-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
21-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ଶ୍ରୀ ଗୋପାଳଜୀ ଯୋଗାଳୟ ଠାରେ ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି l ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ଏସପି ନାରାୟଣ ନାଏକ, , ଏ ଡି ଏମ୍ ଅଞଳିନା ପଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାଏକ୍, ସାଇବର ସବ୍ ଇନ୍ସପେକ୍ଟର ରବୀନ୍ଦ୍ର ସାହୁ, ଏଲ ଡି ଏମ୍ ଏଫ୍ ଏଲ ସି ଘନ ଶ୍ୟାମ ମେହେର ଅତିଥି ଭାବରେ ଯୋଗ ଦେଇ ଉତ୍ସାହିତ କରିଥିଲେ l ଏହି କାର୍ଯ୍ଯ କ୍ରମ ରେ ଓଡ଼ିଶା ସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ପ୍ରାକ୍ତନ ନିର୍ଦେଶକ ଡ଼ା, ପ୍ରଦୀପ ଗୁରୂ ସ୍ବାସ୍ଥ୍ୟ ଉପରେ , ଜିଲ୍ଲା ପୋଲିସ ର ରବୀନ୍ଦ୍ର ସାହୁ ଓ ଷ୍ଟେଟ୍ ବ୍ୟାଙ୍କ୍ ଚିଫ୍ ମ୍ୟାନେଜର ଲକ୍ଷ୍ମଣ ମାଝୀ ସାଇବର୍ ଅପରାଧ ଉପରେ ସଚେତନତା କରିଥିଲେ l ବରିଷ୍ଠ ନାଗରିକ ସଂଘ ସଭାପତି ଡଃ ଜ୍ୟୋତି ରଞ୍ଜନ ବହିଦାର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ସଂପାଦକ ଜ୍ଯୋତି ରଞ୍ଜନ ପଟ୍ଟନାୟକ, ଡ଼ ଆର୍ତ୍ତ ତ୍ରାଣ ବାବୁ ସମ୍ବର୍ଧନା କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l ବରିଷ୍ଠ ନାଗରିକ ବ୍ରଜ ମୋହନ ଦାନୀ, ଚମରା ରାମ ତ୍ରିପାଠୀ, ଓ ବ୍ୟୋମ କେଶ ଦାଶ ଙ୍କୁ ଏହି ଅବସରରେ ସମ୍ୱର୍ଦ୍ଧିତ କରା ଯାଇଥିବା ବେଳେ ସଂଘ ର ପ୍ରତିଷ୍ଠାତା ସଦସ୍ୟ ଡ଼ା ରାଜେନ୍ଦ୍ର ମିଶ୍ର, ମୃତ୍ୟୁଞ୍ଜୟ ଦାଶ, ନାରାୟଣ ପ୍ରସାଦ ରାୟ ଗୁରୁ, ଇନ୍ଦ୍ର ମଣି ଦାଶ, ଓ ଡ଼ ସନ୍ତୋଷ ପାଢ଼ୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା l
ଅପରାହ୍ନ ରେ ନୂଆଖାଇ ଭେଟ ଘାଟ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଥିଲା l ଏଥିରେ ସୁବର୍ଣ୍ଣପୁର ର ଐତିହ ସଂସ୍କୃତି ଉପରେ କୁଇଜ୍ ପ୍ରତିଯୋଗିତା ଓ ଆଲୋଚନା ହୋଇଥିଲା l ଶ୍ରୀବତ୍ସ ମଲ୍ଲିକ, ସଚିଦା ନନ୍ଦ ନାଏକ, ରାଧେଶ୍ୟାମ ମିଶ୍ର, ଜଗଦୀଶ ମେହେର, ଦୟାନିଧି ସେଠି, ଦିଲୀପ ରଥ, ନିରଞ୍ଜନ ତ୍ରିପାଠୀ, ପ୍ରମୁଖ ସମସ୍ତ ସଦସ୍ୟ ଏହି କାର୍ଯ୍ଯ କ୍ରମ ରେ ସହଯୋଗ କରିଥିଲେ l