-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Sep-2026
ବରପାଲି, ୨୧/୯ (ସୁଦାମ ଦୀପ) ସୋମବାର ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ମହାସଭା ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସରରେ ଚଳିତ ବର୍ଷର ଭାଗବତ ଜନ୍ମ ଓ ଇନ୍ଦ୍ରପୂଜା ଅନୁଷ୍ଠିତ ହୋଇଯାଇଛି । ବରପାଲି ସଦର ଶାଖା ସଭାପତି ପିନାକୀ ଦାଶଙ୍କ ଆହ୍ୱାନ କ୍ରମେ ବିଭିନ୍ନ ଗ୍ରାମରୁ ବ୍ରାହ୍ମଣ ପୁରୋହିତ, କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ହୋଇଥିଲେ । ପ୍ରାରମ୍ଭରେ ଜଗନ୍ନାଥ ମନ୍ଦିରରେ ପ୍ରଭୁ ଜଗନ୍ନାଥ ପୂଜା ସମେତ ଭାଗବତ ପୂଜା ପଣ୍ଡିତ ସଦାନନ୍ଦ ଦାଶ, ନିରଞ୍ଜନ ଦାଶ, ଯୋଗେଶ ଦାଶ ଓ ସଞ୍ଚୟ ମିଶ୍ର ପ୍ରମୁଖଙ୍କ ଦ୍ୱାରା ସମାପିତ ହୋଇଥିଲା । ଏହି ପବିତ୍ର ଅବସରରେ ଉପସ୍ଥିତ ସମସ୍ତ ବ୍ରାହ୍ମଣ ଦେବତାଙ୍କ ଭକ୍ତି ଓ ସମ୍ମାନର ସହିତ ପଦଧୌତ କରାଯାଇଥିଲା । ଏ ଅବସରରେ ସ୍ଥାନୀୟ ଯୋଗୀମୁଣ୍ଡା ଶିବାଳୟରେ ଜଳ ଜପ, କପିଳେଶ୍ଵର ପୀଠରେ ରୁଦ୍ରାଭିଷେକ, ଇଷ୍ଟଦେବୀ ମାଁ ସମଲେଇଙ୍କ ପୀଠରେ ଚଣ୍ଡିପାଠ ସାଙ୍ଗକୁ ଜଗନ୍ନାଥ ମନ୍ଦିରରେ ଓଡିଆ ଭାଗବତ, ଗୋପାଳ ସହସ୍ରନାମ , ବଗଳାମୁଖୀ ସହସ୍ରନାମ ପାଠ ଓ ଦ୍ୱାଦଶ ସ୍କନ୍ଧ ହୋମ, ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣ ଓ ପୁଷ୍କରାଦି ମେଘଙ୍କ ଆବାହନ ହୋମ, ନବଗ୍ରହ ହୋମ , ଇନ୍ଦ୍ରାଦି ଦଶ ଦିଗପାଳଙ୍କ ହୋମାଦି କରାଯାଇଥିଲା । ଏ ସମସ୍ତ ପୂଜାରେ ବରିଷ୍ଠ ପୂଜକ ହେମନ୍ତ ମିଶ୍ର, ସଦାନନ୍ଦ ଦାଶଙ୍କ ପରାମର୍ଶ କ୍ରମେ ରାଜୁ ଦାଶ, ପ୍ରଦୀପ ଦାଶ, ନିରଞ୍ଜନ ମିଶ୍ର, ସଦାନଦ ଦାଶ, ଅଚ୍ୟୁତାନନ୍ଦ ଦାଶ ,ଭୀମସେନ ପଣ୍ଡା, ଅରବିନ୍ଦ ବାବୁ,ରବି ଚନ୍ଦ୍ର ମହାପାତ୍ର, ସାନନ୍ଦ ଦାଶ, ଡାକ୍ତର ପତି, ହରିଶ୍ଚନ୍ଦ୍ର ଦାଶ,ବିକାଶ ପାଢ଼ୀ,ମନ ରଥ, ଆଲୋକ ଦାଶ, ଯୋଗେଶ୍ଵର ଦାଶ । ଆନନ୍ଦ ଦାଶ , ମଧୁ ମଙ୍ଗଳ ମିଶ୍ର, ହିମାଂଶୁ ଦାଶ ପ୍ରମୁଖ ବିଶେଷ ଭୂମିକା ଗ୍ରହଣ କରିଥିଲେ । ପୂଜା ସମୟରେ ବରପାଲି ସଦର ସଭାପତି ପିନାକୀ ଦାଶ, ସାଧାରଣ ସଂପାଦକ ପ୍ରଦୀପ ଦାଶ , ସମ୍ପାଦକ ଡ଼. ସରୋଜ କୁମାର ଦାଶ, ନିରଞ୍ଜନ ମିଶ୍ର, ଯୋଗେଶ ଦାଶ, ଆନନ୍ଦ ଦାଶ , ଅଶୋକ ଦାଶ , ଉପସଭାପତି ବିଭୁତି ମିଶ୍ର,ଯଦୁମଣି ତ୍ରିପାଠୀ,ରାଜୁ ଦାଶ, ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ଦେବତା, ସମ୍ପାଦକ ଅରୁଣ ପଣ୍ଡା , କାର୍ଯ୍ୟକାରୀ ସଭାପତି ନରେନ୍ଦ୍ର ହୋତା, ଦାମୋଦର ପଣ୍ଡା ,ରାଜ଼େନ୍ଦ୍ର ପୂଜାରୀ, ବିନୋଦ ବିହାରୀ ସୁସାରୀ ପ୍ରମୁଖ ବହୁ କର୍ମକର୍ତ୍ତା ସମେତ ଆଖପାଖ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।