-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ରାଜନୀତି

ନିହାର ବେହେରାଙ୍କ ନାମାଙ୍କନପତ୍ର ଦାଖଲ, ନବୀନ ସରକାରଙ୍କ ଜନହିତକାରୀ ଯୋଜନା ହିଁ ଆମର ବଳ-ନିହାର

03-May-2024



ବଲାଙ୍ଗିର(ପ୍ରେରଣା ଖବର ): ଆଜି ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳି(ସଂରକ୍ଷିତ ) ପାଇଁ ବିଜେଡି ଦଳର ବିଧାୟକ ପ୍ରାର୍ଥି ନିହାରରଂଜନ ବେହେରା ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ନିହାର କହିଛନ୍ତି ଯେ, ରାଜ୍ୟରେ ନବୀନ ସରକାରଙ୍କ ଜନହିତକାରୀ ଯୋଜନା ହିଁ ଆମର ବଳ । ଲୋକମାନେ ନବୀନ ସରକାର ସହିତ ରହିଛନ୍ତି । ବିଗତ ଦିନରେ ଲୋଇସିଂହା ନିର୍ବାଚନମଣ୍ଡଳିରେ ରାଜ୍ୟସରକାରଙ୍କ ଅନେକଗୁଡିଏ ପ୍ରକଲ୍ପକାମ ହୋଇଛି । କଂଗ୍ରେସର ଅବସ୍ଥା ଦୁର୍ବଳ ରହିଛି ଓ ବିଜେପି ବିଧାୟକଙ୍କ ସ୍ଥାଣୁତା ଯୋଗୁଁ ଭୋଟରମାନେ ବିଜେଡିକୁ ଭଲ ପାଉଛନ୍ତି ଓ ଭୋଟଦେବେ ବୋଲି ବିଜେଡିବିଧାୟକ ପ୍ରାର୍ଥି ନୀହାର ବେହେରା କହିଛନ୍ତି । ସ୍ଥାନୀୟ ପୃଥ୍ୱିରାଜ ହାଇସ୍କୁଲପଡିଆଠାରୁ ତାଙ୍କର ପ୍ରାୟ ୫ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହରପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ । ନିହାରଙ୍କ ସହିତ ତାଙ୍କ ପତ୍ନୀ ଅନୁପମା ବେହେରା, ବିଜେଡିର ସାଂସଦପ୍ରାର୍ଥି ସୁରେନ୍ଦ୍ରକୁମାର ସିଂଭୋଇ, ପୂର୍ବତନ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା,ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ, ଯୁବନେତା ଆକାଶ ମିଶ୍ର, ବିଧୁଭୂଷଣ ତ୍ରୀପାଠୀ, ସତ୍ୟ ପତି, ଲୋଇସିଂହା ବ୍ଲକଅଧ୍ୟକ୍ଷ ଜତିନ ପଟେଲ, ପୁଇଁତଳା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ, ଆଗଲପୁର ବ୍ଲକ ଉପାଧ୍ୟକ୍ଷା ନୀରୁପମା ପଧାନ, ଜିଲ୍ଲାପରିଷଦ ସଭ୍ୟା ବିଣାପାଣି ଦାସ, ଲିଲିମା ବେହେରା, ସଂଜୁକ୍ତା ବରିହା, ସବିତା ସେଠ, ଆଠଗାଁ ସମିତିସଭ୍ୟା ବବିତା ପୁଟେଲ,ରାମଚନ୍ଦ୍ର ବେହେରା,ମହିଲା ନେତ୍ରୀ ଜ୍ୟୋତ୍ସ୍ନାମୟୀ ନାଗ,ଲୋଇସିଂହା ବିଜେଡି ବ୍ଲକସଭାପତି ହୃଦାନନ୍ଦ ବେହେରା,ଆଗଲପୁର ବ୍ଲକସଭାପତି ପଞ୍ଚୁ ପଧାନ,ନିଲେଶ ଅଗ୍ରୱାଲ,ପୁଇଁତଳା ବ୍ଲକ ସଭାପତି ବିଷ୍ନୁ ପଟେଲ,ବିଜୟ ବାବୁ,ଯୁବନେତା ବଣ୍ଟିପ୍ରତାପ ପଧାନଙ୍କ ସମେତ ହଜାର ହଜାର ସମର୍ଥକ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆଠାରୁ ବାହାରି ମହାଦେବ ମନ୍ଦିରଛକ, ପାଟଣାଛକ, ମୁଖ୍ୟବଜାର, ସରକାରୀ ବସଷ୍ଟାଣ୍ଡ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଲୋଇସିଂହା ନିର୍ବାଚନମଣ୍ଡଳିର ରିଟର୍ଣ୍ଣିଂ ଅଫିସର ଥିବା ଅତିରିକ୍ତ ଜିଲ୍ଲାପାଳ ଡ.ବିଜୟକୁମାର ସେଠୀଙ୍କ ପାଖରେ ନିହାର ତାଙ୍କର ଦୁଇସେଟ ନାମାଙ୍କନପତ୍ର ଦାଖଲ କରିଥିଲେ । ପ୍ରକାଶ ଯେ, ବିଜେଡିର ବିଧାୟକପ୍ରାର୍ଥି ହୋଇଥିବା ନିହାର ବେହେରାଙ୍କ ବାପା ଯୋଗେନ୍ଦ୍ର ବେହେରା ଟିଟିଲାଗଡରୁ ୪ଥର ଓ ଲୋଇସିଂହାରୁ ବିଧାୟକ ହୋଇଥିଲେ । ଲୋଇସିଂହାରେ ବିଧାୟକ ଥିବା ବେଳେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ଗତ ୨୦୧୯ ମସିହାରେ ସେ ନିଜେ ଛିଡା ନହୋଇ ତାଙ୍କ ପୁଅ ନିହାର ପାଇଁ ଟିକେଟ ମାଗିଥିଲେ । କିନ୍ତୁ ଦଳ ସେତେବେଳେ ନିହାରଙ୍କୁ ଟିକେଟ ଦେଲାନାହିଁ । ଫଳରେ ଲୋଇସିଂହାରେ ବିଜେଡିଦଳ ପରାଜିତ ହୋଇଥିଲା । ଗତ ୫ବର୍ଷ ହେଲା ନୀହାର ଦଳୀୟ ସଂଗଠନକୁ ସମ୍ଭାଳିଥିଲେ । ତେଣୁ ଚଳିତଥର ତାଙ୍କୁ ଟିକେଟ ଦିଆଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like