-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
21-Sep-2026
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଷ୍ଟାଡିୟମ ପରିସରରେ କଳାକାର ସଂଘ ର ସଭାପତି ସରୋଜ ବିଶ୍ବାଳ ଙ୍କ ଅଧ୍ୟକ୍ଷତାରେ ବ୍ଳକ୍ କଳାକାର ସଂଘ ର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ସଂମ୍ପାଦକ ବ୍ରଜ ମୋହନ ବିଶୋଇ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ଫିରୋଜ ଦାସ୍ ଗତ ବର୍ଷ ର ଆୟ ବ୍ୟୟ ହିସାବ ପ୍ରଦାନ କରିଥିଲେ l ସଭାପତି ଶ୍ରୀ ବିଶ୍ବାଳ ସାଂସ୍କୃତିକ ଦଳ ମାନଙ୍କ ପାଇଁ ହୋଇଥିବା ସଂସ୍କୃତି ଵିଭାଗ ପକ୍ଷରୁ ନୂତନ ସି.ଟି.ଏମ୍.ଏସ୍ ବ୍ୟବସ୍ଥା ବିଷୟରେ ସଚେତନ କରିବା ସହିତ ଚଳିତ ବର୍ଷ ସଂଘର ନୂଆଁଖାଇ ଭେଟ୍ କାର୍ଯ୍ୟକ୍ରମ ପାଇଁ କଣ ସବୁ ଯୋଜନା କରାଯିବ ସେ ବିଷୟରେ ଆଲୋକପାତ କରିଥିଲେ l ରାଜ୍ୟ ସରକାର କଳାକାର ମାନଙ୍କ ଭତ୍ତା ବୃଦ୍ଧି ଘୋଷଣା କରିବା ଦୁଇ ବର୍ଷ ବିତିଗଲା ସତ୍ୱେ ଭତ୍ତା ବୃଦ୍ଧି ନ କରିବା, ନୂତନ ଭତ୍ତା ଘୋଷଣା ନରୁନଥିବା ଯୋଗୁଁ ଉପସ୍ଥିତ ବରିଷ୍ଠ କଳାକାର ମାନେ ସରକାର ଙ୍କ ପ୍ରତିଶ୍ରୁତି ଏକ ଜୁମଲା ବୋଲି ତାଛ୍ଛଲ୍ୟ କରିବା ସହିତ ଅସନ୍ତୋଷ ପ୍ରକାଶ କରିଥିଲେ l ଖୁବ୍ ଶୀଘ୍ର ଏ ବିଷୟରେ ସଂସ୍କୃତି ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ ପାଇଁ ସର୍ବସମ୍ମତି ରେ ନିଷ୍ପତ୍ତି ହୋଇଥିଲା। ଏଥିରେ ବ୍ଳକ୍ ର ସମସ୍ତ ପଞ୍ଚାୟତ ରୁ କୋଡିନେଟର ସହିତ ବରିଷ୍ଠ କଳାକାର ମାନେ ଯୋଗଦେଇଥିଲେ। ପରିଶେଷରେ ବ୍ରଜ ମୋହନ ବିଶୋଇ ଧନ୍ୟବାଦ ଅର୍ପଣ କରିଥିଲେ l