-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
22-Sep-2026
ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ସମସ୍ତ ୧୧ଗୋଟି ବିଦ୍ୟାଳୟରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ପରୀକ୍ଷା ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସାକ୍ଷରତା ପରୀକ୍ଷା କାର୍ଯ୍ୟକ୍ରମକୁ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମିଶ୍ର ରଣ୍ଡା ସରକାରୀ ଉନ୍ନୀତ ଉଚ୍ଚ
ବିଦ୍ୟାଳୟ ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ପଧାନ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ଓ ମଲମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁ ପ୍ରତ୍ୟକ୍ଷ ଭାବେ ପରିଦର୍ଶନ କରି ପରୀକ୍ଷା ପରିଚାଳନାର ସମୀକ୍ଷା କରିଥିଲେ । ଏହି ସମୟରେ ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ପ୍ରମୋଦ କୁମାର ପଟେଲ ଉପସ୍ଥିତ ରହି ପରୀକ୍ଷାର ସମସ୍ତ ପରିଚାଳନା କାର୍ଯ୍ୟ ନିରୀକ୍ଷଣ ଓ ସହାୟତା ପ୍ରଦାନ କରିଥିଲେ । ପରୀକ୍ଷା କେନ୍ଦ୍ର ପରିଦର୍ଶନ ଅବସରରେ ଶିକ୍ଷା ଅଧିକାରୀ ମାନେ ନବ ସାକ୍ଷର ପରୀକ୍ଷାର୍ଥୀ ମାନଙ୍କ ସହ
ଆଲୋଚନା କରିଥିଲେ ଏବଂ ସେମାନଙ୍କର ଉତ୍ସାହକୁ ପ୍ରଶଂସା କରିଥିଲେ। ସମାଜରେ ଶିକ୍ଷାର ପ୍ରସାର ଓ ସାକ୍ଷରତା ହାସଲ ପାଇଁ 'ଉଲ୍ଲାସ' ଯୋଜନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମତପ୍ରକାଶ କରିଥିଲେ। ଏହି ପରୀକ୍ଷା ପରିଚାଳନାରେ କ୍ଲଷ୍ଟରର ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଓ ଅଭିଭାବକ ମାନେ ସହଯୋଗ ପ୍ରଦାନ କରିଥିଲେ।