-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
ଆଗଲପୁର, (ବିନୋଦ ଦୀପ) ମାନବ ସେବା ହିଁ ମହାନ ସେବା ଏବଂ ରକ୍ତଦାନ ହେଉଛି ମହତ୍ ଦାନ -ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି ଆଜି ଆଗଲପୁର ମାହେଶ୍ୱରୀ ସଂଗଠନ ପକ୍ଷରୁ ଆଗଲପୁର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା l ଏହି ଶିବିରରେ ମୋଟ ୧୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା l ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଅନେକ ଅମୂଲ୍ୟ ଜୀବନ ବଞ୍ଚାଇବା ସହ ମାନବିକତାର ଏକ ସୁନ୍ଦର ବାର୍ତ୍ତା ସମାଜକୁ ପ୍ରଦାନ କରାଯାଇଥିଲା l ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଗୁରୁଶ୍ରୀ ଘାସିରାମ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନନୀୟ ଅତିଥି ଭାବେ ସନାତନ ସାହୁ ଯୋଗଦେଇଥିଲେ l ସେହିପରି ସଂଗଠନର ଉପଦେଷ୍ଟା ଜୟନ୍ତ କୁମାର ସିଂଦେଓ, ମନମୋହନ ପଟେଲ ଓ ସମୀର କୁମାର ସିଂଦେଓ ଉପସ୍ଥିତ ରହି ଏହି ମହତ୍ କାର୍ଯ୍ୟକୁ ଉତ୍ସାହିତ କରିଥିଲେ l ମାହେଶ୍ୱରୀ ସଂଗଠନର ପରିଚାଳକ ଅଙ୍କୁଶ ପାଣ୍ଡିଆ, ଆଗଲପୁର ମାହେଶ୍ୱରୀ ସଂଗଠନର ସଭାପତି ପ୍ରମୋଦ କୁମାର ସାହୁ ଓ ସଂଯୋଜକ ସନ୍ୟାସୀ ମେହେରଙ୍କ ତତ୍ତ୍ୱାବଧାନରେ ସଂଗଠନର ସଦସ୍ୟମାନେ ଶିବିରର ସଫଳ ଆୟୋଜନ ପାଇଁ ସକ୍ରିୟ ଭାବେ ସହଯୋଗ କରିଥିଲେ। ଏଥିସହ ଆଗଲପୁର ଅଞ୍ଚଳର ବହୁ ଜନସାଧାରଣ ଯୋଗଦେଇ ରକ୍ତଦାନ କରିବା ସହ ଏହି ମହତ୍ କାର୍ଯ୍ୟକୁ ସଫଳ କରିଥିଲେ l