-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
06-Apr-2024
ବାଲାଙ୍ଗୀର(ପ୍ରେରଣା ଖବର ): ବଲାଙ୍ଗୀର ସଦର ବ୍ଲକ ମନହିରା ଗ୍ରାମଞ୍ଚାୟତର ଅମାମୁଣ୍ଡା ଗ୍ରାମଠାରେ ବିଜେଡିଦଳର ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମନହିରା ପଞ୍ଚାୟତର ସମିତି ସଭ୍ୟା ଙ୍କ ପ୍ରତିନିଧି ଅକ୍ଷୟ ବେହେରା, ପୂର୍ବତନ ସମିତିସଭ୍ୟ ମନୋରଂଜନ ମିଶ୍ର, ଅବସରପ୍ରାପ୍ତ ଅଧିକାରୀ ତ୍ରିନାଥ ବେହେରା, ବରିଷ୍ଠ ନେତା ଯଜ୍ଞ ବାଗ ଏଭଳି ଆହୁରି ଶତାଧିକ ସମର୍ଥକ ବିଜୁଜନତାଦଳରେ ସାମିଲ ହୋଇଥିଲେ । ବିଜେଡିଦଳର ବିଧାୟକ ପ୍ରାର୍ଥି କଳିକେଶନାରାୟଣ ସିଂଦେଓ ସେମାନଙ୍କୁ ବିଜେଡି ଉତ୍ତରିୟ ଦେଇ ସ୍ୱାଗତ କରାଇଥିଲେ । ବିଜେଡିଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ କଳିକେଶନାରାୟଣ ସିଂଦେଓଙ୍କ ବିକାଶ କାର୍ଯ୍ୟକ୍ରମ ଦେଖି ସେମାନେ ପ୍ରଭାବିତ ହୋଇ ବିଜେଡିରେ ଯୋଗଦାନ କରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର କଳିକେଶଙ୍କ ପ୍ରସ୍ତାବକ୍ରମେ ମନହିରା ପଞ୍ଚାୟତ ତଥା ସଦରବ୍ଲକ ଅଞ୍ଚଳର ପ୍ରତ୍ୟେକଗ୍ରାମରେ ବିକାଶମୂଳକ କାମ କରାଇଛନ୍ତି । ସ୍କୁଲରୂପାନ୍ତରିକରଣଠୁ ଆରମ୍ଭ କରି ମନ୍ଦିର,ରାସ୍ତାଘାଟ ପର୍ଯ୍ୟନ୍ତ ସବୁକିଛିର ଉନ୍ନତିକରଣ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ସଦରବ୍ଲକ ସଭାପତି ନିହାର ରଂଜନ ସ୍ୱାଇଁ , ଜିଲ୍ଲା ଯୁବସଭାପତି ରାଜେନ୍ଦ୍ର ହୋତା ପୂର୍ବତନ ବ୍ଲକଅଧ୍ୟକ୍ଷ ଗୁଲାପ ବାଗ,ପୂର୍ବତନ ସରପଞ୍ଚ ନବୀନ ବଡକା ମଞ୍ଚାସୀନ ଥିବା ବେଳେ ପୂର୍ବତନ ସରପଞ୍ଚ ବ୍ରଜ ପୁଟେଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।