-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Sep-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଅନ୍ତର୍ଗତ ସିଲାଟି ଗୋପାଳଜୀ ସରକାରୀ(ନୂତନ)ଉଚ୍ଚ ବିଦ୍ୟାଳୟରେ ବିନିକା ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ ଦୌଡ଼କୁଦ ପ୍ରତିଯୋଗିତା ୨୦୨୬-୨୭ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାରୋଟି ଜୋନ୍ ଜୁଲୁଣ୍ଡା ଜୋନ୍,ଚରଦା ଜୋନ୍, ସିନ୍ଦୂରପୁର ଜୋନ୍ ଏବଂ ବାଉଁଶୁଣୀ ଜୋନରୁ ପ୍ରତିଯୋଗୀ ମାନେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ଆୟୋଜିତ ସଭାର ସଭାପତି ଦାୟିତ୍ୱ ତୁଲାଇଥିଲେ ସିଲାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୋହିତ ଦଣ୍ଡସନା । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବାଲାଜୀ ବିଶ୍ୱନାଥ,ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଟଙ୍କଧର ଭୋଇ, ବ୍ଲକ ଶାରୀରିକ ଶିକ୍ଷା ଅଧିକାରୀ ମନୋଜ କୁମାର ପାତ୍ର,ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସୁନୀଲ କୁମାର ବିଶି,ପୂର୍ବତନ ବ୍ଲକ ଶାରୀରିକ ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗଦାନ କରି ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ ।ସଭାକୁ ପରିଚାଳନା କରିଥିଲେ ଶାରୀରିକ ଶିକ୍ଷା ଶିକ୍ଷକ ହରିଶ୍ଚନ୍ଦ୍ର ମାଝୀ ଏବଂ ଶେଷରେ ଶିକ୍ଷକ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ୧୦୧ ଜଣ ପ୍ରତିଯୋଗୀ ଏବଂ ୨୦ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗ ଦେଇଥିଲେ ।