-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
02-May-2024
(ପ୍ରେରଣା ଖବର )
କଳାହାଣ୍ଡି ସଂସଦୀୟ କ୍ଷେତ୍ର ନର୍ଲା ଆସନ ପାଇଁ ବର୍ତ୍ତମାନ କଡା ମୁକାବିଲା ହେବାକୁ ଯାଉଛି ଏହି ଆସନ ପାଇଁ ନର୍ଲା ମଦନପୁର ରାମପୁର, କର୍ଲାମୁଣ୍ଡା ବ୍ଲକ ସମେତ କେସିଙ୍ଗା ବ୍ଲକ ର ନଅ ଟି ପଞ୍ଚାୟତ କୁ ନେଇ ଏହି ଚର୍ଚ୍ଚିତ ନର୍ଲା ନିର୍ବାଚନ ମଣ୍ଡଳୀ ଗଠିତ ଏହି ମହା ସମର ରେ ବଛା ବଛା ଯୋଦ୍ଧା ମଇଦାନ କୁ ଓହ୍ଲାଇଛନ୍ତି ଏହି ଆସନ ରେ ୨୦୦୯ ରେ ଧନେଶ୍ଵର ମାଝୀ ବିଜେଡି ରୁ ବିଧାୟକ ପ୍ରାର୍ଥୀ ଭାବରେ ବିଜୟ ଲାଭ କରିଥିଲେ ଏବଂ ୨୦୧୪ ରେ କଂଗ୍ରେସ ରୁ ଭୂପିନ୍ଦର ସିଂ ଏହି ଆସନ ରୁ ନିର୍ବାଚିତ ହୋଇ ବିରୋଧୀ ଦଳ ନେତା ଆସନ ଅଳଙ୍କୃତ କରିଥିଲେ ଏବଂ ୨୦୧୯ ରେ ପୁଣି ଭୂପିନ୍ଦର ସିଂ କଂଗ୍ରେସ ରୁ ବିଜେଡି କୁ ଲମ୍ପ ପ୍ରଦାନ କରି ପୁଣି ବିଜେଡି ରେ ଟିକଟ ପାଇ ନର୍ଲା ଆସନ ରୁ ବିଜୟ ଲାଭ କରି ବିଧାୟକ ଭାବରେ ଅଛନ୍ତି ଏଭଳି ନର୍ଲା ନିର୍ବାଚନ ମଣ୍ଡଳୀରେ ଜନତା ଦଳ ଓ ବିଜୁ ଜନତା ଦଳରୁ ବଳଭଦ୍ର ମାଝୀ ଚାରିଥର ବିଧାୟକ ଥିବା ବେଳେ ତିରିଶ ବର୍ଷ କାଳ ନର୍ଲା ଆସନ ଜନତା ଦଳ ଓ ବିଜେଡି ପାଖରେ ରହିଛି କିନ୍ତୁ ନର୍ଲା ନିର୍ବାଚନ ମଣ୍ଡଳୀରେ କୌଣସି ଏକ ଶିଳ୍ପ କିମ୍ବା ପ୍ରତିଷ୍ଠିତ ବୈଷୟିକ ଶିକ୍ଷା ଅନୁଷ୍ଠାନ ଖୋଜିଲେ ମଧ୍ୟ ମିଳୁ ନାହିଁ ଦୀର୍ଘ ପଚିଶ ବର୍ଷ ଧରି ନର୍ଲା ଠାରେ ନିର୍ମାଣ ହେବାକୁ ଥିବା ୱାଗନ ଫେକ୍ଟ୍ରୀ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ ଗୋଟେ ସରକାର ଯଦି ପାଞ୍ଚବର୍ଷ ଶାସନ କାଳରେ ବହୁତ୍ ବଡ଼ ବଡ଼ ପ୍ରୋଜେକ୍ଟ ସମ୍ଭବ ହୋଇପାରୁଛି ତାହେଲେ ନର୍ଲା ପାଇଁ ସରକାର ଙ୍କ ଆନ୍ତରିକତା ଅଭାବ ନୁହେଁ କି ବୋଲି ଭୋଟର ପ୍ରଶ୍ନ କରୁଛନ୍ତି ସେହିଭଳି ନର୍ଲା ରେ ଅବସ୍ଥିତ ରେତ୍ ଜଳ ପ୍ରକଳ୍ପ ନର୍ଲା ଚାଷୀ ଙ୍କ କାମରେ ନ ଲାଗି ଅନ୍ୟତ୍ର ଚାଲିଯାଉଛି ଏହା ନିର୍ବାଚିତ ବିଧାୟକ ମାନଙ୍କ କିମ୍ବା ସରକାର ଙ୍କ ଦୃଷ୍ଟି କୁ ଆସିପାରିଲା ନାହିଁ କାରଣ ବିଜେଡି ଓ ବିଜେପି ଦୁଇ ଦଳ ଭୋଟର ଯାହାକୁ ନେତା ଭାବରେ ଚାହୁଁ ଥାନ୍ତି ତାକୁ ଟିକଟ ଦିଅନ୍ତି ନାହିଁ ତେଣୁ ନର୍ଲା ଅଞ୍ଚଳର ସେଭଳି ବିକାଶ ହୋଇପାରୁନାହିଁ
ଏଣୁ ଚଳିତ ନିର୍ବାଚନ ରେ ମଧ୍ୟ ବିଜେଡି ପୂର୍ବରୁ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପାଧ୍ୟକ୍ଷ ଦୁଇ ପଦକୁ ମାଡି ବସିଥିବା ଜଣେ ପରିବାର ବାଦ୍ କ୍ଷମତା ଲୋଭି କଣ ସୁଶାସନ ଦେଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚାରେ ହେଉଛି ଏବଂ ବିଜେପି ପ୍ରାର୍ଥୀ ଅନିରୁଦ୍ଧ ପଧାନ ମଧ୍ୟ ୨୦୧୯ ରେ ମୋଦୀଙ୍କ ଅତ୍ୟନ୍ତ ପ୍ରଭାବ ଥିବା ସମୟର ମଧ୍ୟ ପରାଜୟ ବରଣ କରିଛନ୍ତି ତେଣୁ ତାଙ୍କୁ ମଧ୍ୟ ଦଳ ଏଥର ଟିକଟ ଦେଇ ଭୋଟର ଙ୍କ ମୁଣ୍ଡ କୁ ଟିଣ କରି ପରାଜୟ ଆଡ଼କୁ ଠେଲି ଦେଇଥିବା ଆଲୋଚନା ହେଉଛି ଏପରି ସ୍ଥିତିରେ ଦୀର୍ଘ ତିରିଶ ବର୍ଷ ଲୋକଙ୍କ ସୁଖ ଦୁଃଖ ରେ ଭାଗିଦାରୀ ନଥିବା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ଶ୍ରୀ ଦାସ ଙ୍କୁ ମଧ୍ୟ ଲୋକେ ଏତେ ଦିନ କୁଆଡେ ଥିଲେ ଆଜ୍ଞା ବୋଲି ପ୍ରଶ୍ନ ପଚାରୁଛନ୍ତି ଏଭଳି ଏକ ଦ୍ଵନ୍ଦ ପରିସ୍ଥିତି ରେ ଜଣେ ପ୍ରାର୍ଥୀ ଜିତିବା ପାଇଁ ସ୍ଵାଧୀନ କିମ୍ବା ଓଡ଼ିଶାରେ କ୍ଷମତା ନ ଥିବା ପ୍ରାର୍ଥୀ ମାନଙ୍କର ଭୂମିକା ଏକ ଗୁରୁତ୍ବପୂର୍ଣ୍ଣ ନିର୍ଣ୍ଣାୟକ ମୋଡ ନେଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ଆକଳନ କରିଛନ୍ତି