-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
ଡୁଙ୍ଗୁରିପାଲି (ଅରବିନ୍ଦ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ବିଜେପି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଡୁଙ୍ଗୁରିପାଲି ମଣ୍ଡଳ ବିଜେପି ତରଫରୁ ଆର୍ ଏମ୍ ସି ଠାରେ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ମଣ୍ଡଳ ସଭାପତି ପ୍ରବୀର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଭାରତମାତାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ବଳନ କରାଯିବା ସହିତ ଜାତୀୟ ସଂଗୀତ ଗାନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଦଳର ଦିବଗନ୍ତ କାର୍ଯ୍ୟକର୍ତ୍ତା ଙ୍କ ଆତ୍ମାର ଶାନ୍ତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ଜିଲ୍ଲାର ପ୍ରତିନିଧି ଭାବରେ ଜିଲ୍ଲା ଉପସଭାପତି ରୁପାଧର ପଧାନ ଯୋଗଦେଇ ଦଳ ଆଗାମୀଦିନ ରେ କିଭଲି ଆହୁରୀ ଶକ୍ତିଶାଳି ହେବ ଏବଂ ପଞ୍ଚାୟତ ନିର୍ବାଚନକୁ ସମ୍ମୁଖୀନ ହେବ ତାହାରି ଉପରେ ମାର୍ଗଦର୍ଶନ କରିଥିଲେ । ଜିଲ୍ଲା କାର୍ଯ୍ୟ ସଦସ୍ୟ ନିତେଇ ପାଲ ଯୋଗ ଦେଇ କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଗୁଡିକ ବିଷୟରେ ଗାଁ ଗାଁ ରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଇବା ପାଇଁ ପରାମର୍ଶ ଦେବା ସହିତ କାର୍ଯ୍ୟକର୍ତ୍ତା ମାନେ ଆଗାମୀଦିନ ରେ କୋଅପରେଟିଭ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଗୋବିନ୍ଦ ବାରିକ, ବେଣୁଧର ମେହେର, ପଟୁଆରୀ ପଧାନ, ପୂର୍ଣ୍ଣଚନ୍ଦ୍ର ମେହେର, କଳାକାହ୍ନୁ ମହାନନ୍ଦ, ସୁଦାମ ନାଏକ, ଗଣେଶ୍ଵର ନାଏକ, ଗଣେଷ ମାଝୀ, ଶେଷଦେବ ପୋଢ, ସହଦେବ ବାରିକ, ମାନସ ଷଡଙ୍ଗୀ,ଅକ୍ଷୟ ପଧାନ, ଯୋଗେଶ୍ବର ନାଏକ ପ୍ରଭୁତି ବହୁ କାର୍ଯ୍ଯକର୍ତ୍ତା ଯୋଗଦାନ କରିଥିଲେ, ଶେଷରେ ମଣ୍ଡଳ ସାଧାରଣ ସମ୍ପାଦକ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।