-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
16-May-2024
ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗିର ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ ପାଇଁ ଜନ ପ୍ରତିନିଧିତ୍ଵ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ , ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଗୌରୱ ଶିୱାଜୀ ଈଶାଲୱାର ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୨୦ ମଇ ରେ ଜିଲ୍ଲାରେ ଭୋଟ ଗ୍ରହଣ ହେଉଥିବାରୁ ନିର୍ବାଚନ ସମ୍ପାଦନା କରିବା ପାଇଁ କର୍ମଚାରୀ ଙ୍କୁ ଆସନ୍ତା ୧୯ ତାରିଖରେ ଡିସପର୍ସାଲ ଏବଂ ରିସିଭିଙ୍ଗ ସେଂଟର୍ ରେ ଯୋଗ ଦେବାପାଇଁ ନିର୍ଦେଶ ଦିଆ ଯାଇଛି ।ଲୋଇସିଂହା ଏବଂ ବଲାଙ୍ଗିର କ୍ଷେତ୍ର ନିମନ୍ତେ ବଲାଙ୍ଗିର ସରକାରୀ ଆଇଟିଆଇର ସ୍କିଲ ଡେଭଲପମେଣ୍ଟ ସେଂଟର୍ , ପାଟଣାଗଡ଼ ନିମନ୍ତେ ଜବାହାରଲାଲ କଲେଜ ଏବଂ ଟିଟିଲାଗଡ ପାଇଁ ଡିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟ ର ଆଇଡିପି ଏକାଡେମିକ ବ୍ଲକ ଓ କଣ୍ଟାବାଞ୍ଜି ପାଇଁ ପୁରୁଣା ଏକାଡେମିକ ବ୍ଲକ ପହଞ୍ଚିବାକୁ ନିର୍ଦେଶ ଦିଆ ଯାଇଛି । ସେମାନଙ୍କୁ ୧୯ ମଇ ଦିନ ସକାଳ ୬ ଟାରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ଯଦି କୌଣସି କର୍ମଚାରୀ ଏହି ଆଦେଶ ପାଳନ ନକରି ନିର୍ବାଚନ କାର୍ଯ୍ୟରେ ଅବହେଳା କରନ୍ତି ବା ଯୋଗ ନ ଦିଅନ୍ତି ତା ହେଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଈଶାଲୱାର ପ୍ରକାଶ କରିଛନ୍ତି ।