-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
19-May-2024
ବଲାଙ୍ଗିର : ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା-୨୦୨୩-୨୪ରେ ଜାତୀୟ ସ୍ତରରେ ୫୯୧ ରେଙ୍କ ରେ କୃତିତ୍ଵ ଅର୍ଜନ କରିଥିବା ବଲାଙ୍ଗିରର ପୁଅ ସାଇରାଜ ମିଶ୍ରଙ୍କୁ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ବ୍ୟାଚ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସାଗର ପଡା ନିବାସୀ ସାଇରାଜ ହେଉଛନ୍ତି ରେଣୁକା ସତପଥୀ ଓ ସଞ୍ଜୟ ମିଶ୍ର ଙ୍କ ସୁପୁତ୍ର l ଆଜି ସାଇରାଜଙ୍କ ବାସଭବନରେ ୧୯୭୭ ବ୍ୟାଚ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର୍ ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା l ସଂଘର ସଭାପତି ରତନ ମହାରଣା, ଉପସଭାପତି ରାଜକିଶୋର ଦାସ, ସମ୍ପାଦକ ଡ. ସୁକାନ୍ତ ପୁରୋହିତ, ସହ ସମ୍ପାଦକ ପ୍ରଦୀପ ମିଶ୍ର, କୋଷାଧ୍ୟକ୍ଷ ବ୍ରଜବନ୍ଧୁ ସାଏ, ମୋହନ ଗୋପାଳ ପଣ୍ଡା, ସଲିମ ଖାନ୍, ଗଜେନ୍ଦ୍ର ସରାଫ, କୃପାସିନ୍ଧୁ ମିଶ୍ର, ଭାଗବାନ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ l