-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
16-May-2024
ଡୁଙ୍ଗୁରିପାଲି(ଅରବିନ୍ଦ ମିଶ୍ର):ମାଝିମୁଣ୍ଡା ଝୁମକାଡୁଙ୍ଗୁରି ଠାରେ ବୃଷ ସଂକ୍ରାନ୍ତି ପୂଜା୍ନୋତ୍ସବ ଅବସରରେ କୋଶଲେଶ୍ୱର କଳା ସଂସ୍କୃତି ପରିଷଦ ତରଫରୁ ଶିଶୁ କଳାକାର କୁମାରୀ ହିମାଦ୍ରୀ ବୁଡ଼େକ (ସରଗୁଲ)ଙ୍କୁ ମାନପତ୍ର ଓ ବିଶିଷ୍ଟ ମୃଦଙ୍ଗ ବାଦକ ଖାନାପୁରୀ ମଲ୍ଲିକ (ବାନ୍ଧପାଲି)ଙ୍କୁ "ବିଦ୍ୟାଧର ସେଠ୍ ସ୍ମୃତି ସମ୍ମାନ ୨୦୨୪ ଏବଂ ଅଞ୍ଚଳର ଛୋଟ ଛୋଟ କଳାକାର ମାନଙ୍କୁ ଉତ୍ତରୀୟ ପ୍ରଦାନ କରାଯାଇଥିଲା l ଉକ୍ତ
କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ଅନିରୁଦ୍ଧ ବାରିକ ସହିତ ଅତିଥି କ୍ଷୀରଧର ବୁଡ଼େକ, କରୁଣାକର ଦାସ, ପଞ୍ଚାନନ ସେଠ୍ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ l ଏଥିରେ ପ୍ରଫୁଲ୍ଲ ବାରିକ, ସୁରେନ୍ଦ୍ର ସାହୁ, ରମା ବହିଦାର, ରୋହିତ ରଥ, ଭୀମ ତ୍ରିପାଠୀ, ହାଡୁ ମହାନନ୍ଦ, ସାନନ୍ଦ ପଟ୍ଟନାୟକ ମଦନ ବେହେରା, ବଳିଷ୍ଠ ବୁଡ଼େକ, ସୁରେନ୍ଦ୍ର ସା, ଉଷା ବୁଡ଼େକ, ଭୂମିସୁତା ସା, ମହାଦେବତ୍ରିପାଠୀ, ହାଡୁ ମହାନନ୍ଦ, ସାନନ୍ଦ ପଟ୍ଟନାୟକ ମଦନ ବେହେରା, ବଳିଷ୍ଠ ବୁଡ଼େକ, ସୁରେନ୍ଦ୍ର ସା, ଉଷା ବୁଡ଼େକ, ଭୂମିସୁତା ସା, ମହାଦେବ ନାଏକ, ଭାମା ସାହୁ, ଲମ୍ବୋଦର ବୁଡ଼େକ, ଜାମା ନାଏକ, ବିଳାସିନୀ ବେହେରା, ବୃନ୍ଦାବନ ବାରିକ, ବେଲମତି ବୁଡ଼େକ, ଶିବ ବୁଡ଼େକ ଇତ୍ୟାଦି ଅଞ୍ଚଳର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ l