-+91-9937148622 |
prerana_bgr@rediffmail.com |
Monday 12th October 2026 |
R.N.I. Regd No. ODIODI/2010/46693
Breaking News
12-Oct-2026
କୁରସୁଡ (ମନୋଜ କୁମାର ଜୈନ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁରସୁଡ ଗ୍ରାମରେ ୫୦ତମ ଦୁର୍ଗା ପୂଜା ପାଇଁ କଳସ ଯାତ୍ରା ସହ ପୂଜା ଆରମ୍ଭ ହୋଇ ଯାଇଛି।ପୂଜକର୍ତ୍ତା ଭାବେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ବ୍ଲକ ପ୍ରତିନିଧି ମୁକେଶ କୁମାର ଜୈନ ଓ ତାଙ୍କ ଧର୍ମ ପତ୍ନୀ ରେଖା ଜୈନ ରହିଥିବା ବେଳେ ମୁଖ୍ୟ ପୂଜକ ଭାବରେ କାର୍ତ୍ତିକ ତ୍ରିପାଠୀ ଓ ସହଯୋଗୀ ପୂଜକ ଭାବରେ ସୁଶୀଲ କୁମାର ପାଢ଼ୀ, ଚଣ୍ଡୀ ପାଠକ ଅଶୋକ ଶତପଥୀ ପ୍ରମୁଖ ଦାଇତ୍ୱ ତୁଲାଇଛନ୍ତି । ପୂଜା କମିଟିର ସଭାପତି କୈଳାସ ଜୈନ, ଉପସଭାପତି ସୁବୋଧ ବେହେରା ଓ ଉମେଶ ଚନ୍ଦ୍ର ମହାନନ୍ଦ, ସମ୍ପାଦକ ନିମାଇଁ ଚରଣ ବେହେରା, ସହସମ୍ପାଦକ ହେମନ୍ତ ରଣା ଓ ଅଜିତ କୁମାର ବେହେରା, ଶ୍ୟାମ ମହାନନ୍ଦ,ସନ୍ତୋଷ ସାହୁ, ଭରତ ବାଗ, ମନମୋହନ ନାଏକ, ବିକାଶ କୁମାର ପାଢ଼ୀ, ବିଜୟ କୁମାର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ ।