-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
03-May-2024
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ଇଷ୍ଟଦେବୀ ମାଁ ସୁରେଶ୍ଵରୀ ଙ୍କ ମନ୍ଦିର ଠାରେ ପୂଜାର୍ଚ୍ଚନା ସାରି ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି କଂଗ୍ରେସ ଦଳର ବିଧାନସଭା ପ୍ରାର୍ଥୀ ପ୍ରିୟବ୍ରତ ସାହୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କ ଠାରେ ନିଜର ପ୍ରାର୍ଥୀ ପତ୍ର ଦାଖଲ୍ କରିଛନ୍ତି। ତାଙ୍କ ସହ ଜିଲ୍ଲା କଂଗ୍ରେସ କମିଟିର ବିଭିନ୍ନ କର୍ମକର୍ତ୍ତା ଙ୍କ ସହ ପ୍ରାକ୍ତନ ଜିଲ୍ଲା କଂଗ୍ରେସ ସଭାପତି ଗୈlରୀଶ୍ୟାମ ପଣ୍ଡା, ପିସିସି ସଭ୍ୟ ଜିତେନ୍ଦ୍ର ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ସୁଧିର ପଣ୍ଡା,ନରଦେବ ଭୋଇ, ଶେଷଦେବ ମେହେର, ନିମାଇଁ ପାଣିଗ୍ରାହୀ , ରାଜେନ୍ଦ୍ର ମେହେର,ତରଣି ବାରିକ ପ୍ରମୁଖ ଙ୍କ ସହ ଜିଲ୍ଲା କଂଗ୍ରେସ ର ବିଭିନ୍ନ ଛାମୁଆଁ ସଂଗଠନ ର କର୍ମକର୍ତ୍ତା ଏହି ବିଶାଳ ରାଲିରେ ଯୋଗଦେଇ ଥିଲେ। ପ୍ରିୟବ୍ରତ ଜଣେ ନବାଗତ ପ୍ରାର୍ଥୀ ହେଲେହେଁ ଜଣେ ଟାଣୁଆ ଯୁବ ସଂଗଠକ ଭାବରେ ଆଗରୁ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିବା ଯୋଗୁଁ ଓ ସେ ଜିଲ୍ଲା ଓବିସି ସଂଗଠନ ର କାର୍ଯ୍ୟକାରୀ ସଭାପତି ଥିବା ଯୋଗୁଁ ତାଙ୍କୁ ଦଳମତ ନିର୍ବିଶେଷରେ ବହୁ ଯୁବକ ତାଙ୍କର ଏହି ଶୋଭାଯାତ୍ରାରେ ସ୍ଵତଃ ସାମିଲ ହୋଇଥିବା ଦେଖାଯାଇଥିଲା। ତାଙ୍କ ପ୍ରତି ସମସ୍ତ ଜନସାଧାରଣଙ୍କ ଆଶିର୍ବାଦ ଥିବା ଯୋଗୁଁ ଓ ଜିଲ୍ଲା କଂଗ୍ରେସ ର ସମସ୍ତ ଅଭିଜ୍ଞ ନେତୃମଣ୍ଡଳୀ ଙ୍କ ସହଯୋଗ କୁ ପାଥେୟ କରି ସେ ଚଳିତ ନିର୍ବାଚନ ରେ ରେକର୍ଡ ସଂଖ୍ୟକ ଭୋଟ ପାଇ ସେ ନିଶ୍ଚିତ ବିଜୟୀ ହେବେ ବୋଲି ସାମ୍ୱାଦିକ ଙ୍କୁ ପ୍ରକାଶ କରିଛନ୍ତି।