-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||     

HOME   ରାଜନୀତି

ନବୀନ-ଅନଙ୍ଗଙ୍କ ବଢୁଛି ଘନିଷ୍ଠତା,ବଲାଙ୍ଗୀର ପାଇଁ ଶୁଭଙ୍କର

16-May-2024



ବଲାଙ୍ଗୀର(ପ୍ରେରଣା ଖବର ): ଏବେ ଓଡିଶା ରାଜନୀତିର ଧୂରୀଣ ରାଜନେତା ନବୀନ ପଟ୍ଟନାୟକ ଓ ତାଙ୍କର ବାଲ୍ୟବନ୍ଧୁ ଅନଙ୍ଗଙ୍କ ମଧ୍ୟରେ ଘନିଷ୍ଠତା ପୁଣିଥରେ ବଢୁଥିବା ଲକ୍ଷ୍ୟ କରାଯାଇଛି । ଅବଶ୍ୟ ଉଭୟଙ୍କ ମଧ୍ୟରେ କେବେ ମଧ୍ୟ ତିକ୍ତତା ଆସିନଥିଲେ ହେଁ ବେଳେ ବେଳେ କିଛି ଲୋକ ତାଙ୍କର ଘନିଷ୍ଠତା କମିଥିବା ଗଣମାଧ୍ୟମରେ ଆଲୋଚନା କରୁଥିଲେ । କୁଆଡେ କରୋନା ମହାମାରୀ ପରେ ଅନେକ ଲୋକ ନବୀନଙ୍କୁ ଭେଟି ପାରୁନଥିବା ନେଇ ଚର୍ଚ୍ଚା ହେଉଥିଲା । ସେଥିରେ ବଲାଙ୍ଗୀର ରାଜପରିବାର ମଧ୍ୟ ଥିବା ରାଜଧାନୀରେ ଆଲୋଚନାର ବିଷୟ ଥିଲା । କିନ୍ତୁ ଏବେ କିଛି ଦିନ ହେଲା ନବୀନଙ୍କ ସହିତ ଅନଙ୍ଗଙ୍କ ଘନିଷ୍ଠତା ଆହୁରି ନିବିଡ ଥିବା ଲକ୍ଷ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନଙ୍କ କଣ୍ଟାବାଞ୍ଜିରେ ପ୍ରାର୍ଥିତ୍ୱ ଘୋଷଣା ପରେ ସବୁଠୁ ବେଶି ଖୁସି ହୋଇଥିଲେ ଅନଙ୍ଗଉଦୟ ସିଂଦେଓ । ସେହିଦିନ ସେ ଖୁସିରେ ଲୋକଙ୍କୁ ମିଠାବାଣ୍ଟିଥିଲେ । ଟିଟିଲାଗଡରେ ନବୀନ ପ୍ରାର୍ଥିପତ୍ର ଦାଖଲ ସମୟରେ ତାଙ୍କ ସ୍ୱାଗତ କରି ନବୀନ-ଅନଙ୍ଗଙ୍କ ହାତମିଳାମିଳି -କୋଳାକୋଳି ଓ କଳିକେଶଙ୍କ ମୁଣ୍ଡରେ ନବୀନ ହାତରଖି ଆଶୀର୍ବାଦ ରାଜପରିବାର ସହିତ ନବୀନଙ୍କ ସମ୍ପର୍କକୁ ନେଇ ସମସ୍ତଙ୍କୁ ଆଉଥରେ ଚିନ୍ତା କରିବାକୁ ବାଧ୍ୟ କରିଥିଲା । ଏବେ ନବୀନଙ୍କ ବଲାଙ୍ଗୀର ନିର୍ବାଚନୀପ୍ରଚାରରେ ଆସିବା ସମୟରେ ଅନଙ୍ଗଙ୍କ ସପରିବାର ମନୋହରପୁର ହେଲିପେଡରେ ଉପସ୍ଥିତ ରହି ସ୍ୱାଗତ କରିବା ରୋଚକ ହୋଇଥିଲା । ମନୋହରପୁର ହେଲିପେଡରେ ଅନଙ୍ଗଉଦୟ ସିଂଦେଓ, ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ଦେବୀ, କଳିକେଶନାରାୟଣ ସିଂଦେଓ, କଳିକେଶଙ୍କ ପତ୍ନୀ ମେଘନା ସିଂଦେଓ, ଅନଙ୍ଗଙ୍କ ମଝିଆପୁଅ ମନ୍ମଥବିଜୟ ସିଂଦେଓ ଉପସ୍ଥିତ ରହି ନବୀନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ନବୀନ ଓ ୫ଟି ଅଧ୍ୟକ୍ଷ ଭି.କାର୍ତ୍ତିକେୟନ ପାଣ୍ଡିଆନ ରାଜପରିବାର ସଦସ୍ୟଙ୍କ ସହିତ ଫଟୋପୋଜ ମଧ୍ୟ ଦେଇଥିଲେ । ଆଲୋଚନା କାଳର ନବୀନଙ୍କ ମୁରୁକି ହସି ଫଟୋ ବିଜେଡିର ଏକ ନିଶ୍ଚିତ ବିଜୟର ସଂକେତ ବୋଲି ବଲାଙ୍ଗୀରରେ ଚର୍ଚ୍ଚା ହେଉଛି । 
      ଓଡିଶା ରାଜନୀତିର ଦୁଇଜଣ ପ୍ରମୁଖ ନେତାହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଡୁନସ୍କୁଲ ସାଥି ଅନଙ୍ଗଉଦୟ ସିଂଦେଓ । ଦୁଇଜଣ ସାଥିହୋଇ ଡୁନସ୍କୁଲରେ ପଢିବା ସହିତ ରାଜନୈତିକ ଜୀବନର ସହଯାତ୍ରୀ ହୋଇଆସିଛନ୍ତି । ନବୀନ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସୁପୁତ୍ର ଓ ଅନଙ୍ଗଉଦୟ ସିଂଦେଓ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପଟଣା ମହାରାଜା ରାଜେନ୍ଦ୍ରନାରାୟଣ ସିଂଦେଓଙ୍କ ସାନପୁଅ । ଉଭୟ ଜଣେ ଜଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଓ ରାଜନୈତିକ ପରିବାରର । ଅନଙ୍ଗ ୧୯୭୪ ମସିହାରେ ଲୋଇସିଂହାର ବିଧାୟକ ପଦରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୯୦ ମସିହାରେ ଜନତାଦଳ ଟିକେଟରେ ବଲାଙ୍ଗୀର ସଦର ଆସନରୁ ବିଧାୟକ ହୋଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ମଧ୍ୟ ହୋଇଥିଲେ । କିନ୍ତୁ ୧୯୯୬ ମସିହାରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ଓଡିଶା ରାଜନୀତିରେ ଏକ ଶୁନ୍ୟସ୍ଥାନ ସୃଷ୍ଟି ହୋଇଥିଲା । କିଛି ବନ୍ଧୁଙ୍କ ସହିତ ମିଶି ବିଦେଶରେ ଥିବା ନବୀନଙ୍କୁ ଡାକିଆଣି ଓଡିଶାରେ ଏକ ନୂତନ ରାଜନୈତିକଦଳ ଗଠନ କରି ଓଡିଶାର ଚିତ୍ର ବଦଳାଇ ଦେଇଥିଲେ ଅନଙ୍ଗ । ବିଜୁ ପଟ୍ଟନାୟକଙ୍କ ପୁତ୍ର ନବୀନଙ୍କ ଦକ୍ଷତାକୁ ନେଇ ସାରା ଓଡିଶାରେ ବିଜେଡିଦଳ ଲୋକଙ୍କ ପ୍ରୀୟଭାଜନ ହେଲା । ତେବେ ବିଜେଡିର ଅନେକ ପ୍ରତିଷ୍ଠାତା ସଦସ୍ୟ ବିଭିନ୍ନ ସମୟରେ ନବୀନଙ୍କଠାରୁ ଦୂରେଇ ଯାଇଛନ୍ତି । କିନ୍ତୁ ବିଶ୍ୱସ୍ତ ଅନଙ୍ଗ କେବେ ମଧ୍ୟ ନବୀନଙ୍କ ଠାରୁ କିମ୍ବା ଦଳରୁ ନିଜକୁ ଦୂରେଇନେବାର ଚିନ୍ତା କରିନାହାଁନ୍ତି । ଦଳରେ ଓ ଦଳବାହାରେ ଅନେକ ଥର ଅନଙ୍ଗଙ୍କ ବିରୁଦ୍ଧରେ ଷଡଯନ୍ତ୍ର ହୋଇଛି କିନ୍ତୁ ନବୀନ-ଅନଙ୍ଗଙ୍କ ଯୋଡିକୁ କେହି ଭାଙ୍ଗି ପାରିନାହାଁନ୍ତି । ଅନଙ୍ଗଉଦୟ ସିଂଦେଓ ଗତ ୨୦୧୯ ମସିହାରେ ନିର୍ବାଚନ ରାଜନୀତିରୁ ନିଜକୁ ଦୂରେଇ ନେଇ ତାଙ୍କ ପୁଅମାନଙ୍କ ପାଇଁ ବାଟ ଛାଡିଥିଲେ । ସେଥିରେ ମଧ୍ୟ ନବୀନ ସହଯୋଗ କରିଆସିଛନ୍ତି । ଚଳିତଥର ଅନଙ୍ଗ ପରିବାରରୁ କଳିକେଶ ଏକମାତ୍ର ପ୍ରାର୍ଥି ବଲାଙ୍ଗୀର ସଦର ଆସନର ବିଧାୟକ ପ୍ରାର୍ଥି ହୋଇଛନ୍ତି । ତାଙ୍କର ଭବିଷ୍ୟତ ରାଜନୀତି ଚଳିତଥର ନିର୍ଦ୍ଧାରଣ ହେବ । ଏବେ କଳିକେଶ ମଧ୍ୟ ନବୀନଙ୍କ ଭରସାରେ ରହିଛନ୍ତି । ଗତ କିଛିବର୍ଷ ମଧ୍ୟରେ କଳିକେଶ ଅନେକଗୁଡିଏ ବିକାଶ ପ୍ରକଲ୍ପ ବଲାଙ୍ଗୀରକୁ ଆଣି ପାରିଛନ୍ତି । ନବୀନଙ୍କ ସହ ଅନଙ୍ଗ ପରିବାରର ଘନିଷ୍ଠତା ବଲାଙ୍ଗୀରକୁ ଶୁଭଙ୍କର ବୋଲି କୁହାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026

You Might Also Like