-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
22-Sep-2026
(ରଂଜିତ ମହାନ୍ତି )
ବରୀ ଶିକ୍ଷା ମଣ୍ଡଳ ଅଧୀନ ବାଇଁଶୀରିଆ ମଣିଭଦ୍ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପାଚିକା ସଂଘ ଓ ପ୍ରଧାନଶିକ୍ଷକ ଙ୍କ ବିବାଦ ଘଟଣାକୁରେ ଆଜି ନୂଆ ମୋଡ ନେଇଛି।ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସେଠି ଙ୍କ ନିଲମ୍ବନ ଘଟଣାକୁ ବିରୋଧ କରି ଆଜି ଦିନ ତମାମ ଧାରଣା ରେ ବସିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଅଭିଯୋଗ ଅନୁଯାଇ ଉକ୍ତ ବିଦ୍ୟାଳୟ ର ପାଚିକା ପିଲା ମାନଙ୍କ ଲାଗି ଆସିଥିବା ଡାଲି, ଚାଉଳ ଓ ଅଣ୍ଡା କୁ ଆତ୍ମସାତ କରୁଛନ୍ତି।ଆଉ ବଦଳରେ ତାଙ୍କୁ ପଣିଆ ଡାଲି ଓ ପଚା ଅଣ୍ଡା ଖାଇବାକୁ ଦେଉଛନ୍ତି ।ଯାହାକୁ ପ୍ରଧାନ ଶିକ୍ଷକ ବିରୋଧ କରିବାରୁ ଉଭୟ ଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା।ଫଳରେ ପାଚିକା ସଂଘ ପ୍ରଧାନ ଶିକ୍ଷକଙ୍କ ନାମରେ ବରୀ ଶିକ୍ଷା ଅଧିକାରିଣିଙ୍କ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ଶିକ୍ଷା ଅଧିକାରିଣୀ ଏହାର ଉପଯୁକ୍ତ ତଦନ୍ତ ନକରି ତରଭରିଆ ଭାବେ ପ୍ରଧାନ ଶିକ୍ଷକ ଙ୍କୁ ନିଲମ୍ବନ କରିଥିଲେ। ଯାହାକୁ ବିରୋଧ କରି ଆଜି ଦିନ ତମାମ ଛାତ୍ର ଛାତ୍ରୀ ମାନେ ଧାରଣା ରେ ବସିରହି ଥିଲେ।ଏ ପଟେ ଛାତ୍ର ଛାତ୍ରୀ ମାନେ ଧାରଣା ରେ ବସିଥିଲେ ମଧ୍ୟ ବରୀ ଶିକ୍ଷା ବିଭାଗ ର କୌଣସି ଅଧିକାରୀ ସେମାନଙ୍କ ପାଖରେ ପହଂଚି ନଥିଲେ। ଯାହା ଫଳରେ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ପାଚିକା ମାନେ ଦୀର୍ଘଦିନ ହେବ ପିଲାମାନଙ୍କୁ ଖରାପ ଖାଦ୍ୟ ଦେଉଥିଲେ ଯେଉଁଥିପାଇଁ ପ୍ରଧାନ ଶିକ୍ଷକ ହସ୍ତକ୍ଷେପ କରିବାରୁ ଆକ୍ରୋଶ ମୂଳକ ଭାବେ ପ୍ରଧାନଶିକ୍ଷକ ଙ୍କୁ ହଇରାଣ କରାଯାଉଅଛି ବୋଲି ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ସ୍ଥାନିଅ ସରପଞ୍ଚ ପ୍ରଭୁତି ପ୍ରଧାନଶିକ୍ଷକ ଙ୍କ ସପକ୍ଷରେ ବାହାରି ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳ ଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ ପ୍ରଧାନ ଶିକ୍ଷକ ଙ୍କ ନିଲମ୍ବନ ଘଟଣାକୁ ନିନ୍ଦା କରିବା ସହିତ ଜଦି ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି କରା ନଯାଏ ତା ହେଲେ ସେମାନେ ବିଦ୍ୟାଳୟ କୁ ତାଲା ପକାଇବେ ବୋଲି ଚେତାବନୀ ଦେଇଛନ୍ତି।
ଏ ବିଷୟରେ ବରୀ ବ୍ଲକ ଶିକ୍ଷା ଅଧିକାରିଣୀ ଙ୍କ ପତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ।