-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-May-2024
ଖରୀଆର (ରାମନାଥ ପଣ୍ଡା)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଅଗ୍ରସେନା ଭବନ ଠାରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ହଜାର ହଜାର ସଂଖ୍ୟକ ମହିଳା ଯୋଗଦାନ କରି ବିଜେଡ଼ି ସରକାରଙ୍କ ବିକାଶ ମୂଳକ ଯୋଜନା, ମହିଳାଙ୍କ ବିକାଶ ପାଇଁ ଅଗ୍ରାଧିକାର ଉପରେ ଆଲୋଚନା କରିଥିଲେ। ସଭାରେ ବିଜେଡ଼ି ଦଳୀୟ ପ୍ରାର୍ଥୀ ଅଧୀରାଜ ମୋହନ ପାଣିଗ୍ରାହୀ ଯୋଗ ଦେଇ ନବୀନ ସରକାରଙ୍କ ଶକ୍ତି ହେଉଛନ୍ତି ମହିଳା ଓ ମହିଳାଙ୍କ ଶକ୍ତି ହେଉଛନ୍ତି ନବିନ ବୋଲି ମତବ୍ୟକ୍ତ କରିଥିଲେ। ମହିଳା ମାନଙ୍କ ଆଶୀର୍ବାଦ ଦ୍ବାରା ନବୀନ ପଟ୍ଟନାୟକ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରକାଶ କରିଛନ୍ତି। ବୋଡ଼େନ, ସିନାପାଲି ଏବଂ ଖଡିଆଳ ଠାରେ ମହିଳାଙ୍କ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ମହିଳାଙ୍କ ଆଶୀର୍ବାଦ ଦ୍ବାରା ଉଭୟ ବିଧାନସଭା ଏବଂ ଲୋକସଭାରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବ ବୋଲି ମତବ୍ୟକ୍ତ କରିଛନ୍ତି।