-୪୫ରେ ମୃତକ ତାଙ୍କ ବଡଭାଇଙ୍କ ସହ ଫୋନ୍ ରେ କଥାହେଇଥିଲେ । ଏହାପରେ ସେହିଦିନ ୨-୩୦ ସମୟରେ ସେଠାରୁ ଅଳ୍ପଦୂରସ୍ଥ ଖୁଜେନପାଲି ରାସ୍ତାର ରେଳଫାଟକ ନିକଟରେ   ମୃତ କନେଷ୍ଟବଳ ଜଣକ ସେହିଦିନ ଦିନ ପ୍ରାୟ ୧୧ ଟାବେଳେ ସୋନପୁରର ଘରୁ ଆସିଥିବା ତାଙ୍କର ନିଜ କାର୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହାର ପରଦିନ ହୋଟେଲର ଉକ୍ତ ରୁମ୍ ର ବାଥ୍ ରୁମ୍ ଭିତରେ ମୁହଁରେ ଟେପ୍ ଓ ହାତଗୋଡ ବନ୍ଧା ଅବସ୍ଥାରେ ଉକ୍ତ କନେଷ୍ଟବଳଙ୍କର କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିଲା ।  କାର୍ ଟିକୁ ଉକ୍ତ ରୁମ୍ ବୁକ୍ କରି ରହିଥିବା ଓ ଆସିଥିବା ଦୁଇଜଣ  ଆଗନ୍ତୁକ ହୋଟେଲ ସମ୍ମୁଖରୁ ନେଇ ଯାଇଥିବାର ଫଟୋ ମଧ୍ୟ ସିସିଟିଭିରେ ରେକର୍ଡ ହୋଇଛି । ତେଣୁ ଏହି ତିନିଜଣ ହିଁ ହତ୍ୟାକାରୀ ବୋଲି ଦୃଢ ସନ୍ଦେହ କରାଯାଉଛି । ବଲାଙ୍ଗୀର ଟାଉନ ଥାନା ପୁଲିସ୍ ଏକ ମାମଲା ଋଜୁକରି ଶବବ୍ୟବଚ୍ଛେଦ ପୂର୍ବକ ତଦନ୍ତ କରୁଥିବାବେଳେ , ସଦରଥାନା ପୁଲିସ୍ ଦୁର୍ଘଟଣାଗ୍ରସ୍ତ କାର୍ ଟିକୁ ଜବତ କରିଛି । ଏହି କାର୍ ଭିତରେ ରକ୍ତଛିଟା ଲାଗିଥିବା ଓ ଗାଡିଟି ଏକ ଗଛରେ ଜୋର୍ ରେ ସାମ୍ନାପଟରୁ ଧକ୍କା ହୋଇଥିବା ଦେଖାଯାଇଛି । 

ତେବେ ନିର୍ବାଚନ ମାତ୍ର ଚାରିଦିନ ଥିବାବେଳେ ଏକ ଜନଗହଳିପୂର୍ଣ ସ୍ଥାନର ଉକ୍ତ ବ୍ୟସ୍ତବହୁଳ ରାସ୍ତାକଡର ଉକ୍ତ ହୋଟେଲ ଭିତରେ ସ୍ପଷ୍ଟଦିବାଲୋକରେ ମାତ୍ର ୩୫ ମିନିଟ୍ ମଧ୍ୟରେ ଜଣେ ପୁଲିସ୍ କର୍ମଚାରୀଙ୍କୁ ରାଜ୍ୟବାହାରର ତିନିଜଣ ସନ୍ଦିଗ୍ଧ ହତ୍ୟାକାରୀମାନେ ଏଭଳି ନୃଶଂସ ଭାବରେ ହତ୍ୟାକରି ଫେରାର୍ ହୋଇଯିବା ଚାଞ୍ଚଲ୍ଯ ସୃଷ୍ଟି କରିଛି । ପୁଲିସ୍ କର୍ମଚାରୀଙ୍କର ରାତାରାତି ଧନୀ ହୋଇଯିବା ଆଶାରେ ଏଭଳି ଘଟଣାରେ ଜଡିତ ହୋଇପଡି ଜୀବନ ହରାଇବା ମଧ୍ୟ ଶୋଚନୀୟ ଘଟଣା ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରକୃତରେ ଏହାପଛରେ ଚୋରାଗଞ୍ଜେଇ ଚାଲାଣ , ଡାବୁ ବା ରତ୍ନପଥର କାରବାର ରହିଛି , ତଦନ୍ତ ପରେ ସ୍ପଷ୍ଟ ହୋଇଯିବ । କିନ୍ତୁ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନାନ୍ତର୍ଗତ ଶିଆଲବାହାଲି ଗ୍ରାମର ବାସିନ୍ଦା ଓ ସୋନପୁରରେ ସପରିବାର ରହୁଥିବା ଏହି ଯୁବ ରିଜର୍ଭ କନେଷ୍ଟବଳଙ୍କର ଏତାଦୃଶ ହତ୍ୟାକାଣ୍ଡ  ଚର୍ଚ୍ଚିତ ହୋଇପଡିଛି । ସେ ଉକ୍ତଦିନ ସୋନପୁରର ଘରୁ ନିଜକାର୍ ରେ ବଲାଙ୍ଗୀର ସହରର ଉକ୍ତ ଲଜ୍ କୁ କାହିଁକି ଆସିଥିଲେ ଓ ସାଙ୍ଗରେ କଣ ଆଣିଥିଲେ  ଓ ସନ୍ଦିଗ୍ଧ ଆସାମୀମାନଙ୍କ ସହ ଜଣେ ପୁଲିସ୍ କର୍ମଚାରୀଙ୍କର କେବଠୁଁ କି ସମ୍ପର୍କ ଥିଲା , ଏହା ତଦନ୍ତସାପେକ୍ଷ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like